fbpx

୧୩ ରାଜ୍ୟ ଏବଂ ୧୨ କୋଟି ଜନସଂଖ୍ୟା, ଜାଣନ୍ତୁ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବାରେ ବିଜେପି କେତେ ମିଳିବ ଫାଇଦା

ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ କରିଛି। ଦଳ ଏମିତି ପଦକ୍ଷେପ ନେଇ ଦେଶର ୧୦ ପ୍ରତିଶତ ଜନଜାତି ସମୁଦାୟ ମଧ୍ୟରେ ବଡ ସନ୍ଦେଶ ଦେଇଛି। ଅବହେଳିତ ହୋଇ ରହିଥିବା ଏହି ସମୁଦାୟରେ ବର୍ତ୍ତମାନ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ଵରେ ଅନେକ ଆଶା ଜାଗି ଉଠିବ। ପ୍ରଥମ ଥର ଦେଶକୁ ଆଦିବାସୀ ରାଷ୍ଟ୍ରପତି ମିଳିବାକୁ ଯାଉଛି।

୨୦୧୧ ଜନଗଣନା ଅନୁଯାୟୀ, ଦେଶରେ ପ୍ରାୟ ୧୨ କୋଟି ଜନଜାତିର ଲୋକ ଅଛନ୍ତି। ପଞ୍ଚମ ଏବଂ ଷଷ୍ଠ ଅନୁସୂଚୀ ରାଜ୍ୟଗୁଡିକରେ ଏମାନଙ୍କ ଉପସ୍ଥିତି ମଜବୁତ ରହିଛି। ରାଜନୈତିକ ବିଶ୍ଳେଷକଙ୍କ ମତରେ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ଵରେ ବିଜେପିକୁ ପଞ୍ଚମ ଏବଂ ଷଷ୍ଠ ଅନୁସୂଚୀ ରାଜ୍ୟରେ ଜନଜାତିଙ୍କ ଭୋଟ୍ ପାଇବାରେ ସଫଳତା ମିଳିବ। ଷଷ୍ଠ ଅନୁସୂଚୀ ରାଜ୍ୟ ଆସାମ, ମେଘାଳୟ, ତ୍ରିପୁରା, ମିଜୋରାମରେ ଜନଜାତି ସମାଜର ଲୋକ ସଂଖ୍ୟା ଅଧିକ ରହିଛି। ଆସାମରେ ୧୨ ପ୍ରତିଶତ, ତ୍ରିପୁରାରେ ୩୧ ପ୍ରତିଶତ, ମେଘାଳୟରେ ୮୬ ପ୍ରତିଶତ ଏବଂ ମିଜୋରାମରେ ୯୫ ପ୍ରତିଶତରୁ ଅଧିକ ଜନଜାତି ସମୁଦାୟର ଲୋକେ ବସବାସ କରନ୍ତି।

ପଞ୍ଚମ ଅନୁସୂଚୀ ରାଜ୍ୟ ଝାଡଖଣ୍ଡରେ ପ୍ରାୟ ୨୭ ପ୍ରତିଶତ ଆଦିବାସୀ ବସବାସ କରୁଛନ୍ତି। ଛତିଶଗଡରେ ୩୦, ମଧ୍ୟ ପ୍ରଦେଶରେ ୨୧, ଓଡିଶାରେ ୨୨.୮୫ , ରାଜସ୍ଥାନରେ ୧୩.୪୮, ଗୁଜରାଟରେ ୮, ପଶ୍ଚିମବଙ୍ଗରେ ୫.୮, ହିମାଚଳ ପ୍ରଦେଶରେ ୫.୭ ପ୍ରତିଶତ ଜନସଂଖ୍ୟା ହେଉଛନ୍ତି ଆଦିବାସୀ। ବିଶେଷ କରି ବିଜେପିର ନଜର ଓଡିଶା, ରାଜସ୍ଥାନ, ଝାଡଖଣ୍ଡ ଏବଂ ଛତିଶଗଡ ଉପରେ ରହିଛି।

ବିଜେପିକୁ ଦେଶର ପଞ୍ଚମ ଏବଂ ଷଷ୍ଠ ଅନୁସୂଚୀ ରାଜ୍ୟଗୁଡିକରେ ଆଞ୍ଚଳିକ ଦଳଗୁଡିକ କଣ୍ଟା ସାଜିଛନ୍ତି। ଆନ୍ଧ୍ର ପ୍ରଦେଶରେ ଓ୍ଵାଇଏସଆରସିଡି, ଝାଡଖଣ୍ଡରେ ଜେଏମଏମ, ଓଡିଶାରେ ବିଜେଡି, ପଶ୍ଚିମବଙ୍ଗରେ ଟିଏମସିକୁ ମାତ୍ ଦେବା ପାଇଁ ବିଜେପି ଆଦିବାସୀ ସମାଜକୁ ଯୋଡିବାର ପ୍ରୟାସ ଆରମ୍ଭ କରିଦେଇଛି। ଜଳ, ଜଙ୍ଗଲ, ଜମି ଉପରେ ଆଦିବାସୀଙ୍କ ଅଧିକାର ସୁନିଶ୍ଚିତ କରିବା ପାଇଁ ପେସା ଆଇନ ଲାଗୁ କରାଯାଇଛି। ମାତ୍ର ଏଥିରେ ଆଦିବାସୀଙ୍କୁ ବିଶେଷ ଲାଭ ମିଳିନାହିଁ।

ଆଦିବାସୀଙ୍କ ମଧ୍ୟରେ ସଶକ୍ତ ସମ୍ବାଦ ସ୍ଥାପିତ ହେବ

ରାଞ୍ଚି ବିଶ୍ଵ ବିଦ୍ୟାଳୟର ପୂର୍ବତନ ଡିନ୍ ସାମାଜିକ ବିଜ୍ଞାନର ସହ ମାନବଶାସ୍ତ୍ରୀ ଡ.କରାମ ଓରାମଙ୍କ ମତରେ ଦ୍ରୌପଦୀ ମୁର୍ମୁ ନିରପକ୍ଷେ ନିର୍ଣ୍ଣୟ ନେଇଥାନ୍ତି। ଏହାର ଉଦାହରଣ ସେ ରଘୁବର ଦାସଙ୍କ ଗତ ସରକାରରେ ସିଏନଟି-ଏସପିଟି ଆକ୍ଟରେ ସଂଶୋଧନ ପ୍ରସ୍ତାବକୁ ଫେରାଇ ଦେଇ ସାରିଛନ୍ତି। ସେ ରାଷ୍ଟ୍ରପତି ହେଲେ ପେସା ଆଇନ ପ୍ରଭାବଶାଳୀ ହୋଇ ପାରିବ।

 

Get real time updates directly on you device, subscribe now.