fbpx

ଯୌନ ଶୋଷଣ ମାମଲାରେ ବ୍ରିଜ ଭୂଷଣ ସିଂହଙ୍କୁ ଝଟକା: ଯାଚିକା ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ମହିଳା କୁସ୍ତି ଯୋଦ୍ଧାଙ୍କ ଉପରେ ଯୌନ ଉତ୍ପୀଡ଼ନ ମାମଲାରେ ଭାରତୀୟ କୁସ୍ତି ସଂଘ (ଡବ୍ଲ୍ୟୁଏଫଆଇ)ର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ଭୂଷଣ ସିଂହଙ୍କୁ ଲାଗିଛି ଝଟକା । ବ୍ରିଜ ଭୂଷଣଙ୍କୁ ତରଫରୁ ଆଗତ କରାଯାଇଥିବା ଯାଚିକାକୁ ଖାରଜ କରିଦେଇଛନ୍ତି କୋର୍ଟ । ଯୌନ ଶୋଷଣ ମାମଲା ନୂତନ ଭାବେ ତଦନ୍ତ କରାଯିବା ନେଇ ବ୍ରିଜ ଭୂଷଣ ଆବେଦନ କରିଥିଲେ । ଉକ୍ତ ଘଟଣା ସମୟରେ ସେ ଦେଶରେ ରହିନଥିଲେ ବୋଲି ଉଲ୍ଲେଖ କରିଥିଲେ । ଉକ୍ତ ମାମଲାରେ ରାୟ ଶୁଣାଇଛନ୍ତି କୋର୍ଟ ।

ମହିଳା କୁସ୍ତି ଯୋଦ୍ଧାଙ୍କ ଯୌନ ଶୋଷଣ ମାମଲାରେ ବିଜେପି ସାଂସଦ ବ୍ରିଜ ଭୂଷଣଙ୍କୁ ଝଟକା ଲାଗିଛି । ଉକ୍ତ ମାମଲାକୁ ନୂତନ ଭାବେ ଯାଞ୍ଚ ପାଇଁ ବ୍ରିଜ ଭୂଷଣ ଦାଖଲ କରିଥିବା ଯାଚିକାକୁ ରାଉଜ ଏଭିନ୍ୟୁ କୋର୍ଟର ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜ୍ରିଷ୍ଟ୍ରେଟ ଖାରଜ କରିଦେଇଛନ୍ତି । ମେ ୭ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ଭିଡିଓ କନଫରେନ୍ସିଂ ଜରିଆରେ ବ୍ରିଜ ଭୂଷଣ କୋର୍ଟରେ ହାଜର ହୋଇଥିଲେ । ଦିଲ୍ଲୀର ଡବ୍ଲ୍ୟୁଏଫଆଇ କାର୍ଯ୍ୟାଳୟରେ ବ୍ରିଜ ଭୂଷଣ ଯୌନ ଉତ୍ପୀଡ଼ନ କରିଥିବା ନେଇ ଜଣେ ଅଭିଯୋଗକାରୀ ଅଭିଯୋଗ କରିଥିବା ବେଳେ ସେହିଦିନ ସେ ଦେଶରେ ନଥିଲେ ବୋଲି ବ୍ରିଜ ଭୂଷଣ ଉଲ୍ଲେଖ କରିଥିଲେ ।

Get real time updates directly on you device, subscribe now.