fbpx
BJD SKY
BJD SKY

ଖରାଦିନେ ଆପଣ ସନ ପଏଜନିଂର ଶିକାର ହୋଇପାରନ୍ତି, ଜାଣନ୍ତୁ ଏହାର ଲକ୍ଷଣ, କାରଣ ଓ ନିବାରଣ ବିଷୟରେ

BJD

ଗରମ ସିଜିନରେ ଆପଣମାନେ ସାଧାରଣତଃ ସନବର୍ଣ୍ଣ ଓ ଟ୍ୟାନିଂ ସମସ୍ୟା ବିଷୟରେ ଶୁଣିଥିବେ । ମାତ୍ର କେବେ ସନ ପଏଜନିଂ ବିଷୟରେ ଶୁଣିଛନ୍ତି କି? ସନ ପଏଜନିଂକୁ ସନବର୍ଣ୍ଣର ଗମ୍ଭୀର ରୂପ ଭାବେ ଗ୍ରହଣ କରାଯାଏ । ଏଥିରେ ଆକ୍ରାନ୍ତ ହେଲେ ଶରୀରେ ଯନ୍ତ୍ରଣା ହେବା ସହ ଚର୍ମକୁ ମଧ୍ୟ କ୍ଷତିଗ୍ରସ୍ତ କରିଥାଏ । ସୂର୍ଯ୍ୟଙ୍କ ପାରାବାଇଗଣୀ ରଶ୍ମୀର ସମ୍ପର୍କରେ ରହିଲେ ଆପଣ ସନ ପଏଜନିଂର ଶିକାର ହୋଇଥାନ୍ତି । ଯଦି ଆପଣ ଅଧିକ ସମୟ ଧରି ଖରାରେ ରୁହନ୍ତି, ତେବେ ସୂର୍ଯ୍ୟ ରଶ୍ମୀ ଆପଣଙ୍କ ଚର୍ମର କ୍ଷତି ଘଟାଇଥାଏ । ପରିଣାମ ସ୍ୱରୂପ ଆପଣ ବହୁତ ଯନ୍ତ୍ରଣା ସହିବା ସହ ଏହା ଚର୍ମକୁ ଡ୍ୟାମେଜ୍ କରିଦେଇଥାଏ । ଏପରିକି ଆପଣ ଦୁର୍ବଳତା, ଥକ୍କାପଣ, ବେହୋସୀ ଆଦିର ସାମ୍ନା କରିଥାନ୍ତି ।

ସନ୍ ପଏଜନିଂରେ ସଂକ୍ରମିତ ହେଲେ ମେଡିକାଲ ଟ୍ରିଟମେଣ୍ଟ ଦ୍ୱାରା ଆପଣ ଠିକ୍ ହୋଇପାରିବେ । ଖରାଦିନେ ଆପଣ ଅଧିକ ମାତ୍ରାରେ ଜଳୀୟ ସାମଗ୍ରୀ ସେବନ କରି ହାଇଡ୍ରେଟେଡ ରୁହନ୍ତୁ । ଏଥିସହ ଚର୍ମର ଯେଉଁ ଅଂଶ ସଂକ୍ରମିତ ହୋଇଥିବ, ତାକୁ ସ୍ପର୍ଶ କରନ୍ତୁ ନାହିଁ । ସନ ପଏଜନିଂରୁ ବର୍ତ୍ତିବା ପାଇଁ ଆପଣ ସନସ୍କ୍ରିନର ପ୍ରୟୋଗ କରିବା ଦରକାର । ଏସପିଏଫ ୩୦ରୁ ଅଧିକ ଥିବା ସନସ୍କ୍ରିନ ଲୋଶନର ବ୍ୟବହାର କରନ୍ତୁ । ଖରାକୁ ବାହାରିବାର ଅତିକମରେ ୧୫-୨୦ ମିନିଟ ପୂର୍ବରୁ ସନସ୍କ୍ରିନ ଲଗାନ୍ତୁ । ଖରାକୁ ଯିବାକୁ ପୂର୍ବରୁ କପଡ଼ା ଓ ସନଗ୍ଲାନ ପରିଧାନ କରନ୍ତୁ । ଟାଇଟ୍ କପଡ଼ା ପିନ୍ଧିବା ପରିବର୍ତ୍ତେ ଢିଲା ପିନ୍ଧନ୍ତୁ । ଏଥିସହ ଡାର୍କ ରଙ୍ଗର କପଡ଼ା ପିନ୍ଧିବାରୁ ନିବୃତ୍ତ ରୁହନ୍ତୁ । ଏହି ସିଜିନରେ ସକାଳ ୧୦ରୁ ଅପରାହ୍ଣ ୪ଟା ମଧ୍ୟରେ ଘର ଭିତରେ ରହିବାକୁ ଚେଷ୍ଟା କରନ୍ତୁ । ଶବଜାତ ଶିଶୁ ଓ ଛୋଟ ପିଲାଙ୍କୁ ଖରା ପ୍ରଭାବରୁ ଦୂରେଇ ରଖନ୍ତୁ ।

ଆପଣଙ୍କ ଶରୀରରେ ସନ ପଏଜନିଂ ହେଲେ ଅଲଗା ଅଲଗା ଲକ୍ଷଣ ଦେଖାଦେଇଥାଏ । ଡିହାଇଡ୍ରେସନ, ଚକ୍କର ଆସିବା, ଶ୍ୱାସକ୍ରିୟାରେ ସମସ୍ୟା, ବେହୋସ ହେବା, ଶରୀରରେ ଦାଗ, ଚର୍ମ ଫୁଲିବା ଆଦି ସନ୍ ପଏଜନିଂର ଗୋଟିଏ ଗୋଟିଏ ଲକ୍ଷଣ । ତେଣୁ ଏସବୁ ଲକ୍ଷଣ ଦେଖାଦେଲେ ଆଦୌ ହେଳା କରନ୍ତୁ ନାହିଁ ।

Get real time updates directly on you device, subscribe now.