fbpx

ମାନସ ମାମଲାରେ କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା: ଶର୍ମିଷ୍ଠା ରାଉତ ଗିରଫ, ଏବେ ଖୋଲିବ ହତ୍ୟା ଗୁମର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଛି ବଡ଼ ସଫଳତା । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଗିରଫ କରାଯାଇଛି । ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇ ବି ଗିରଫ ହୋଇଛନ୍ତି । ଉଭୟଙ୍କୁ ଭଦ୍ରକ ଜିଲ୍ଲା ନଳାଙ୍ଗରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଉଭୟଙ୍କୁ ଆଜି ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି । ଉଭୟଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ ହେବ । ଅନ୍ୟ ୫ ଅଭିଯୁକ୍ତଙ୍କ ସହ ୧୦ ଦିନ ରିମାଣ୍ଡ ପାଇଁ ଆବେଦନ ହେବ । ତେବେ ଶର୍ମିଷ୍ଠାଙ୍କ ଗିରଫ ପରେ ମାନସ ହତ୍ୟା ପଛର ଗୁମର ଖୋଲିବ ବୋଲି ଆଶା କରାଯାଉଛି ।

ତେବେ ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ହତ୍ୟା ପଛରେ ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ହାତ ଥିବା ସ୍ପଷ୍ଟ ହେବାରେ ଲାଗିଛି। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ଆଜି ସେ ଧରାପଡ଼ିଛନ୍ତି । ଚର୍ଚ୍ଚା ହେଉଛି ଯେ, ଶର୍ମିଷ୍ଠା ରାଉତ ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ଜରିଆରେ ଅଶ୍ଳୀଳ ଫିଲ୍ମର ସୁଟିଂ କରାଉଥିଲେ। ଅଶ୍ଳୀଳ ଫିଲ୍ମର କିଛି କ୍ଲିପ୍ ମାନସ ନିଜ ପାଖରେ ରଖିଥିଲେ, ଯାହାକୁ ଶର୍ମିଷ୍ଠା ମାଗୁଥିଲେ ବି ମାନସ ଦେଉନଥିଲେ। ଏହି କାରଣରୁ ତାଙ୍କୁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିକଟରୁ ଅପହରଣ କରାଯାଇ ପରେ ଭୁବନେଶ୍ୱର ଦୟାଲ ବୃଦ୍ଧାଶ୍ରମରେ ରଖାଯାଇ ହତ୍ୟା କରାଯାଇଥିବା କୁହାଯାଉଛି। ଏଣେ ୱେବ୍ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ତାଙ୍କ ସଂସ୍ଥାର ରାଜଧାନୀରେ ଥିବା କାର୍ଯ୍ୟାଳୟକୁ ପ୍ରାୟ ମାସେ ହେବ ଆସି ନଥିବା କହିଛନ୍ତି କେଆର ଟେକର୍।

Get real time updates directly on you device, subscribe now.