fbpx

ହସ୍ପିଟାଲରେ ବିଲ୍ ଦେଇ ନ ପାରି ନିଜ ନବଜାତ ଶିଶୁକୁ ବିକିଦେଲେ ବାପା ମା’, ଜାଣନ୍ତୁ ପୁରା ଖବର

ଫିରୋଜାବାଦ: ଉତ୍ତରପ୍ରଦେଶ ଫିରୋଜାବାଦରୁ ଏକ ଅତ୍ୟନ୍ତ ମର୍ମସ୍ପର୍ଶୀ ଖବର ସାମ୍ନାକୁ ଆସିଛି । ଏଠାରେ ଏକ ଦମ୍ପତି ଯାହା କରିଛନ୍ତି ସେ ବିଷୟରେ କେହି କେବେ ଚିନ୍ତା ବି କରିପାରିବେ ନାହିଁ । ମାତ୍ର କିଛି ମୁହୂର୍ତ୍ତ ପୂର୍ବରୁ ଜନ୍ମ ନେଇଥିବା ନିଜ ନବଜାତକୁ ଏହି ଦମ୍ପତି ଅର୍ଥ ଅଭାବରୁ ବିକ୍ରୀ କରି ଦେଇଛନ୍ତି ।

ମିଳିଥିବା ଖବରରୁ ଜଣାପଡିଛି ଯେ, ଡେଲିଭରୀ ପାଇଁ ଏକ ଦମ୍ପତି ହସ୍ପିଟାଲ ଯାଉଥିଲେ । କିନ୍ତୁ ଏହା ପୂର୍ବରୁ ସେ ଜଣେ ଦଲାଲ ହାବୁଡରେ ପଡି ଯାଇଥିଲେ । ଏହି ଦଲାଲ ତାଙ୍କୁ ନ୍ୟୁ ଲାଇଟ୍ ହସ୍ପିଟାଲ ନେଇ ଯାଇଥିଲେ । ଡେଲିଭରୀ ପରେ ଯେତେବେଳେ ମହିଳାଙ୍କୁ ବିଲ୍ ଦିଆଯାଇଥିଲା ସେତେବେଳେ ବିଲ୍ ଦେଖି ସେମାନଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ହସ୍ପିଟାଲର ବିଲ୍ ଭରିବାକୁ ତାଙ୍କ ପାଖରେ ଏତେ ପଇସା ନ ଥିବାରୁ ଦଲାଲ ତାଙ୍କୁ ନିଜ ନବଜାତ ଶିଶୁକୁ ବିକ୍ରୀ କରିଦେବାକୁ ପରାମର୍ଶ ଦେଇଥିଲେ ।

ଅନ୍ୟୋନ୍ୟପାୟ ହୋଇ ଏହି ଦମ୍ପତି ନିଜ ନବଜାତକୁ ବିକ୍ରୀ କରିଦେଇଥିଲେ । କିନ୍ତୁ ଏହାପରେ ବି ସେମାନଙ୍କୁ ପଇସା ନ ମିଳିବାରୁ ମାମଲା ଯାଇ ଥାନାରେ ପହଞ୍ଚିଥିଲା । ପୋଲିସ ତତ୍‌କ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ନ୍ୟୁ ଲାଇଟ୍ ହସ୍ପିଟାଲର ଡାକ୍ତର ଓ ନବଜାତକକୁ କିଣିଥିବା ଗ୍ୱାଲିୟରର ଦମ୍ପତିଙ୍କ ବିରୁଦ୍ଧରେ ରାମଗଡରେ ମୋକଦ୍ଦମା ରୁଜୁ କରିଛି ଓ ଘଟଣାର ଅଧିକ ଯାଞ୍ଚ ଆରମ୍ଭ କରିଛି ।

Get real time updates directly on you device, subscribe now.