fbpx
BJD SKY
BJD SKY

ବିଧାନସଭାରେ BJP ଓ TMC ବିଧାୟକଙ୍କ ମଧ୍ୟରେ ଭୟଙ୍କର ଖଣ୍ଡଯୁଦ୍ଧ, ଜଣେ ହସ୍ପିଟାଲରେ ଭର୍ତ୍ତି ଦେଖନ୍ତୁ Video

BJD

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି ଓ ଟିଏମସି ବିଧାୟକଙ୍କ ମଧ୍ୟରେ ଭୟଙ୍କର ମାରପିଟ୍ ଦେଖିବାକୁ ମିଳିଛି । ବିଜେପି ବିଧାୟକ ମନୋଜ ତିଗା ଓ ଟିଏମସି ବିଧାୟକ ଅସିତ ମଜୁମଦାରଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାରେ ଟିଏମସି ବିଧାୟକ ଅସିତ ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସଦ୍ୟ ରିପୋର୍ଟ ମୁତାବକ, ଏହି ଘଟଣାକୁ ନେଇ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ପାଞ୍ଚ ଜଣ ବିଜେପି ବିଧାୟକ ମନୋଜ ତିଗା, ନରାହରୀ ମହତୋ, ଶଙ୍କର ଘୋଷ, ଦୀପକ ବରମନଙ୍କୁ ବିଧାନସଭାରୁ ସସପେଣ୍ଡ କରିଦିଆଯାଇଛି । ଆଜି ପଶ୍ଚିମବଙ୍ଗ ବିଧାନସଭା ଅଧିବେଶନର ଅନ୍ତିମ ଦିବସ ଥିଲା । ମାରପିଟ୍ ପରେ ବିଜେପି ବିଧାୟକମାନେ ବିଧାନସଭା କକ୍ଷରୁ ବାହାରକୁ ଚାଲି ଆସିଥିଲେ । ବିଜେପି ବିଧାୟକମାନେ ବୀରଭୂମ ହିଂସାକାଣ୍ଡ ଉପରେ ଆଲୋଚନା କରିବାକୁ ଚାହୁଁଥିଲେ । ମାତ୍ର ଟିଏମସି ବିଧାୟକଙ୍କମାନେ ଏନେଇ ଧମକଚମକ ଦେବାରୁ ଏହି ଘଟଣାର ସୂତ୍ରପାତ ହୋଇଥିବା ବିଜେପି ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.