fbpx
BJD SKY
BJD SKY

G-20 Summitରେ 3-F ଫର୍ମୁଲାକୁ ମୋଦୀଙ୍କ ଗୁରୁତ୍ୱ: ଜାଣନ୍ତୁ ‘3F’ରେ କେଉଁ ଜିନିଷକୁ ସ୍ଥାନ ଦେଲେ ପ୍ରଧାନମନ୍ତ୍ରୀ

BJD

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀରେ ଭାରତ ସମେତ ବିଭିନ୍ନ ଦେଶର ବିକାଶକୁ ନେଇ ଆଲୋଚନା ଜାରି ରହିଛି । ବର୍ତ୍ତମାନ ଦ୍ୱିତୀୟ ସେଶନରେ ‘ୱାନ ଫ୍ୟାମିଲି’କୁ ନେଇ ଆଲୋଚନା ହେଉଥିବା ବେଳେ ବିଭିନ୍ନ କ୍ଷେତ୍ର ଏବଂ ବିଭିନ୍ନ ବିଭାଗରେ ବିକାଶ ପାଇଁ ଚର୍ଚ୍ଚା କରୁଛନ୍ତି ଦେଶର ସମସ୍ତ ଦେଶର ରାଷ୍ଟ୍ରମୁଖ୍ୟ । ତେବେ ଏହାଭିତରେ ପ୍ରଧାନମନ୍ତ୍ରୀ ମୋଦୀ ଏକ 3-F ଫର୍ମୁଲାକୁ ଗୁରୁତ୍ୱ ଦେଇଛନ୍ତି । ଦେଶର ବିକାଶ ପାଇଁ 3-Fକୁ ଗୁରୁତ୍ୱ ଦେବା ନିହାତି ଆବଶ୍ୟକ ବୋଲି ଜି-୨୦ ସମ୍ମିଳନୀରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ସମ୍ମିଳନୀରେ 3-Fକୁ ଗୁରୁତ୍ୱ ନେଇ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୂଚନା ଦେଇଛନ୍ତି । ମୋଦୀଙ୍କର ଏହି 3-F ଫର୍ମୁଲାରେ ରହିଛି ଫୁଡ୍, ଫୁଏଲ ଏବଂ ଫର୍ଟିଲାଇଜର । ଏହି ୩ଟି କ୍ଷେତ୍ରରେ ବିକାଶ ହେଲେ ଦେଶର ମଧ୍ୟ ବିକାଶ ହେବ ବୋଲି ମୋଦୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ତେଣୁ ଜି-୨୦ ସମ୍ମିଳନୀରେ ଏହି ୩ଟି F(3-F)କୁ ସେ ଗୁରୁତ୍ୱ ଦେଇଛନ୍ତି । ଏହାବ୍ୟତୀତ ଆତଙ୍କବାଦ ବିରୋଧୀ ଅଭିଯାନକୁ ମଧ୍ୟ ସମସ୍ତ ରାଷ୍ଟ୍ର ସମର୍ଥନ କରିଛନ୍ତି । ଆତଙ୍କବାଦ ସମସ୍ୟା ବର୍ତ୍ତମାନ ସାରା ପୃଥିବୀ ପାଇଁ ଏକ ବଡ଼ ଚିନ୍ତାର କାରଣ ହୋଇ ଛିଡ଼ା ହୋଇଛି ବୋଲି କହିବା ସହ ଏହାକୁ ନିନ୍ଦା କରିଛନ୍ତି ଜି-୨୦ର ସମସ୍ତ ସଦସ୍ୟ । ସାରା ବିଶ୍ୱର ଶାନ୍ତି ଓ ସୁରକ୍ଷା ପ୍ରତି ଆତଙ୍କବାଦ ସଂଗଠନ ବିପଦ ବୋଲି ରାଷ୍ଟ୍ରମୁଖ୍ୟ ମାନେ ମତବ୍ୟକ୍ତ କରିଛନ୍ତି । ମନି ଲଣ୍ଡରିଂ ଉପରେ ମଧ୍ୟ ସମସ୍ତ ରାଷ୍ଟ୍ର ଗୁରୁତ୍ୱାରୋପ କରିଛନ୍ତି ।

Get real time updates directly on you device, subscribe now.