fbpx

ମରିଗଲା ମାନବିକତା; ମାଠିଆରୁ ପାଣି ପିଇବାରୁ ଦଳିତ ଯୁବକଙ୍କୁ ମାଡ଼ ମାରିଲେ ଦୁର୍ବୃତ୍ତ, ଏତଲା ରୁଜୁ

ଭୋପାଳ: ଆଜି ଏକବିଂଶ ଶତାବ୍ଦୀରେ ଯେଉଁଠି ମଣିଷ ଚନ୍ଦ୍ରରେ ଘର ନିର୍ମାଣ କରୁଛି। ଅପରପକ୍ଷେ ଆଜି ବି ସାମନ୍ତବାଦୀ- ଅସ୍ପୃଶ୍ୟତା ଚିନ୍ତାଧାରାକୁ ଯାବୁଡି ଧରିଛନ୍ତି କିଛି ଲୋକ। ମଧ୍ୟପ୍ରଦେଶର ମହୋବା ଜିଲ୍ଲାର ଶ୍ରୀନଗର ଥାନା ଅନ୍ତର୍ଗତ ଲୁହେରୀ ଗାଁରେ ଜଣେ ଅନୁସୂଚିତ ଜାତି ଯୁବକଙ୍କୁ ଅସ୍ପୃଶ୍ୟତା କାରଣରୁ ଦୁଇ ଜଣ ଗ୍ରାମବାସୀ ଅତି ନିର୍ମମ ଭାବେ ମାଡ଼ ମାରିବା ଘଟଣା ସାମ୍ଲାକୁ ଆସିଛି। ମହୋବାର ଏକ ଅଣ୍ଡା ଦୋକାନରୁ ପାଣି ପିଇବାରୁ ଜଣେ ଅନୁସୂଚିତ ଜାତିର ବ୍ୟକ୍ତିଙ୍କୁ ଦୁଇ ଜଣ ଦୁର୍ବୃତ୍ତ ପିଟିପିଟି ରକ୍ତାତ କରିଦେଇଛନ୍ତି। ଅସ୍ପୃଶ୍ୟତା କାରଣରୁ ଦୁର୍ବୃତ୍ତମାନେ ପାତ୍ରରୁ ପାଣି ପିଇବାକୁ ନେଇ ରାଗିଯାଇ ଆକ୍ରମଣ କରିଥିଲେ। ପୀଡ଼ିତଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରି ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାପଠାଇଥିବା ବେଳେ ସେଠାରେ ତାଙ୍କର ଡାକ୍ତରୀ ମାଇନା ମଧ୍ୟ କରାଯାଇଛି। ମଦପିଇବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ବିବାଦ ହୋଇଥିବା ନେଇ ପୋଲିସ କହିଛି।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲା ଅନ୍ତର୍ଗତ ଟିଣ୍ଡାନି ଗ୍ରାମର କମଲ ଜିଲ୍ଲାର ଲୁହେରୀ ଗ୍ରାମରେ ତାଙ୍କ ସମ୍ପରକୀୟଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ, ଯେଉଁଠାରେ ସନ୍ଧ୍ୟାରେ ସେ ଗାଁର ଅଣ୍ଡା ଦୋକାଲରୁ ଅଣ୍ଡା ଖାଉଥିଲେ ଏବଂ ନିକଟବର୍ତ୍ତୀ ଗାଁରେ ରହୁଥିବା ହେମନ୍ତ ରାଜପୁତ ଅନ୍ୟ ଜଣେ ସାଥୀଙ୍କ ସହ ଗାଡ଼ିରେ ଠିଆ ହୋଇଥିଲେ। ପୀଡିତ ଦୋକାନରେ ରଖାଯାଇଥିବା ମାଠିଆରୁ ପାଣି ପିଇବା ଆରମ୍ଭ କରିବା ମାତ୍ରେ ପାଣି ପିଇବା ବନ୍ଦ କରିଦେଇଥିଲେ। ସେ ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ମାଡ଼ ମାରିଥିଲେ। ଏପରିକି ତାଙ୍କୁ ଜାତିଗତ ଶବ୍ଦରେ ଅପମାନିତ କରାଯାଇଥିଲା ଏବଂ ଲାଠିରେ ଏତେ ମାଡ଼ ମରାଯାଇଥିଲା ଯେ ତାଙ୍କ ଶରୀରରେ ସବୁଠି କ୍ଷତ ଚିହ୍ନ ରହିଛି। ଖାଲି ସେତିକି ନୁହେଁ ଅଚେତ ଅବସ୍ଥାରେ ସେମାନଙ୍କୁ ନଦୀ ନିକଟରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ। ଏନେଇ ପୋସିଲ ତଦନ୍ତ ଜାରି ରଖିଛି।

Get real time updates directly on you device, subscribe now.