fbpx

ଅଗଷ୍ଟ ୨୨ରେ ରକ୍ଷାବନ୍ଧନ; ଜାଣି ରଖନ୍ତୁ ରାଖୀ ବାନ୍ଧିବାର ଶୁଭ ସମୟ

ଚଳିତ ବର୍ଷ ଅଗଷ୍ଟ ୨୨ ଅର୍ଥାତ ଆସନ୍ତା ରବିବାରରେ ପଡ଼ୁଛି ରକ୍ଷାବନ୍ଧନର ପବିତ୍ର ପର୍ବ । ଏହି ପବିତ୍ର ଦିନରେ ଭଉଣୀ ଭାଇ ହାତରେ ରାଖିବାନ୍ଧିଥାଏ ଏବଂ ଭାଇ ଭଉଣୀକୁ ଉପହାର ଦେଇଥାଏ । ଧାର୍ମିକ ମାନ୍ୟତା ଅନୁଯାୟୀ ଶୁଭ ମୁହୂର୍ତ୍ତରେ ରାଖୀ ବାନ୍ଧିବାର ଅଧିକ ମହତ୍ୱ ରହିଛି । ତେବେ ଆସନ୍ତୁ ଜାଣିବା ଏ ବର୍ଷ ରାଖୀ ବାନ୍ଧିବା ପାଇଁ କ’ଣ ରହିଛି ଶୁଭ ମୁହୂର୍ତ୍ତ ।

ଚଳିତ ବର୍ଷ ରକ୍ଷାବନ୍ଧନରେ ଘନିଷ୍ଠା ନକ୍ଷତ୍ର ସହ ଶୋଭନ ଯୋଗର ଶୁଭ ସଂଯୋଗ ହେଉଛି । ଶୋଭନ ଯୋଗରେ ଶୁଭ ବୃଦ୍ଧି ହୋଇଥାଏ । ଏହି ଦିନ ପୂର୍ଣ୍ଣମା ତିଥି ସନ୍ଧ୍ୟା ୫:୩୧ ପର୍ଯ୍ୟନ୍ତ ଏବଂ ଏହାପରେ ଘନିଷ୍ଠା ନକ୍ଷତ୍ରରେ ରାତ୍ରି ୭:୩୮ ପର୍ଯ୍ୟନ୍ତ ରହିଛି । ଚନ୍ଦ୍ରମା କୁମ୍ଭ ରାଶିରେ ଅବସ୍ଥାନ କରିବେ ।

ରାଖୀ ବାନ୍ଧିବାର ଶୁଭ ସମୟ- ୨୨ ଅଗଷ୍ଟ ସକାଳ ୬:୧୫ ରୁ ୫:୩୧ ମଧ୍ୟରେ ଯେକୌଣସି ସମୟରେ ରାଖୀ ବାନ୍ଧିବା ପାଇଁ ଶୁଭ ସମୟ ରହିଛି ।

ରାଖୀ ବାନ୍ଧିବା ସମୟରେ ଏହି ମନ୍ତ୍ର ନିଶ୍ଚୟ ପଢ଼ନ୍ତୁ- ‘ଓଁ ୟେନ ବଦେ୍ଧା ବଲୀ ରାଜା ଦାନବେନ୍ଦ୍ରୋ ମହାବଲଃ । ତେନ ତ୍ୱାମଭି ବଧ୍ନାମି ରକ୍ଷେ ମା ଚଲ ମା ଚଲ ।’

ପଦ୍ଧତି- ଧାର୍ମିକ ବିଶ୍ୱାସ ଅନୁଯାୟୀ, ରାଖୀ ବାନ୍ଧିବାବେଳେ ଭାଇର ମୁହଁ ପୂର୍ବ ଦିଗ ଏବଂ ଭଉଣୀର ପଶ୍ଚିମ ଦିଗକୁ ରହିବା ଉଚିତ୍। ସର୍ବପ୍ରଥମେ, ଭଉଣୀମାନେ ଅକ୍ଷତ, ଟିକାକୁ ଭାଇଙ୍କୁ ଲଗାନ୍ତୁ । ଘିଅ ଦୀପରେ ଆଳତୀ କରନ୍ତୁ, ଏହାପରେ ମିଠା ଖାଇବା ପରେ ଡାହାଣ ହାତରେ ରାଖୀ ବାନ୍ଧନ୍ତୁ ।

Get real time updates directly on you device, subscribe now.