fbpx
BJD SKY
BJD SKY

ପୋଷ୍ଟ ଅଫିସ୍ ର ଏହି ସ୍କିମ୍ ରେ କରନ୍ତୁ ନିବେଶ, ପ୍ରତିମାସରେ ମିଳିବ ସୁଧ

BJD

ନୂଆଦିଲ୍ଲୀ: ପୋଷ୍ଟ ଅଫିସରେ ସ୍କିମରେ ନିବେଶ କରିବା ସବୁବେଳେ ସୁରକ୍ଷିତ ବୋଲି କୁହାଯାଏ । କେବଳ ସହରାଞ୍ଚଳ ନୁହେଁ ବରଂ ଗ୍ରାମାଞ୍ଚଳରେ ମଧ୍ୟ ନିବେଶ କରିବାକୁ ଲୋକମାନେ ଭରଷା କରିଥାନ୍ତି । ଏଥିରେ ଆପଣଙ୍କ ଟଙ୍କା ସୁରକ୍ଷିତ ରହିବା ସହ ଭଲ ରିଟର୍ଣ୍ଣ ମଧ୍ୟ ମିଳିଥାଏ । ଆମେ ପୋଷ୍ଟ ଅଫିସର ଏଭଳି ଏକ ସ୍କିମ୍ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆପଣ କମ୍ ନିବେଶ ସହ ଆରମ୍ଭ କରିପାରିବେ ଏବଂ ଏହାର ଖାସ୍ କଥା ହେଲା ଏଥିରେ ଆପଣଙ୍କ ଜମା ଉପରେ ଦିଆଯାଉଥିବା ସୁଧ ଆପଣଙ୍କୁ ପ୍ରତିମାସରେ ମିଳିଯିବ ।

ଉଦାହରଣ ପାଇଁ ଆପଣ ଯଦି ମାସର ପ୍ରଥମ ତାରିଖରେ ଏହି ସ୍କିମରେ ୨୦୦୦ ଟଙ୍କା ନିବେଶ କରୁଛନ୍ତି ତେବେ ମାସ ଶେଷରେ ଆପଣଙ୍କୁ ଆପଣଙ୍କ ନିବେଶର ସୁଧ ମିଳିଯିବ । ଏହିଭଳି ପ୍ରତିମାସରେ ଆପଣଙ୍କ ଜମା ରାଶି ବଢ଼ିବା ସହ ଏହା ଉପରେ ମିଳୁଥିବା ସୁଧ ମଧ୍ୟ ବଢ଼ିବ । ସୁଧ ହାର ବାର୍ଷିକ ସୁଧ ହାର ହିସାବରେ ରହିବ । ଏହି ସ୍କିମ ହେଉଛି ପୋଷ୍ଟ ଅଫିସ୍ ର ମାସିକିଆ ସ୍କିମ (ଏମଆଇଏସ) ।

ଏମଆଇଏସରେ ଆପଣ ୧୦୦୦ ଟଙ୍କାରୁ ଆପଣଙ୍କ ନିବେଶ ଆରମ୍ଭ କରିପାରିବେ । ଏହାପରେ ପ୍ରତିମାସରେ ଏଥିରେ ଆପଣଙ୍କୁ ଟଙ୍କା ଯୋଡ଼ିବାକୁ ପଡ଼ିବ । ଏହି ସ୍କିମରେ ଜଣେ ବ୍ୟକ୍ତି ପ୍ରାୟ   ୪.୫ ଲକ୍ଷ ଟଙ୍କା ଜମା କରିପାରିବେ । ସର୍ବାଧିକ ୫ ବର୍ଷ ପାଇଁ ଏହି ସ୍କିମରେ ନିବେଶ କରିପାରିବେ ।

ଏହି ସ୍କିମରେ ନିବେଶକଙ୍କୁ ୬.୬ ପ୍ରତିଶତ ବାର୍ଷିକ ସୁଧ ମିଳିଥାଏ ଯାହାର ସୁଧ ଆପଣଙ୍କୁ ପ୍ରତିମାସରେ ମିଳିଥାଏ । ଯଦି ଆପଣ ମାସିକ ସୁଧ ନେଉନାହାନ୍ତି ତେବେ ତାହା ଅଲଗା ରହିବ କିନ୍ତୁ ତାହା ଉପରେ କୌଣସି ସୁଧ ମିଳିବ ନାହିଁ । ଆପଣଙ୍କୁ ସର୍ବନିମ୍ନ ଏକ ବର୍ଷ ଟଙ୍କା ରଖିବାକୁ ପଡ଼ିଥାଏ । ଏକ ବର୍ଷ ପୂର୍ବରୁ ମଧ୍ୟ ଟଙ୍କା କାଢ଼ିପାରିବେ କିନ୍ତୁ ଏଥିପାଇଁ କିଛି ପେନାଲ୍ଟି ଭରିବାକୁ ପଡ଼ିବ । ଏକ ବର୍ଷ ପରେ ଏବଂ ୩ ବର୍ଷ ପୂର୍ବରୁ ଆକାଉଣ୍ଟ ବନ୍ଦ କଲେ ମୂଳଧନରୁ ୨ ପ୍ରତିଶତ କାଟି ଟଙ୍କା ଫେରସ୍ତ କରାଯାଇଥାଏ । ସେହିଭଳି ୩ ବର୍ଷ ପରେ ଏବଂ ୫ ବର୍ଷ ପୂର୍ବରୁ ଟଙ୍କା କାଢ଼ିଲେ ୧ ପ୍ରତିଶତ କାଟି ଟଙ୍କା ଫେରସ୍ତ କରାଯିବ । ନିବେଶ ଅବଧି ସମୟ ମଧ୍ୟରେ ଯଦି ଖାତାଧାରକଙ୍କ ମୃତ୍ୟୁ ହେଉଛି ତେବେ ଟଙ୍କା ନୋମିନୀ ଭାବରେ ନାମିତ ବ୍ୟକ୍ତି କିମ୍ବା ଆଇନଗତ ସଂପର୍କୀୟଙ୍କ ମିଳିବ ।

Get real time updates directly on you device, subscribe now.