fbpx

ମାଆଙ୍କୁ ହରାଇ କାନ୍ଦୁଛି ଭାରତ: ମୋଦୀଙ୍କ ପରିବାରରେ ଆଉ କିଏ ସବୁ ଅଛନ୍ତି: ଭାଇଭଉଣୀ କେଉଁଠି, କ’ଣ କରୁଛନ୍ତି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ ୧୦୦ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି । ଗୁଜରାଟର ଅହମ୍ମଦାବାଦର ଏକ ହସ୍ପିଟାଲରେ ସେ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଗତ ବୁଧବାର ଦିନ ମୋଦୀ ଶେଷଧର ପାଇଁ ମାଆଙ୍କୁ ସାକ୍ଷାତ କରିଥିଲେ । ପୁତ୍ର ପିଏମ ପଦରେ ଅଧିଷ୍ଠିତ ଥିଲେ ହେଁ ହୀରାବେନ ଅତି ସାଧାରଣ ଜୀବନ ବିତାଉଥିଲେ । ମାଆଙ୍କ ଛଡ଼ା ମୋଦୀଙ୍କ ଭାଇଭଉଣୀମାନେ ମଧ୍ୟ ଲାଇଲାଇଟରୁ ଦୂରେଇ ରହିଛନ୍ତି ।

ନରେନ୍ଦ୍ର ମୋଦୀଙ୍କ ପିତା ଦାମୋଦର ଦାସ ମୋଦୀଙ୍କ ୫ ଜଣ ଭାଇ ଥିଲେ । ସେମାନଙ୍କ ନାମ ହେଉଛି, ନରସିଂହ ଦାସ, ନରୋତ୍ତମ ଦାସ, ଜଗଜୀବନ ଦାସ, ଜୟନ୍ତୀଲାଲ, କାନ୍ତିଲାଲ । ଜୟନ୍ତୀଲାଲ ଶିକ୍ଷକ ଭାବେ ଅବସର ଗ୍ରହଣ କରିଛନ୍ତି । ତାଙ୍କର କନ୍ୟା ଲୀନା ବେନଙ୍କ ପତି ବସ୍ କଣ୍ଡକ୍ଟର ଥିଲେ । ପିଏମ୍ ମୋଦୀଙ୍କ ମାଆ ହୀରା ବା ଦାମୋଦର ଦାସ ମୂଲଚନ୍ଦ ମୋଦୀଙ୍କୁ ବିବାହ କରିଥିଲେ । ହୀରାବେନ ଓ ଦାମୋଦର ଦାସ ମୋଦୀଙ୍କ ୬ଟି ସନ୍ତାନ ଥିଲେ । ପିଏମ୍ ମୋଦୀ ତୃତୀୟ ନମ୍ବର ସନ୍ତାନ ଥିଲେ । ଅମୃତ ମୋଦୀ, ପଙ୍କଜ ମୋଦୀ, ପ୍ରହ୍ଲାଦ ମୋଦୀ, ସୋମା ମୋଦୀ ଓ କନ୍ୟା ବାସନ୍ତୀ ବେନ ହଂସମୁଖଲାଲ ମୋଦୀ ହୀରାବେନଙ୍କ ସନ୍ତାନ ଥିଲେ ।

ବାସନ୍ତୀବେନ ପିଏମ୍ ମୋଦୀଙ୍କ ଏକମାତ୍ର ଭଉଣୀ ଥିଲେ । ଭଉଣୀଙ୍କର ଚର୍ଚ୍ଚା ମିଡ଼ିଆରେ ବହୁତ କମ୍ ହୋଇଥାଏ । ବାସନ୍ତୀବେନଙ୍କ ପତିଙ୍କ ନାମ ହେଉଛି ହସମୁଖ ଭାଈ, ଯେ କି ଏଲଆଇସିରେ ଥିଲେ । ହୀରା ବା’ଙ୍କ ପରି ବାସନ୍ତୀବେନ ମଧ୍ୟ ଜଣେ ଗୃହିଣୀ ଅଟନ୍ତି । ୫ ଭାଇଙ୍କ ମଧ୍ୟରେ ବାସନ୍ତୀବେନ ଏକମାତ୍ର ଭଉଣୀ ଅଟନ୍ତି । ପିଏମ୍ ମୋଦୀଙ୍କ ବଡ଼ ଭାଇ ହେଉଛନ୍ତି ସୋମା ମୋଦୀ । ସେ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି । ବର୍ତ୍ତମାନ ସେ ଅହମ୍ମଦାବାଦରେ ଏକ ଓଲ୍ଡ ଏଜ ହୋମ୍ ପରିଚାଳନା କରିବା ସହିତ ସମାଜସେବା କରୁଛନ୍ତି ।

