fbpx

ଗ୍ୟାସ୍ ସମସ୍ୟାରୁ ମୁକ୍ତି ପାଇଁ ପିଉଛନ୍ତି କି କୋଲ୍ଡ ଡ୍ରିଙ୍କସ, ସତର୍କ ହୋଇଯାଆନ୍ତୁ ଅନ୍ୟଥା ଭୋଗିବାକୁ ପଡିବ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା

ନୂଆଦିଲ୍ଲୀ: ଗରମ ଦିନ ମାନଙ୍କରେ ଥଣ୍ଡା ଥଣ୍ଡା କୋଲ୍ଡ ଡ୍ରିଙ୍କ ପିଇବାକୁ ଆମ ସମସ୍ତଙ୍କୁ ବହୁତ ଭଲ ଲାଗିଥାଏ । ଏହା ପିଇବା ପରେ ଶରୀରକୁ ତୁରନ୍ତ ଆରାମ ମିଳିଥାଏ । ଅନ୍ୟପକ୍ଷରେ ଏପରି ବହୁ ଲୋକ ଅଛନ୍ତି ଯେଉଁମାନେ ଗ୍ୟାସ ହେବା ମାତ୍ରେ ତୁରନ୍ତ କୋଲ୍ଡ ଡ୍ରିଙ୍କସ ପିଇଥାନ୍ତି । କେତେବେଳେ କେମିତି କୋଲ୍ଡ ଡ୍ରିଙ୍କସ ପିଇଲେ ଶରୀରକୁ କ୍ଷତି ପହଞ୍ଚି ନ ଥାଏ କିନ୍ତୁ ସବୁବେଳେ ଏହା ପିଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ । କୋଲ୍ଡ ଡ୍ରିଙ୍କସରେ କ୍ୟାଲୋରୀ ଓ ସୁଗାର ମାତ୍ରା ଅଧିକ ରହିଛି । ତେଣୁ ଏହା ଅଧିକ ମାତ୍ରାରେ ପିଇବା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଥାଏ ।

କୋଲ୍ଡ ଡ୍ରିଙ୍କସରେ ପୋଷକତତ୍ତ୍ୱର ମାତ୍ରା ଶୂନ୍ୟ ହୋଇଥାଏ । ଏଥିରେ କେବଳ ସୁଗାର ଓ କ୍ୟାଲୋରୀ ରହିଥାଏ । ଏଥିରେ ସୋଡା ଓ ଚିନି ଅଧିକ ରହିଥିବାରୁ ଏହା ପିଇବା ଦ୍ୱାରା ଦ୍ରୁତ ଗତିରେ ଓଜନ ବୃଦ୍ଧି ଘଟିଥାଏ । କୋଲ୍ଡ ଡ୍ରିଙ୍କର ଗୋଟିଏ କ୍ୟାନରେ ୮ ବଡ ଚାମଚ ଚିନି ମିଶିଥାଏ । ଏହା ପିଇବା ଦ୍‌ବାରା କିଛି ସମୟ ପାଇଁ ଭୋକ ତ ମରିଯାଇଥାଏ କିନ୍ତୁ ପରବର୍ତ୍ତୀ ସମୟରେ ବହୁତ ଅଧିକ ଭୋକ ହୋଇଥାଏ ।
ପ୍ରତିଦିନ କୋଲ୍ଡ ଡ୍ରିଙ୍କସ ପିଇବା ଦ୍ୱାରା ଆପଣଙ୍କ କୋଷିକା ଇନସୁଲିନ ପ୍ରଭାବ ପ୍ରତି ପ୍ରତିରୋଧୀ ହୋଇଯାଏ । ଏହି କାରଣରୁ ଆପଣଙ୍କ ଅଗ୍ନାଶୟରେ ଅଧିକ ଇନସୁଲିନ୍ ସୃଷ୍ଟି ହୋଇଥାଏ ଯାହା ରକ୍ତରେ ଶର୍କରା ବୃଦ୍ଧିର କାରଣ ପାଲଟିଥାଏ । ଏଣୁ ପ୍ରତିଦିନ କୋଲ୍ଡ ଡ୍ରିଙ୍କସ ପିଇବା ଦ୍ୱାରା ଟଶଇପ ୨ ଡାଇବେଟିସର ଆଶଙ୍କା ବଢିଯାଏ ।

କୋଲ୍ଡ ଡ୍ରିଙ୍କସର ଗୋଟିଏ ବୋତଲରେ ୧୫୦ରୁ ୨୦୦ପର୍ଯ୍ୟନ୍ତ କ୍ୟାଲୋରୀ ରହିଥାଏ ଯାହା ଆପଣଙ୍କୁ କେବଳ ଚିନି ଓ କ୍ୟାଲୋରୀରୁ ମିଳିଥାଏ । ଅଧିକ ଚିନି ରହିଥିବାରୁ ଶରୀରରୁ ଡୋପାମାଇନ୍ ନିର୍ଗତ ହୋଇଥାଏ ଯାହା ଆପଣଙ୍କ ଲାଳସାକୁ ସନ୍ତୁଷ୍ଟ କରିଥାଏ ।
ଏହା ଆପଣଙ୍କ ଦାନ୍ତ ପାଇଁ ମଧ୍ୟ ବହୁତ ଖରାପ । କୋଲ୍ଡ ଡ୍ରିଙ୍କସରେ ଥିବା ସୋଡାରେ ଫସଫୋରିକ ଏସିଡ୍ ଓ କାର୍ବୋନିକ ଏସିଡ ରହିଛି ଯାହା ଦାନ୍ତର ଏନାମେଲକୁ ନଷ୍ଟ କରିଦେଇପାରେ । ଏହି କାରଣରୁ ପାଟିରେ ବହୁ ସହଜରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାନ୍ତି ଯାହା କ୍ୟାଭିଟିର କାରଣ ପାଲଟିଥାନ୍ତି ।

Get real time updates directly on you device, subscribe now.