fbpx
BSKY SKY
BSKY SKY

ବଢିଲା ମହଙ୍ଗା ଭତ୍ତା, ଜାଣନ୍ତୁ କେତେ ଟଙ୍କା ବୃଦ୍ଧି ପାଇବ ଆପଣଙ୍କ ସାଲାରୀ?

BSKY

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ଡିଏରେ ୪ ପ୍ରତିଶତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏହି ବୃଦ୍ଧିପରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ଆସନ୍ତା ଜୁଲାଇ ପହିଲାରୁ ଏହି ନୂଆ ଦର ଲାଗୁ କରାଯିବ । ଗତ ମାର୍ଚ୍ଚ ମାସରୁ ଏହି ଡିଏ ୩ ପ୍ରତିଶତ ବୃଦ୍ଧି କରାଯାଇଥିଲା । ତେବେ ଡିଏରେ ୪ ପ୍ରତିଶତ ବୃଦ୍ଧି କରାଯିବା ପରେ କର୍ମଚାରୀମାନଙ୍କ ଦରମା କେତେ ବଢିବ ? ଆସନ୍ତୁ ଜାଣିବା ଏହାର ସମସ୍ତ ହିସାବ…

ଡିଏରେ ଏହି ୪ ପ୍ରତିଶତ ବୃଦ୍ଧି ପରେ ଯଦି କୌଣସି କର୍ମଚାରୀଙ୍କ ଦରମା ୨୦ହଜାର ହୋଇଥାଏ, ତେବେ ତାହା ବୃଦ୍ଧି ପାଇ ଡିଏ ୭,୬୦୦ଟଙ୍କ ହୋଇଯିବ । ଏହି ବୃଦ୍ଧି ପୂର୍ବରୁ ଯଦି ୩୪ ପ୍ରତିଶତ ହାରରେ କର୍ମଚାରୀଙ୍କୁ ୬,୮୦୦ ଟଙ୍କା ମିଳୁଥିଲା, ତେବେ ୪ ପ୍ରତିଶତ ବୃଦ୍ଧି ହେବା ପରେ ତାଙ୍କ ଦରମାରେ ୮୦୦ ଟଙ୍କ ବୃଦ୍ଧି ପାଇବ । ଏହାଦ୍ୱାରା ବାର୍ଷିକ ୯,୬୦୦ ଟଙ୍କା ଅଧିକ ପାଇବେ କର୍ମଚାରୀ ।

ବର୍ତ୍ତମାନର ମହଙ୍ଗା ମାଡକୁ ନଜରରେ ରଖି ଡିଏରେ ୪ ପ୍ରତିଶତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପ୍ରାୟ ୫୦ ଲକ୍ଷ କର୍ମଚାରୀ ଯାହାର ଫାଇଦା ଉଠାଇ ପାରିବେ । ଏହାବ୍ୟତୀତ ୬୫ ଲକ୍ଷ ପେନସନ ଉପଭୋକ୍ତା ମଧ୍ୟ ଏହାର ଲାଭ ଉଠାଇପାରିବେ । ତେବେ ପୂଜା ଅବସରରେ କର୍ମଚାରୀମାନଙ୍କୁ ଏହା ସରକାରଙ୍କ ତରଫରୁ ଉପହାର ବୋଲି କୁହାଯାଇଛି ।

Get real time updates directly on you device, subscribe now.