fbpx

ଜୁନିୟର ଗ୍ରେଡ ଟାଇପିଷ୍ଟ ସାକ୍ଷାତକାର ତାରିଖ ଘୋଷଣା: ଓଡ଼ିଶା ହାଇକୋର୍ଟ ପକ୍ଷରୁ ଜାରି ହେଲା ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ଡିସେମ୍ବର ମାସରେ ଓଡ଼ିଶା ହାଇକୋର୍ଟ ତରଫରୁ ଜୁନିୟର ଗ୍ରେଡ୍ ଟାଇପିଷ୍ଟ / ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ପଦ ପୂରଣ ପାଇଁ ବିଜ୍ଞାପନ ବାହାରିଥିଲା । ପୂର୍ବରୁ ଉକ୍ତ ପଦର ପ୍ରିଲିମିନାରୀ ପରୀକ୍ଷା ଫଳାଫଳ ଘୋଷଣା କରାଯାଇଥିବା ବେଳେ ଏପ୍ରିଲ ୨୦ରେ ଟାଇରାଇଟିଂ ଟେଷ୍ଟ ଓ କମ୍ପ୍ୟୁଟର ଆପ୍ଲିକେସନ ଟେଷ୍ଟ ରେଜଲ୍ଟ ଘୋଷଣା କରାଯାଇଥିଲା । ତେବେ ଏହା ମଧ୍ୟରେ ଏହି ପଦ ପାଇଁ ସାକ୍ଷାତକାର ତାରିଖ ଘୋଷଣା କରାଯାଇଛି ।

ମେ ମାସ ୫ ତାରିଖ ଦିନ ସକାଳ ୧୦.୩୦ ସମୟରେ କଟକ ସ୍ଥିତ ଓଡ଼ିଶା ହାଇକୋର୍ଟର ନ୍ୟୁ ବିଲଡିଂର ଫାଷ୍ଟ ଫ୍ଲୋରରେ ଏହି ସାକ୍ଷାତକାର ଅନୁଷ୍ଠିତ ହେବ । ଯେଉଁ ପ୍ରାର୍ଥୀମାନେ ମୁଖ୍ୟ ଲିଖିତ ପରୀକ୍ଷା (ଟାଇପରାଇଟିଂ ଟେଷ୍ଟ)ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନେ ଏପ୍ରିଲ ୨୬ ତାରିଖ ସକାଳ ୭ଟା ଠାରୁ ମେ ୫ ତାରିଖ ମଧ୍ୟରେ ନିଜ ନିଜର ଇ-ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ପ୍ରାର୍ଥୀମାନେ ଇ-ଆଡମିଟ୍ କାର୍ଡ, ଅନଲାଇନ୍ ଆପ୍ଲିକେସନ ଫର୍ମର ପ୍ରିଣ୍ଟ ଆଉଟ ଓ ୩ଟି ପାସପୋର୍ଟ ସାଇଜ୍ ରଙ୍ଗୀ ଫଟୋଗ୍ରାଫ ସାଙ୍ଗରେ ନେବାକୁ କୁହାଯାଇଛି ।

ବିଜ୍ଞପ୍ତି ଲିଙ୍କ: https://www.orissahighcourt.nic.in/recruitment-corner-pdf-view/204/

Get real time updates directly on you device, subscribe now.