fbpx

ଚଞ୍ଚଳ ମନକୁ ନିୟନ୍ତ୍ରଣ କରିବା ପାଇଁ ଆପଣାନ୍ତୁ ଏହି ଉପାୟ: ମିଳିବ ଅପୂର୍ବ ଶାନ୍ତି

ନୂଆଦିଲ୍ଲୀ: ମନ ଏବଂ ଶରୀରକୁ ପ୍ରତି ମୁହୂର୍ତ୍ତରେ ଚିନ୍ତାମୁକ୍ତ ଏବଂ ଶାନ୍ତ ରଖିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସୁସ୍ଥ ରହିବା ପାଇଁ ଏହା ପ୍ରତ୍ୟେକ ବ୍ୟକ୍ତି ପାଇଁ ଅତ୍ୟନ୍ତ ଆବଶ୍ୟକୀୟ । ଏମିତି ପରିସ୍ଥିତିରେ ଶାନ୍ତ ରହିବାକୁ ବିଭିନ୍ନ ଉପାୟରେ ଉପାୟରେ ମନ ଏବଂ ଶରୀରକୁ ଆରାମ ଦେବା ଆବଶ୍ୟକ । ତେଣୁ ପ୍ରଥମେ ଆମକୁ ଚାପରୁ ମୁକ୍ତି ପାଇବାର ଉପାୟ ଜାଣିବାକୁ ହେବ । ତେବେ ଆସନ୍ତୁ ଜାଣିବା ଏହାର ଉପାୟ ।

ପରିବାରଏବଂ ସାଙ୍ଗସାଥୀଙ୍କ ସହିତ ସମୟ ବିତାଇବା ଦ୍ୱାରା ମନ ଏବଂ ଆପଣଙ୍କ ଚିନ୍ତା ଦୂର ହୋଇପାରେ । ଏହାସହିତ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିବା ପାଇଁ ଏହା ଏକ ସୁନ୍ଦର ଉପାୟ ହୋଇପାରେ । ଯେପରିକି ବଣଭୋଜି କିମ୍ବା ଫୋନରେ ଚାଟିଂ କରିବା ହେଉ କି ସେହିପରି କିଛି କାର୍ଯ୍ୟ ଯାହା ଆପଣଙ୍କୁ ନିଜ ସାଙ୍ଗସାଥୀଙ୍କ ସହ ଯୋଡି ପାରିବ ସେହିଭଳି କାର୍ଯ୍ୟରେ ନିଜକୁ ଲିପ୍ତ ରଖନ୍ତୁ । ଏହା ଦ୍ୱାରା ଆପଣ ହାଲକା ଅନୁଭବ କରିବା ସହ ଆରାମ ଅନୁଭବ କରିବେ । ଏଭଳି ଆକ୍ଟିଭିଟି ଆପଣଙ୍କୁ ଚାପମୁକ୍ତ କରିବାରେ ଖୁବ ସହାୟକ ହୋଇଥାଏ । ଦୈନନ୍ଦିନ ଜୀବନରେ ଆମ ସହ ବୃଦ୍ଧି ପାଉଥିବା ଚାପରୁ ମୁକ୍ତି ପାଇବାର ଆଉ ଏକ ଭଲ ଉପାୟ ହେଉଛି ପଢିବା । ପ୍ରତିଦିନ କିଛି ନୂଆ ନୂଆ ଜିନିଷ ପଢିବା ପାଇଁ ଚେଷ୍ଟା କରନ୍ତୁ । ଏହା ଆପଣଙ୍କୁ ଚାପଗ୍ରସ୍ତ ପରିସ୍ଥିତିରୁ ବାହାର କରି ନୂଆ ଦୁନିଆରେ ପହଞ୍ଚାଇପାରିବ । ଯାହାଦ୍ୱାରା ମନକୁ ଶାନ୍ତ ରଖିବା ସହଜ ହୋଇପାରିବ ।

ଶାରୀରିକ ଗତିବିଧି ଦ୍ୱାରା ଚାପମୁକ୍ତ କରିବା ଏବଂ ନିଜ ମନୋବଳ ବଢାଇବା ଏକ ଉପାୟ ହୋଇପାରେ । ଦୌଡିବା କିମ୍ବା ଯୋଗ/ବ୍ୟାୟାମ କରିବା କିମ୍ବା ପ୍ରାକୃତିକ ସ୍ଥାନରେ ପରିଭ୍ରମଣ ଭଳି କାର୍ଯ୍ୟରେ ନିଜକୁ ବ୍ୟସ୍ତ ରକି ଚାପରୁ ମୁକ୍ତି ପାଇପାରିବେ । ତେବେ ସବୁଠୁ ଭଲ ଉପାୟ ହେଉଛି ସଂଗୀତ । ଏହା ଆପଣଙ୍କ କୌଣସି ବି ମାନସିକ ସ୍ତରକୁ ପରିବର୍ତ୍ତନ କରିପାରେ । ମାନସିକ ସ୍ତରରେ ଆପଣଙ୍କ ଭାବନା ଉପରେ ଏକ ପ୍ରଭାବ ପକାଇଥାଏ ସଂଗୀତ । ଗୀତ ଶୁଣି ଆପଣ ନିଜକୁ ଚାପରୁ ହାଲକା ଅନୁଭବ କରିପାରିବେ । ମନକୁ ଶାନ୍ତି କରିବାର ଆଉ ଏକ ଭଲ ଉପାୟ ହେଉଛି ଧ୍ୟାନ କରିବା । ଏକାନ୍ତ ସ୍ଥାନରେ ବସି ଆକି ବନ୍ଦ କରି ନିଜ ଶ୍ୱାସକ୍ରିୟା ଉପରେ ଧ୍ୟନ ଦିଅନ୍ତୁ । ଏହାଦ୍ୱାରା ମନରେ ଉଚ୍ଚ ବିଚାର ଆସିବା ସହ ଏକ ସକରାତ୍ମକ ମନୋଭାବ ଜାଗ୍ରତ ହୋଇଥାଏ ।

Get real time updates directly on you device, subscribe now.