fbpx

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା: ଗ୍ରୀଷ୍ମ ଛୁଟିରେ ଯୁକ୍ତଦୁଇ ପିଲାଙ୍କୁ ଦିଆଯିବ ନିଟ୍ ଓ ଜେଇଇ କୋଚିଂ

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା: ଗ୍ରୀଷ୍ମ ଛୁଟିରେ ଯୁକ୍ତଦୁଇ ପିଲାଙ୍କୁ ଦିଆଯିବ ନିଟ୍ ଓ ଜେଇଇ କୋଚିଂରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ଲୋକମାନେ ଘରୁ ବାହାରି ପାରୁ ନାହାନ୍ତି । ଏପରି ସ୍ଥିତିରେ ସ୍କୁଲ ଓ କଲେଜ ପିଲାମାନେ ଘରୁ ବାହାରିବା ନିହାତି ପକ୍ଷେ କଷ୍ଟକର । ସେଥିପାଇଁ ରାଜ୍ୟ ସରକାର ଗତ ୨୫ ତାରିଖଠାରୁ ଖରାଛୁଟି ଘୋଷଣା କରିଛନ୍ତି । ଏହି କ୍ରମରେ ରାଜ୍ୟର ସମସ୍ତ ଯୁକ୍ତ ଦୁଇ ମହାବିଦ୍ୟାଳୟରେ ମଧ୍ୟ ଶିକ୍ଷାଦାନ ବନ୍ଦ ରହିଛି । ତେବେ ଖରା ଛୁଟିରେ ଯୁକ୍ତଦୁଇ ଛାତ୍ରଛାତ୍ରୀମାନଙ୍କୁ ନିଟ୍ ଓ ଜେଇଇ କୋଚିଂ ଦିଆଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏ ବାବଦରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଖରାଛୁଟି ସମୟରେ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ ନିୟମିତ ଭାବେ ନିଟ୍ ଓ ଜେଇଇ କୋଚିଂ ଦିଆଯିବ । ସରକାରୀ ଛୁଟି ଦିବସ ଓ ରବିବାରକୁ ଛାଡ଼ି ଅନ୍ୟ ଦିନମାନଙ୍କରେ ସକାଳ ୧୦ଟାରେ ଅନଲାଇନରେ କୋଚିଂ ଦିଆଯିବ । ଏହାଫଳରେ ଛାତ୍ରଛାତ୍ରୀଙ୍କର ଛୁଟି ସୁଦୁପଯୋଗ ହେବା ସହିତ ଶୈକ୍ଷିକ କାର୍ଯ୍ୟକ୍ରମ ଜାରି ରହିବ । ଛୁଟି ସମୟରେ ଶ୍ରେଣୀ ଶିକ୍ଷକ ପିଲାଙ୍କୁ ହୋମୱାର୍କ ପ୍ରଦାନ କରିବେ । ପିଲାଙ୍କର କୌଣସି ବିଷୟରେ ଦ୍ୱନ୍ଦ୍ୱ ରହିଥିଲେ ସେମାନେ ସେହି ବିଷୟର ଶିକ୍ଷକଙ୍କୁ ଫୋନରେ ଯୋଗାଯୋଗ କରିପାରିବେ । ଆବଶ୍ୟକ ପଡ଼ିଲେ ଶ୍ରେଣୀ ଶିକ୍ଷକମାନେ ପିଲା ଓ ଅଭିଭାବକଙ୍କ ସହ ଆଲୋଚନା କରିବେ । ସମଗ୍ର ଖରା ଛୁଟିରେ ଶିକ୍ଷକ ଓ କର୍ମଚାରୀମାନେ ରୋଷ୍ଟର ଡ୍ୟୁଟି କରିବେ । ଏଥିପାଇଁ ସ୍ୱତନ୍ତ୍ର ରେଜିଷ୍ଟରରେ ସମସ୍ତ ତଥ୍ୟ ଉଲ୍ଲେଖ କରାଯିବ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ କର୍ମଚାରୀମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ନ ଛାଡ଼ିବାରୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.