fbpx

ବୟସ ଲୁଚାଇବାକୁ କରୁଛନ୍ତି କି ଏପରି ଫେସିଆଲ୍‌? ଜାଣନ୍ତୁ କ’ଣ ଘଟିଲା ଏହି ୩ ମହିଳାଙ୍କ କ୍ଷେତ୍ରରେ

ନୂଆଦିଲ୍ଲୀ: ଆଜିକାଲି ବହୁଦିନ ଧରି ଯୁବା ଦେଖାଯିବା ଲାଗି ଲୋକମାନେ କସମେଟିକ୍ ସର୍ଜରୀ ଓ ଇଞ୍ଜେକସନର ସାହାରା ନେଉଛନ୍ତି । ଇଞ୍ଜେକସନ ସାହାଯ୍ୟରେ ତ୍ୱଚାକୁ ସୁନ୍ଦର ଓ ଆକର୍ଷଣୀୟ ରଖିବା ପାଇଁ ଭାମ୍ପାୟାର ଫେସିଆଲ୍ ବି ଏବେ ଖୁବ୍ ଚାଲୁଛି । ଏହି ଫେସିଆଲ୍ ସହ ଜଡିତ ଏକ ଭୟାନକ ମାମଲା ସାମ୍ନାକୁ ଆସିଛି । ଏହି ଭାମ୍ପାୟାର ଫେସିଆଲରେ ୩ ମହିଳାଙ୍କୁ ଏଡସ୍ ଭାଇରସ୍ ଏଚଆଇଭି ସଂକ୍ରମଣ ହୋଇଛି ।

ଗୁରୁବାର ଆମେରିକାର ଡିଜିଜ୍ ଆଣ୍ଡ କଣ୍ଟ୍ରୋଲ(ସିଡିସି) ପକ୍ଷରୁ କୁହାଯାଇଛି କି ଏହି ମହିଳାଙ୍କୁ ଭାଇରସ୍ ସଂକ୍ରମଣ ସମ୍ଭବତଃ ନ୍ୟୁ ମେକ୍ସିକୋର ଏକ ସ୍ପାରେ ଭାମ୍ପାୟାର ଫେସିଆଲ କାରଣରୁ ହୋଇଛି । ସିଡିସି କହିଛି କସମେଟିକ୍ ଇଞ୍ଜେକସନରୁ ଏଚଆଇଭି ସଂକ୍ରମଣର ଏହା ପ୍ରଥମ ମାମଲା ସାମ୍ନାକୁ ଆସିଛି ।

ଯାଞ୍ଚରୁ ଜଣାପଡିଛି ଏହି ୩ ମହିଳା ବିନା ଲାଇସେନ୍ସବାଲା ସ୍ପାରୁ ଫେସିଆଲ୍ କରାଇଥିଲେ ।  ଏମାନେ ମେକ୍ସିକୋର ବିନା ଲାଇସେନ୍ସବାଲା ସ୍ପାରୁ ପ୍ଲେଟଲେଟ୍ ରିଚ୍ ପ୍ଲାଜମା ମାଇକ୍ରୋନିଡଲିଙ୍ଗ ପ୍ରକ୍ରିୟାରେ ଫେସିଆଲ କରାଇଥିଲେ ଯାହା ପରେ ସେମାନେ ଏଚଆଇଭି ଭାଇରସରେ ସଂକ୍ରମିତ ହୋଇଥିଲେ । ଏହାପରେ ସିଡିସି ନ୍ୟୁ ମେକ୍ସିକୋର ସ୍ୱାସ୍ଥ୍ୟ ବିଭାଗ ସହ ଏହା ଯାଞ୍ଚ କରାଇଥିଲେ କି କସମେଟିକ୍ ଇଞ୍ଜେକସନରେ ଏଚଆଇଭି ସଂକ୍ରମଣ କିପରି ହୋଇଛି ।

ଏହି ଭାମ୍ପାୟାର ଫେସିଆଲ ପ୍ରକ୍ରିୟା ୪୫ ମିନିଟ୍‌ରୁ ଆରମ୍ଭ କରି ଏକ ଘଣ୍ଟା ପର୍ଯ୍ୟନ୍ତ ଲାଗିଥାଏ । ବୟସର ଦାକୁ ଲଚାଇବାକୁ ଲାଗି ଏହି ଫେସିଆଲ କରାଯାଏ । ଏଥିରେ ବାହୁରୁ ରକ୍ତ ନେଇ ଇଞ୍ଜେକସନ ସାହାଯ୍ୟରେ ସେହି ବ୍ୟକ୍ତିଙ୍କ ମୁହଁରେ ଇଞ୍ଜେକ୍ଟ କରାଯାଏ ।

Get real time updates directly on you device, subscribe now.