fbpx

ସଲମାନ ଖାନ୍‌ଙ୍କ ଘରକୁ ଫାୟାରିଂ ମାମଲା: ବନ୍ଧୁକ ଯୋଗାଇଥିବା ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ନେଲା ପୋଲିସ

ମୁମ୍ୱାଇ: ସଲମାନ ଖାନ୍‌ଙ୍କ ଘରେ ଗୁଳି ଚାଳନା ମାମଲାରେ ପୂର୍ବଦିନ ଖବର ଆସିଥିଲା ଯେ ଗୁଳିଚାଳକଙ୍କ ପାଖରେ ୪୦ଟି ଗୁଳି ଥିଲା ଏବଂ ଯେଉଁମାନେ ସେମାନଙ୍କୁ ବନ୍ଧୁକ ଯୋଗାଉଥିଲେ ସେମାନଙ୍କୁ ଗିରଫ କରାଯାଇଥିଲା। ସେପଟେ ଏହି ମାମଲାରେ ପୁଣି ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ସାଗର ପାଲ ଓ ଭିକି ଗୁପ୍ତାଙ୍କୁ ବନ୍ଧୁକ ଯୋଗାଉଥିବା ଅଭିଯୋଗରେ ଗିରଫ ହୋଇଥିବା ସୋନୁ ଚନ୍ଦର ଓ ଅନୁଜ ଥାପନଙ୍କୁ ଆଜି ମୁମ୍ବାଇ କ୍ରାଇମବ୍ରାଞ୍ଚ କୋର୍ଟଚାଲାଣ କରିଛି। ପୁଲିସ ଉଭୟଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବା ପରେ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ପଠାଇ ଦିଆଯାଇଛି।

ପୁଲିସ କୋର୍ଟଙ୍କୁ କହିଛି ଯେ ଉଭୟ ବନ୍ଧୁକଧାରୀଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ ହେବାର ରେକର୍ଡ ରହିଛି। ଦୁହେଁ ଏକ ପିସ୍ତଲ ଦେଇଥିଲେ, ଯାହା ମାଧ୍ୟମରେ ଘଟଣାର ମାଷ୍ଟରମାଇଣ୍ଡଙ୍କ ପାଖରେ ପହଞ୍ଚିବାରେ ସଫଳତା ମିଳିବ। ତେଣୁ ପୁଲିସକୁ ୧୦ ଦିନିଆ ରିମାଣ୍ଡରେ ନେବାର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ପ୍ରତିପକ୍ଷ ଓକିଲ କହିଛନ୍ତି ଯେ ଫୋନ୍ ଟି ପୁଲିସକୁ ସୂଚାଉଛି ଯେ ଉଭୟଙ୍କ ନାମରେ ସିମ୍ କାର୍ଡ ନାହିଁ ଏବଂ ଦୁହେଁ କୌଣସି ବନ୍ଧୁକ ଦେଇନାହାନ୍ତି। ଅଭିଯୁକ୍ତ ସୋନୁ ଚନ୍ଦର ଓ ଅନୁଜ ଥାପନ ପଞ୍ଜାବର ଅବୋହର ଗାଁର ବାସିନ୍ଦା। ଉଭୟ ଅଭିଯୁକ୍ତଙ୍କୁ ପୁଲିସ ୫ ଦିନ ପାଇଁ ଅର୍ଥାତ୍ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇ ଦେଇଛି।

ଏହା ମଧ୍ୟ ଜଣାଯାଇଛି ଯେ ଅନୁଜ ଥାପନ ଜଣେ ଟ୍ରକ୍ ହେଲପର ଭାବରେ କାମ କରନ୍ତି ଏବଂ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ସହିତ ଯୋଗାଯୋଗରେ ଅଛନ୍ତି । ଅନୁଜଙ୍କ ନାଁରେ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ପୂର୍ବରୁ ଅନେକ ମାମଲା ରହିଛି। ସଲମାନ୍ ଖାନ୍ ଙ୍କ ଘରେ ଗୁଳି ଚଳାଇଥିବା ଅଭିଯୁକ୍ତ ଧରା ପଡ଼ିବାରୁ ବଞ୍ଚିବା ପାଇଁ ଅନେକ କୌଶଳ ଅବଲମ୍ବନ କରିଥିଲେ। ସୁଟିଂ ସମୟରେ ସେ ଟୋପି ପିନ୍ଧିଥିଲେ ଏବଂ ଘଟଣା ପରେ ୩ ଥର ପୋଷାକ ବଦଳାଇଥିଲେ। ଉଭୟଙ୍କ ପାଖରେ ୪୦ଟି ଗୁଳି ଥିବା ବେଳେ ସେଥିରୁ ୫ଟି ଗୁଳି ଚଳାଇଥିଲେ। ପୁଲିସ ୧୭ଟି ଗୁଳି ଜବତ କରିଥିବା ବେଳେ ବାକି ଗୁଳିର ଖୋଜାଖୋଜି ଜାରି ରହିଛି।

Get real time updates directly on you device, subscribe now.