ମୋଦୀଙ୍କ ଦ୍ୱିତୀୟ ଭାଇଙ୍କ ନାମ ହେଉଛି ଅମୃତ ଭାଈ ମୋଦୀ । ସେ ଅହମ୍ମବାଦରେ ରୁହନ୍ତି । ତାଙ୍କର ପତ୍ନୀଙ୍କ ନାମ ହେଉଛି ଚନ୍ଦ୍ରକାନ୍ତା ବେନ । ଅମୃତ ଭାଈ ପୂର୍ବରୁ ଲେଥ ମେଶିନ୍ ଅପରେଟର ଥିଲେ । ଅବସର ପରେ ଏବେ ସେ ଅହମ୍ମଦାବାଦର ଘାଟଲୋଦିୟା ଅଞ୍ଚଳରେ ଚାରିଟି ରୁମ୍ ବିଶିଷ୍ଟ ଏକ ଘରେ ରହୁଛନ୍ତି । ତାଙ୍କ ସହିତ ତାଙ୍କର ପୁତ୍ର ସଞ୍ଜୟ, ପତ୍ନୀ ଓ ପିଲାମାନେ ରହୁଛନ୍ତି । ସଞ୍ଜୟ ଛୋଟବଡ଼ କାରବାର କରିବା ସହିତ ଲେଥ ମେଶିନରେ କିଛି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ।

ପିଏମ୍ ମୋଦୀଙ୍କ ହେଉଛନ୍ତି ତୃତୀୟ ନମ୍ବର ଭାଇ । ସୋମାଭାଈ ଓ ଅମୃତଭାଈ ମୋଦୀଙ୍କଠାରୁ ବଡ଼ ହୋଇଥିବା ବେଳେ ପ୍ରହ୍ଲାଦ ଓ ପଙ୍କଜ ଛୋଟ ଅଟନ୍ତି । ପିଏମ୍ ମୋଦୀଙ୍କ ଛୋଟ ଭାଇଙ୍କ ପ୍ରହ୍ଲାଦ ଅହମ୍ମଦାବାଦରେ ଏକ ଟାୟାର ଦୋକାନ କରିଛନ୍ତି । ଗତ ୨୦୨୯ରେ ପ୍ରହ୍ଲାଦଙ୍କ ପତ୍ନୀ ଭଗବତୀବେନ ମୋଦୀଙ୍କ ଦେହାନ୍ତ ହୋଇଥିଲା । ନିକଟରେ ପ୍ରହ୍ଲାଦଙ୍କର ଗାଡ଼ି ଦୁର୍ଘଟଣା ହୋଇଥିଲା । ପ୍ରହ୍ଲାଦ ସର୍ବଦା ରାଜନୀତିରୁ ଦୂରେଇ ରହିଛନ୍ତି । ପିଏମ୍ ମୋଦୀଙ୍କ ସବୁଠାରୁ ଛୋଟ ଭାଇ ହେଉଛନ୍ତି ପଙ୍କଜ । ସେ ଗାନ୍ଧିନଗରରେ ପତ୍ନୀ ସୀତାବେନଙ୍କ ସହିତ ରହୁଛନ୍ତି । ସେ ସୂଚନା ବିଭାଗରୁ ଅବସର ଗ୍ରହଣ କରିଛନ୍ତି ।

ପିଏମ୍ ମୋଦୀଙ୍କ ଚାଚା ନରସିଂହ ଦାସ ମୋଦୀଙ୍କ ପୁତ୍ର ଭରତ ଭାଈ ମୋଦୀ ବଡନଗରଠାରୁ ୬୫ କିମି ଦୂରେ ଏକ ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଛନ୍ତି । ମୋଦୀଙ୍କ ଅନ୍ୟ ସମ୍ପର୍କୀୟ ଭାଇମାନେ ଅଲଗା ଅଲଗା କାର୍ଯ୍ୟ କରୁଛନ୍ତି । ପିଏମ୍ ମୋଦୀଙ୍କ ପରିବାରର ସମସ୍ତ ସଦସ୍ୟ ସର୍ବଦା ଲାଇମଲାଇଟ ଠାରୁ ଦୂରେଇ ରହିଛନ୍ତି । ଭାଇ ଓ ଭଣଜା/ପୁତୁରାମାନେ ଅତି ସାଧାରଣ ଜୀବନ ବିତାଉଥିବା ପିଏମ୍ ମୋଦୀ ଅନେକ ସମୟରେ ପ୍ରଶଂସା କରିବା ସହ କହିଛନ୍ତି । ତେବେ ଭାରତବର୍ଷର ପିଏମ୍ ମୋଦୀଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ଲାଇଫଷ୍ଟାଇଲକୁ ପର୍ଯ୍ୟାଲୋଚନା କଲେ ଏହା ସ୍ପଷ୍ଟ ହୁଏ ଯେ, ଆଜିର ଦୁନିଆରେ ଏହା ଏକ ଦୁର୍ଲ୍ଲଭ ଘଟଣା ।

Get real time updates directly on you device, subscribe now.