fbpx

ଆପଣଙ୍କ ଫେସବୁକ୍ ଡାଟା ଚୋରାଉଛି ଏହି ଆପ୍, ଫୋନରୁ ତୁରନ୍ତ ହଟାନ୍ତୁ

ନୂଆଦିଲ୍ଲୀ: ଫଟୋ-ଏଡିଟିଂ, ବ୍ୟାଙ୍କିଂ, ସୋସିଆଲ ମିଡିଆ, ସପିଂ ପାଇଁ ଅନେକ ମୋବାଇଲ ଆପ୍ ଉପଲବ୍ଧ ରହିଛି । କିନ୍ତୁ ଅନେକ ହ୍ୟାକର ଏହାର ଫାଇଦା ଉଠାଇ ସ୍କାମ କରିବାକୁ ଚେଷ୍ଟା କରନ୍ତି । ସ୍କାମରମାନେ ମାଲିସିୟସ ଆପକୁ ଟାର୍ଗେଟେଡ ଡିଭାଇସରେ ଇଣ୍ଟଲ କରିବାକୁ ଚେଷ୍ଟା କରନ୍ତି ।

ମାଲିସିୟସ ଆପକୁ ଟାର୍ଗେଟେଡ ଡିଭାଇସରେ ଇଷ୍ଟଲ କରିବା ପରେ ସ୍କାମରମାନେ ବ୍ୟକ୍ତିଗତ ଫଟୋ, ଭିଡିଓ ଓ ଲଗଇନ୍ ପ୍ରମାଣପତ୍ର ହାସିଲ କରନ୍ତି । ଏପରି ଆପକୁ ନେଇ ସମୟ ସମୟରେ ରିପୋର୍ଟ ଆସିଥାଏ ।ଏବେ ପୁଣି ଥରେ ଏକ ମ୍ୟାଲିସିୟସକୁ ନେଇ ନୂଆ ରିପୋର୍ଟ ଆସିଛି । ରିପୋର୍ଟ ହିସାବରେ, Craftsart Cartoon Photo Tools ଆପ୍ ୟୁଜର୍ସଙ୍କ ଫେସବୁକ୍ ଲଗିନ୍ ଡିଟେଲ୍ସକୁ ଚୋରି କରୁଛି । ଏପରି ଆପର ବ୍ୟବହାର କରି ସ୍କାମ କରାଯାଇପାରେ । ଏହି ଆପ୍ ୟୁଜସଙ୍କ ଲଗ ଇନ୍ ଆଇଡି ଓ ପାସୱାର୍ଡ ମାଗିଥାଏ ।

ଏହା ପରେ ଏହା ୟୁଜଙ୍କୁ ରୁଷ ସର୍ଭରରେ ରିଡାୟରେକ୍ଟ କରିଦିଏ, ଯେଉଁଠାରେ ପ୍ରାଇଭେଟ ଓ ଗୋପନୀୟ ତଥ୍ୟ, ମେସେଜ୍, ସର୍ଚ୍ଚକୁ ହାସିଲ କରିଥାଏ । ଅବଶ୍ୟ ଗୁଗୁଲ ଏହି ଆପକୁ ହଟାଇସାରିଛି, କିନ୍ତୁ କୁହାଯାଉଛି ଯେ, ଏହି ଆପ୍ ହଜାର ୟୁଜର୍ସଙ୍କୁ ଟାର୍ଗେଟ କରିସାରିଛି । ଯଦି ଆପଣ ବି ଏହି ଆପକୁ ଇନଷ୍ଟଲ କରିଛନ୍ତି, ତେବେ ତୁରନ୍ତ ଏହାକୁ ଡିଲେଟ କରନ୍ତୁ । କେବଳ ଡିଲେଟ କଲେ ଚଳିବନି । ଏହା ପରେ ଫେସବୁକ୍ ଲଗିନ୍ ଡିଟେଲ୍ସକୁ ବି ଚେଞ୍ଚ କରିବା ଆବଶ୍ୟକ । ପ୍ରାୟ୧,୦୦,୦୦୦ ରୁ ଅଧିକ ଥର ଇନଷ୍ଟଲ ହୋଇଛି । ଏହାର ଅର୍ଥ, ଏବେ ବି ଏହି ଆପକୁ ବ୍ୟବହାର କରାଯାଉଛି ।

Get real time updates directly on you device, subscribe now.