fbpx

Narak Chaturdashi: କେଉଁଠାରେ ଓ କେମିତି ହୋଇଥାଏ ନର୍କ ଲୋକ, ସେଠାରେ ପାପୀଙ୍କୁ କେମିତି ମିଳେ ଦଣ୍ଡ

ନୂଆଦିଲ୍ଲୀ: ଆଜି ହେଉଛି ନର୍କ ଚତୁର୍ଦ୍ଦଶୀ । ଏହାକୁ ମଧ୍ୟ ଯମ ଚତୁର୍ଦ୍ଦଶୀ ବା ଛୋଟ ଦିପାବଳୀ କୁହାଯାଇଥାଏ । କାର୍ତ୍ତିକ ମାସ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିକୁ ନର୍କ ଚତୁର୍ଦ୍ଦଶୀ ଭାବେ ପାଳନ କରାଯାଏ । ଏହି ଦିନ ଆୟୁ ଦେବତା ଯମରାଜଙ୍କୁ ଉପାସନା କଲେ ଦୀର୍ଘାୟୁ ଓ ସୌନ୍ଦର୍ଯ୍ୟ ପ୍ରାପ୍ତି ହୋଇଥାଏ । ତେବେ ନର୍କ କେଉଁଠାରେ ଅଛି, କେତେ ପ୍ରକାରର ଓ ମୃତ୍ୟୁ ପରେ ଜଣେ କେଉଁ ସ୍ଥାନକୁ ଯାଇଥାଏ ଏପରି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଆସିବା ସ୍ୱାଭାବିକ ।

ଗରୁଡ଼ ପୁରାଣ ଅନୁସାରେ, ସ୍ୱର୍ଗ ଧରିତ୍ରୀର ଉପରେ ରହିଥିବା ବେଳେ ନର୍କ ପାତାଳ ଭୂମିରେ ରହିଛି । ଏହାକୁ ଅଧୋଲୋକ ମଧ୍ୟ କୁହାଯାଇଥାଏ । ମହାଭାରତରେ ଯେତେବେଳେ ରାଜା ପରୀକ୍ଷିତ ଶୁକଦେବଙ୍କୁ ନର୍କଲୋକ କେଉଁଠାରେ ବୋଲି ପଚାରିଥିଲେ, ସେତେବେଳେ ସେ କହିଥିଲେ, ନର୍କ ତ୍ରିଲୋକ ମଧ୍ୟରେ ରହିଛି । ଏହା ଦକ୍ଷିଣ ଦିଗରେ ଓ ପୃଥିବୀର ତଳେ ଜଳ ଉପରେ ଅବସ୍ଥିତ । ସେଠାରେ ସୂର୍ଯ୍ୟପୁତ୍ର ଯମ ରୁହନ୍ତି । ସେଠାରେ ଯମଦେବ ନିଜର ଦୂତଙ୍କ ଦ୍ୱାରା ଅଣାଯାଇଥିବା ମୃତକଙ୍କୁ ପାପ କର୍ମ ପାଇଁ ଦଣ୍ଡ ଦେଇଥାନ୍ତି ।

ଏପରି ଭାବେ ନର୍କ ମୋଟ ୫୫ କୋଟିରୁ ଅଧିକ ରହିଥିବା କୁହାଯାଏ । ମାତ୍ର ସେଥିମଧ୍ୟରୁ ୨୧ଟିକୁ ମୁଖ୍ୟ ଭାବେ ଗ୍ରହଣ କରାଯାଏ । ସେଗୁଡ଼ିକର ନାମ ହେଉଛି- ତାମିସ୍ତ୍ର, ଅନ୍ଧସିସ୍ତ୍ର, ମହାରୌବର, କୁମ୍ଭୀପାକ, କାଲସୂତ୍ର, ଆସିପମ୍ବନ, ସକୁରମୁଖ, ଅନ୍ଧକୂପ, ମିଭୋଜନ, ସନ୍ଦେଶ, ତପ୍ତସୂର୍ମି, ବଜ୍ରକଣ୍ଟକଶଲ୍ମଲୀ, ବୈତରଣୀ, ପୂୟୋଦ, ପ୍ରାଣାରୋଧ, ବିଶସନ, ଲାଲଭକ୍ଷ, ସାରମେୟାଦ, ଅବିଚି ଓ ଅୟ:ପାନ ।

ଦେବାଦେବୀ ଓ ପିତୃପୁରୁଷଙ୍କ ଅପମାନ କରୁଥିବା ଲୋକଙ୍କୁ ନର୍କ ଲୋକ ଭୋଗ କରିବାକୁ ପଡ଼ିଥାଏ । ଏହାଛଡ଼ା ତାମସିକ ଭୋଜନ, ମାଂସ, ମଦ୍ୟ ପାନ କରୁଥିବା ଲୋକ, ଅସହାୟଙ୍କୁ କଷ୍ଟ ଦେଉଥିବା ଲୋକ, କ୍ରୋଧୀ ଓ ଅହଂକାରୀମାନଙ୍କୁ ନର୍କକୁ ଯିବାକୁ ପଡ଼ିଥାଏ । ଏମାନଙ୍କୁ ମୃତ୍ୟୁ ପରେ ନିଜର ପାପ ହିସାବରେ ନର୍କ ଲୋକ ଭୋଗ କରିବାକୁ ପଡ଼ିଥାଏ ।

ପାପ ହିସାବରେ ପ୍ରତ୍ୟେକ ମଣିଷଙ୍କୁ ନର୍କ ଲୋକ ଭୋଗ କରିବାକୁ ପଡ଼ିଥାଏ । ଯଦି ଆପଣ ନର୍କ ଲୋକରୁ ମୁକ୍ତି ପାଇବାକୁ ଚାହୁଥାନ୍ତି, ତେବେ କିଛି ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ଏକାଦଶୀ ବ୍ରତ ନିଶ୍ଚିତ ରଖନ୍ତୁ । କୁହାଯାଏ, ଏକାଦଶୀ ବ୍ରତ କରୁଥିବା ଲୋକଙ୍କୁ ସ୍ୱର୍ଗ ପ୍ରାପ୍ତି ହୋଇଥାଏ । ଖରାପ କାମ ତ୍ୟାଗ କରନ୍ତୁ ଓ ପୂଣ୍ୟ ମିଳୁଥିବା କାମ କରିବା ଆରମ୍ଭ କରନ୍ତୁ । ପିତୃପୁରୁଷଙ୍କ ଶ୍ରଦ୍ଧା କରୁଥିବା ଲୋକମାନେ ମଧ୍ୟ ନର୍କ ଯିବାରୁ ମୁକ୍ତି ପାଇଥାନ୍ତି ।

Get real time updates directly on you device, subscribe now.