କଡ଼ା ଧାରଣ କରିବା ପୂର୍ବରୁ ଜାଣନ୍ତୁ ନିୟମ, ମିଳିବ ଏହି ଫାଇଦା

ଜ୍ୟୋତିଷଙ୍କ ପରାମର୍ଶ ବିନା କଡ଼ା ଧାରଣ କରିବା ପଡ଼ିପାରେ ମହଙ୍ଗା । ଜାଣନ୍ତୁ କ’ଣ ରହିଛି ନିୟମ ।

ଓଡ଼ିଶା ଭାସ୍କର: ଆଜିକାଲି ହାତରେ ‘କଡ଼ା’ ପିନ୍ଧିବା ଏକ ଫ୍ୟାଶନରେ ପରିବର୍ତ୍ତନ ହୋଇଛି । ଏହା ଧାର୍ମିକ ମାନ୍ୟତାକୁ ମଧ୍ୟ ସୂଚାଇଥାଏ ।

ଅଧିକାଂଶ ବ୍ୟକ୍ତି ବିନା ଜ୍ୟୋତିଷଙ୍କ ପରାମର୍ଶରେ ‘କଡ଼ା’ ପିନ୍ଧିଥାନ୍ତି ।

ଏଥିପାଇଁ ପରବର୍ତ୍ତୀ ସମୟରେ ସେମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିିବାକୁ ପଡ଼ିଥାଏ ।

ରାଶି ଅନୁଯାୟୀ କଡ଼ା: ବିଭିନ୍ନ ଧାତୁରେ ନିର୍ମିତ କଡ଼ା ବ୍ୟବହାର କରିବା ତଦାନୁରୂପ ଫଳ ପ୍ରଦାନ କରିଥାଏ । ବିଶେଷ କରି ରାଶି ଅନୁଯାୟୀ କଡ଼ା ପିନ୍ଧିବା ଶୁଭ ହୋଇଥାଏ ।

କଡ଼ା ଧାରଣ କରିବାର ଅନେକ ନିୟମ ରହିଛି ଯାହାର ପାଳନ କରିବା ଦ୍ୱାରା ଭାଗ୍ୟୋଦୟ ହୋଇଥାଏ ।

କେଉଁ ଧାତୁର କଡ଼ା ପିନ୍ଧିବେ ?

– ରୂପା କଡ଼ା: ରୂପା କଡ଼ା ଧାରଣ କଲେ ଚନ୍ଦ୍ର ଏବଂ ଶୁକ୍ର ଗ୍ରହ ମଜବୁତ ହୋଇଥାଏ । ଚନ୍ଦ୍ର ସହ ଜଡ଼ିତ ସମସ୍ତ ଦୋଷ ଦୂର ହୋଇଥାଏ ।

ମନ ସ୍ଥିର ରହିବା ସହ ହେବା ସହ ଏକାଗ୍ରତା ବୃଦ୍ଧି ହୁଏ । ଏହା ବ୍ୟତୀତ ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ମାତା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ।

– ତମ୍ବା କଡ଼ା: ତମ୍ବା ଧାତୁରେ ନିର୍ମିତ କଡ଼ା ବ୍ୟବହାର କରିବା ଦ୍ୱାରା ଅସ୍ଥିର ମନ ଶାନ୍ତ ରହିଥାଏ ।

କାର୍ଯ୍ୟକ୍ଷେତ୍ରରେ ଆର୍ଥିକ ଲାଭ ମିଳିିବା ସହ ବ୍ୟବସାୟରେ ବୃଦ୍ଧି ହୋଇଥାଏ ।

ସେହିପରି ତମ୍ବା ଏବଂ ପିତଳ ମିଶ୍ରିତ କଡ଼ା ଧାରଣ କରିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂରେଇ ଥାଏ । ପ୍ରଭୁ ହନୁମାନଙ୍କ କୃପା ଲାଭ ହୋଇଥାଏ ।

– ଅଷ୍ଟ ଧାତୁ କଡ଼ା: ବାରମ୍ବାର ରୋଗାଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ଅଷ୍ଟଧାତୁ ନିର୍ମିତ କଡ଼ା ଧାରଣ କରିବା ଲାଭଦାୟକ ହୋଇଥାଏ ।

ମଙ୍ଗଳବାର ଦିନ କଡ଼ା ତିଆରି କରିପାରିବେ କିମ୍ବା ଶନିବାର ଦିନ କଡ଼ା କିଣି ହନୁମାନ ମନ୍ଦିରରେ ପ୍ରଭୁଙ୍କ ଚରଣରେ ରଖି ହନୁମାନ ଚାଳିଶା ପାଠ କରନ୍ତୁ ।

ଏହା ପରେ କଡ଼ାରେ ହନୁମାନଙ୍କ ସିନ୍ଦୁର ଲଗାଇ ରୋଗାଗ୍ରସ୍ତ ବ୍ୟକ୍ତିଙ୍କୁ ପିନ୍ଧାନ୍ତୁ ।

କଡ଼ା ଧାରଣ ନିୟମ: ସୁନାର କଡ଼ା ସୂର୍ଯ୍ୟ ଦେବ, ଚାନ୍ଦିର କଡ଼ା ଚନ୍ଦ୍ର ଦେବ ଏବଂ ପିତଳ କଡ଼ା ଗୁରୁଙ୍କ ପ୍ରତୀକ ଭାବେ ବିବେଚିତ କରାଯାଇଛି ।

ସେହିପରି ଲୁହା, ଷ୍ଟିଲ୍ କିମ୍ବା ଜର୍ମାନ କଡ଼ା ଶନି ଦେବଙ୍କ ପ୍ରତୀକ ଭାବେ ବିବେଚିତ କରାଯାଇଛି ।

ତେଣୁ ଏହି ସବୁ ଧାତୁ ନିର୍ମିତ କଡ଼ା ଧାରଣ କରିବା ପୂର୍ବରୁ ଜ୍ୟୋତିଷଙ୍କ ପରାମର୍ଶ ନେବା ଜରୁରୀ ଅଟେ ।

ଧାର୍ମିକ କଡ଼ା ଧାରଣ କରିବାର କିଛି ନିୟମ ରହିଛି । ଏଥିରେ ବ୍ୟତିକ୍ରମ କରିବା କ୍ଷତିକାରକ ହୋଇପାରେ ।