fbpx

(Video) ପ୍ରିୟଙ୍କା ଗାନ୍ଧୀଙ୍କ ପୋଷ୍ଟରରେ ଓଲଟା ତ୍ରିରଙ୍ଗା… ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ-୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି କରିଛି । ଏହାସହିତ ଅବଶିଷ୍ଟ ପ୍ରଚାର ପାଇଁ ମଧ୍ୟ ପ୍ରଚାର କରୁଛନ୍ତି ରାଜନୈତିକ ଦଳ ଏବଂ ପ୍ରାର୍ଥୀ । ତେବେ ଏହାଭିତରେ କଂଗ୍ରେସକୁ ନେଇ ଉଠିଛି ଏକ ରାଜନୈତିକ ଝଡ଼ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନିର୍ବାଚନୀ ପୋଷ୍ଟରରେ ତ୍ରିରଙ୍ଗା ପତାକା ଓଲଟା ଲାଗିଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ନିକଟରେ ପ୍ରିୟଙ୍କା କର୍ଣ୍ଣାଟକରେ ଏକ ଜନସଭାରେ ସାମିଲ ହୋଇଥିଲେ । ଏହାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭାଇରାଲ ଭିଡିଓରେ ପ୍ରିୟଙ୍କା ଗାନ୍ଧୀଙ୍କ ନିର୍ବାଚନ ରାଲି ସମ୍ପର୍କରେ ବେଙ୍ଗଲୁରୁରେ ରଖାଯାଇଥିବା ହୋର୍ଡିଂରେ ଓଲଟା ତ୍ରିରଙ୍ଗା ଥିବା ଦାବି କରାଯାଇଛି। ଏ ବାବଦରେ କନ୍ନଡ ଭାଷାରେ ଏକ ଅଡିଓ ମଧ୍ୟ ଶୁଣିବାକୁ ମିଳୁଛି । ନେତାଙ୍କ ସମାବେଶ ପୂର୍ବରୁ ବେଙ୍ଗାଲୁରୁରେ ଏହି ବ୍ୟାନର ଦେଖାଯାଇଥିବା ଏହି ଭିଡିଓରେ ଦାବି କରାଯାଇଛି।

ନିର୍ବାଚନ ପୂର୍ବରୁ ଏହି ଭାଇରାଲ ଭିଡିଓକୁ ନେଇ ତଦନ୍ତ ହେବା ପରେ ଏହାର ଭୟଙ୍କର ତଥ୍ୟ ସାମନାକୁ ଆସଛି । ଗୁଗୁଲରେ ପ୍ରିୟଙ୍କା ଗାନ୍ଧୀ ବାଙ୍ଗାଲୋର ରାଲିରୁ ଏକ କୀୱାର୍ଡ ଏବଂ ଓଲଟା ଚିତ୍ର ସର୍ଚ୍ଚ କରାଯାଇଥିଲା । ତେବେ ଏଥିରୁ ଜଣାଯାଇଛି ଯେ, ଏହା ଜୁନ୍ ୧୨, ୨୦୨୩ ରେ ପ୍ରହ୍ଲାଦ ସିଂ ପଟେଲଙ୍କ ଦ୍ୱାରା ଅପଲୋଡ୍ ହୋଇଥିବା ଏକ ଫେସବୁକ ପୋଷ୍ଟ । ମନ୍ତ୍ରୀ ତାଙ୍କ ପୋଷ୍ଟରେ ରାଜ୍ୟ କଂଗ୍ରେସ ୟୁନିଟକୁ ଏହାର ବ୍ୟାନରରେ ଓଲଟା ତ୍ରିରଙ୍ଗା ବ୍ୟବହାର କରି ସମାଲୋଚନା କରିଛନ୍ତି।

Election Fact Check: 'प्रियंका गांधी की रैली के पोस्टर में उल्टा तिरंगा', जानें वायरल हो रहे दावे वाले वीडियो का सच

ଅନ୍ୟ ଏକ ଆର୍ଟିକଲରେ ଦେଖିବାକୁ ମିଳିଛି ଯେ, “ମଧ୍ୟପ୍ରଦେଶରେ ତ୍ରିରଙ୍ଗାକୁ ଓଲଟା ଲଗାଇ ଜାତୀୟ ପତାକାର ଅପମାନ କରାଯାଇଥିବା କୁହାଯାଇଛି । ଭାଇରାଲ୍ ଭିଡିଓର ସ୍କ୍ରିନସଟ୍ ଗୁଡିକ ମଧ୍ୟ ଆର୍ଟିକିଲରେ ସେୟାର କରାଯାଇଛି, ଯେଉଁଥିରେ ଓଲଟା ତ୍ରିରଙ୍ଗା ଥିବା ହୋର୍ଡିଂ ଦେଖିବାକୁ ମିଳିଛି । ଫ୍ୟାକ୍ଟ କ୍ରେସେଣ୍ଡୋରେ ଜାଣିବାକୁ ମିଳିଛି ଯେ, ଭାଇରାଲ୍ ଭିଡିଓକୁ ନେଇ ହୋଇଥିବା ଏହି ଦାବିରେ କୌଣସି ସତ୍ୟାସତ୍ୟ ନାହିଁ । ପ୍ରିୟଙ୍କା ଗାନ୍ଧୀଙ୍କ ହୋର୍ଡିଂରେ ଓଲଟା ତ୍ରିରଙ୍ଗା ପତାକାର ଏକ ପୁରୁଣା ଭିଡିଓ ସେୟାର କରାଯାଇଛି।

Election Fact Check: 'प्रियंका गांधी की रैली के पोस्टर में उल्टा तिरंगा', जानें वायरल हो रहे दावे वाले वीडियो का सच

Get real time updates directly on you device, subscribe now.