fbpx
BJD SKY
BJD SKY

First Bank of India: ଏହି ବ୍ୟାଙ୍କ କେବେ ଆରମ୍ଭ ହୋଇଥିଲା ଓ କେବେ ସମାପ୍ତ ହୋଇଥିଲା, ଜାଣନ୍ତୁ ବିସ୍ତୃତ ବିବରଣୀ

BJD

ନୂଆଦିଲ୍ଲୀ: ଆଜିର ଦୁନିଆରେ ସମସ୍ତେ ‘ବ୍ୟାଙ୍କ’ ଶବ୍ଦ ସହିତ ଭଲ ଭାବେ ପରିଚିତ । ଇଟାଲିରୁ ଆସିଥିବା ଏହି ନାମଟି ଆଜି ସାରା ବିଶ୍ୱର ଆର୍ଥିକ ଭାରତ ସମ୍ଭାଳୁଛି । ଭାରତ ବର୍ତ୍ତମାନ ବ୍ୟାଙ୍କିଂ ସେକ୍ଟରରେ କ୍ରମାଗତ ଭାବେ ନୂଆ ନୂଆ ନିୟମ ଲାଗୁ କରୁଛି । ଆପଣ ଜାଣନ୍ତି କି ଭାରତର ପ୍ରଥମ ବ୍ୟାଙ୍କ କେମିତି ସୃଷ୍ଟି ହୋଇଥିଲା ଓ ଏହା କେତେଦିନ ପର୍ଯ୍ୟନ୍ତ ଚାଲିଥିଲା । ଭାରତର ପ୍ରଥମ ବ୍ୟାଙ୍କର ନାମ ହେଉଛି ‘ବ୍ୟାଙ୍କ ଅଫ୍ ହିନ୍ଦୁସ୍ତାନ’ । ଏହା ୧୭୭୦ରେ କୋଲକାତାରେ ସ୍ଥାପିତ ହୋଇ ୧୮୩୨ ପର୍ଯ୍ୟନ୍ତ ସଞ୍ଚାଳିତ ହୋଇଥିଲା । ଏହାପରେ ୧୭୮୬ରେ ଦେଶର ଦ୍ୱିତୀୟ ବ୍ୟାଙ୍କ ‘ବ୍ୟାଙ୍କ ଅଫ୍ ଇଣ୍ଡିଆ’ ଆରମ୍ଭ ହୋଇ ୧୭୯୧ରେ ତାହା ବନ୍ଦ ହୋଇଯାଇଥିଲା ।

ବ୍ୟାଙ୍କ ଅଫ୍ ହିନ୍ଦୁସ୍ତାନ ଆଲେକଜାଣ୍ଡରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା । ଏହି କମ୍ପାନୀ କୋଲକାତାର ଏକ ଇଂରେଜ ଏଜେନ୍ସି ଥିଲା । ଏହା ପାଖାପାଖି ୫୦ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା, ତା’ପରେ ସ୍ଥିତିରେ ଗଡ଼ବଡ଼ ଦେଖାଯାଇଥିଲା । ୧୮୩୨ରେ ମୂଲ ଫାର୍ମ ମେସର୍ସ ଆଲେକଜାଣ୍ଡର ଆଣ୍ଡ କମ୍ପାନୀ ଆର୍ଥିକ ସଙ୍କଟରେ ଫସି ଯାଇଥିଲା ଓ ବ୍ୟାଙ୍କ ବନ୍ଦ ହୋଇଯାଇଥିଲା । ଏହାପରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ନାମକ ଆଉ ଏକ ବ୍ୟାଙ୍କ ସାମ୍ନାକୁ ଆସିଥିଲା ଓ ତାହା ମଧ୍ୟ ବନ୍ଦ ହୋଇଯାଇଥିଲା ।

