fbpx

ପତ୍ନୀ ନାଁରେ ନେଲେ ଟିକେଟ୍, ବୁର୍ଖା ପିନ୍ଧି ସଂକ୍ରମିତ ସ୍ୱାମୀ କଲେ ବିମାନ ଯାତ୍ରା; ଏହି ଭୁଲ୍ ପାଇଁ ଧରାପଡ଼ିଲେ

ନୂଆଦିଲ୍ଲୀ: ଜଣେ କରୋନା ଭାଇରସ୍ ସଂକ୍ରମିତ ବୁର୍ଖା ପିନ୍ଧି ନିଜ ପତ୍ନୀଙ୍କ ନାମ ନେଇ ବିମାନରେ ଚଢ଼ିଗଲା । ବିମାନ ଅଧିକାରୀ ମାନଙ୍କୁ ଚକମା ଦେବାକୁ ଯାଇ ନିଜର ମୁହଁ ଘୋଡ଼ାଇ ଦେଇଥିଲା । ଏହା ସହିତ ନକଲି ଆରଟିପିସିଆର୍ ରିପୋର୍ଟ ଏବଂ ଆଇଡି ଅଧିକାରୀଙ୍କୁ ଦେଖାଇଥିଲା । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଇଣ୍ଡୋନେସିୟା ଠାରେ । ହେଲେ ଏତେ ସବୁ ପରେ ତାର ଗୋଟିଏ ଭୁଲ୍ କାରଣରୁ ଧରାପଡ଼ିଯାଇଥିଲା । ପୁଲିସ୍ ଏନେଇ କହିଛି ଯେ, ରବିବାର ଏହି ଫ୍ଲାଇଟ୍ ଜାକର୍ତ୍ତାରୁ ଟେରନାଟେକୁ ଉଡ଼ାଣ ଭରିଥିଲା । ବିମାନ ଲ୍ୟାଣ୍ଡିଂ ସମୟରେ ଏକ ଫ୍ଲାଇଟ୍ ଆଟେଣ୍ଡାଣ୍ଟ୍ ତାକୁ ପୋଷାକ ବଦଳାଉ ଥିବାର ଦେଖି ନେଇଥିଲା ।

ପୁଲିସ୍ ଅଧ୍ୟକ୍ଷ ଆଦିତ୍ୟ ଲକ୍ସିମାଦା କହିଛନ୍ତି ଯେ, ଉକ୍ତ ବ୍ୟକ୍ତି ଜଣକ ପତ୍ନୀର ନାମରେ ବିମାନ ଟିକେଟ୍ କିଣିଥିଲା । ଆଉ ନିଜର ପତ୍ନୀର ହିଁ ଆରଟିପିସିଆର୍ ରିପୋର୍ଟ ଓ ଆଇଡି ନେଇ ବିମାନରେ ଯାତ୍ରା କରିବାକୁ ବାହାରିଥିଲା । କିନ୍ତୁ ବିମାନ ଲ୍ୟାଣ୍ଡିଂ କରିବା ସମୟରେ ବ୍ୟକ୍ତିକୁ ଗିରଫ କରାଯାଇଥିଲା । ଗିରଫ ପରେ ତାର କୋଭିଡ୍ ଯାଞ୍ଚ କରାଯାଇଥିଲା ଏବଂ ସେଥିରେ ରିପୋର୍ଟ ପଜିଟିଭ୍ ଆସିଥିଲା ।

ବର୍ତ୍ତମାନ ଅଭିଯୁକ୍ତ ଜଣକ ସେଲ୍ଫ ଆଇସୋଲେସନ୍ ରେ ରଖାଯାଇଛି । ତେବେ ଇଣ୍ଡୋନେସିୟାରେ କୋଭିଡ୍ ମାମଲା ବଢ଼ିବାରେ ଲାଗିଛି । ଲଗାତର ଭାବେ ଏଠାରେ ମାମଲା ରେ ବୃଦ୍ଧି ହେଉଥିବା ଦେଖିବାକୁ ମିଳିଛି । ଏଠାରେ ୨୪ ଘଣ୍ଟାରେ ୩୩ ହଜାର ୭୭୨ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଏଥିସହିତ ୧ହଜାର ୩୮୩ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.