ବ୍ୟାଙ୍କ ଅଫ୍ ହିନ୍ଦୁସ୍ତାନ ବନ୍ଦ ହେବା ପୂର୍ବରୁ ଆଉ ଏକ ବ୍ୟାଙ୍କ ନିଜର ଅସ୍ତିତ୍ୱ ଜାରି କରିପାରିଥିଲା । ସ୍ୱାଧୀନତା ପୂର୍ବରୁ ଏହି ବ୍ୟାଙ୍କ ଭାରତର ବ୍ୟାଙ୍କିଂ କ୍ଷେତ୍ରର ଛବି ପରିବର୍ତ୍ତନ କରିଦେଇଥିଲା, ଯାହାକି ଆଜି ଦେଶର ସର୍ବବୃହତ ବ୍ୟାଙ୍କ ଭାବେ ମାନ୍ୟତା ଲାଭ କରିଛି । ବ୍ରିଟିଶ ଶାସନ କାଳରେ କୋଲକାତାରେ ୧୮୦୬ ଜୁନ ୨ ତାରିଖରେ ‘ବ୍ୟାଙ୍କ ଅଫ୍ କୋଲକାତା’ ସ୍ଥାପିତ ହୋଇଥିଲା । ୩ ବର୍ଷ ପରେ ଏହି ବ୍ୟାଙ୍କର ନିଜର ଚାର୍ଟର ପ୍ରାପ୍ତ କରିଥିଲା । ଏହାପରେ ୧୮୦୯ ଜୁନ ୨ରେ ଏହାକୁ ‘ବ୍ୟାଙ୍କ ଅଫ୍ ବେଙ୍ଗଲ’ ନାମରେ ପରିବର୍ତ୍ତନ କରାଯାଇଥିଲା । ଏହି ବ୍ୟାଙ୍କ ଆଜି ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ‘ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ନାମରେ ପରିଗଣିତ ହେଉଛି ।

ବ୍ୟାଙ୍କ ଅଫ୍ ବେଙ୍ଗଲକୁ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଭାବେ ବିଚାର କରାଯାଉଥିଲା । ତାହା ବେଙ୍ଗଲ ସରକାରଙ୍କ ଦ୍ୱାରା ପ୍ରଯୋଜିତ ବ୍ରିଟିଶ ଭାରତର ପ୍ରଥମ ସଂଯୁକ୍ତ ଷ୍ଟକ ବ୍ୟାଙ୍କ ଥିଲା । ପରେ ଏହାର ପ୍ରସାରଣ ହୋଇଥିଲା । ୧୮୪୦ ଏପ୍ରିଲ ୧୫ରେ ମୁମ୍ବାଇରେ ‘ବ୍ୟାଙ୍କ ଅଫ୍ ବମ୍ବେ’ର ସ୍ଥାପନା କରାଯାଇଥିଲା । ୧୮୪୩ ଜୁଲାଇ ୧ରେ ‘ବ୍ୟାଙ୍କ ଅଫ୍ ମାଡ୍ରାସ’ ଆରମ୍ଭ ହୋଇଥିଲା । ୧୯୨୧ ଜାନୁଆରୀ ୨୭ରେ ବ୍ୟାଙ୍କ ଅଫ୍ ବେଙ୍ଗଲ ସହ ଏହି ଦୁଇ ବ୍ୟାଙ୍କକୁ ବିଲୟ କରାଯାଇଥିଲା । ଏହି ତିନି ବ୍ୟାଙ୍କର ମିଶ୍ରଣରେ ସୃଷ୍ଟି ହୋଇଥିଳା ‘ଇମ୍ପେରିଆଲ ବ୍ୟାଙ୍କ ଅଫ୍ ଇଣ୍ଡିଆ’ ।

ସ୍ୱାଧୀନତା ପରେ ଇମ୍ପେରିଆଲ ବ୍ୟାଙ୍କ ଦେଶରେ ନିଜର ସ୍ଥିତି ଜାହିର କରିଥିଲା ଓ ଭାରତରେ ୧୯୫୫ରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏହି ବ୍ୟାଙ୍କକୁ ପାର୍ଲିଆମେଣ୍ଟାରୀ ଆକ୍ଟ ଅନୁଯାୟୀ ଅଧିଗ୍ରହଣ କରିନେଇଥିଲା । ଏଥିପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆକ୍ଟ ୧୯୫୫ ଲାଗୁ ହୋଇଥିଲା । ୧୯୫୫ ଏପ୍ରିଲ ୩୦ରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇ ଇମ୍ପେରିଆଲ ବ୍ୟାଙ୍କକୁ ନାମ ବଦଳାଇ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) କରିଦିଆଯାଇଥିଲା । ଏହାପରେ ୨୦୧୭ରେ ଏସବିଆଇ ସହ ଅନେକ ବ୍ୟାଙ୍କକୁ ବିଲୟ କରାଯିବା ପରେ ଏହା ଦେଶର ସର୍ବୃହତ ବ୍ୟାଙ୍କର ମାନ୍ୟତା ଲାଭ କରିଥିଲା ।

Get real time updates directly on you device, subscribe now.