ଦେଶରେ ଚର୍ଚ୍ଚା ହେଉଥିବା ‘ୱକଫ୍’ର ଅର୍ଥ କ’ଣ? ଏହା କେଉଁ ଶବ୍ଦରୁ ଆସିଛି, ଜାଣନ୍ତୁ
ୱକଫ୍ ବୋର୍ଡ ସଂଶୋଧନ ବିଲ ଉପରେ ରାଜନୈତିକ ଚର୍ଚ୍ଚା ଜାରି ରହିଛି। ତେବେ ଆସନ୍ତୁ ଜାଣିବା ଏହି ୱକଫ୍ ଅର୍ଥ କଣ..
ଓଡ଼ିଶା ଭାସ୍କର: ୱକଫ ବୋର୍ଡ ଆଇନ ସହ ଜଡ଼ିତ ସଂଶୋଧନ ବିଲ୍ ଉପରେ ସର୍ବଦଳୀୟ ସଂସଦୀୟ ସମିତିରେ ଆଲୋଚନା ହୋଇଥିଲା। ଏହାପରେ ଏହି ବିଲ୍ ଶେଷରେ ଲୋକସଭାରେ ୨୮୮ଜଣ ସାଂସଦଙ୍କ ସହଯୋଗରେ ୩ ଅପ୍ରେଲ ୨୦୨୫, ଗୁରୁବାର ଦିନ ସଂସଦରେ ପାରିତ ହୋଇଛି।
ହେଲେ ଏହା ବିରୋଧରେ ୨୩୨ ଭୋଟ୍ ଦିଆଯାଇଛି। ଏଥିସହ ରାଜ୍ୟସଭାରେ ମଧ୍ୟ ଏହି ବିଲ ଜାରି କରାଯାଇଛି। କିଛି ରାଜନୈତିକ ଦଳ ଏହି ‘ୱକଫ୍’ ବିଲକୁ ନେଇ ତୀବ୍ରତା ପ୍ରକାଶ କରିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ୱକଫ୍ ବିଷୟରେ..
‘ୱକଫ’ର ଅର୍ଥ: ‘ୱକଫ’ଆରବୀ ଭାଷାର ‘ୱକୁଫା’ ଶବ୍ଦରୁ ଆସିଛି। ଏହାର ଅର୍ଥ- ଅଟକିବା ଏବଂ ରୋକିବା। ଆଇନ ଶବ୍ଦରେ ବୁଝିଲେ, ଇସଲାମରେ ଅନେକ ବ୍ୟକ୍ତି ଯେତେବେଳେ ଧାର୍ମିକ କାରଣରୁ ବା ଈଶ୍ୱରଙ୍କ ନାମରେ ନିଜ ସଂପତ୍ତି ଦାନ କରିଥାଏ, ତେବେ ଏହି ସଂପତ୍ତିକୁ ୱକଫ କରିବା ବା ସଂରକ୍ଷିତ କରିବା କୁହାଯାଏ।
ଏଥିରେ ଟଙ୍କା, ସଂପତ୍ତି, ବହୁମୂଲ୍ୟ ଧାତୁ ବା ଘର-ଜମିବାଡ଼ି ଅନ୍ତର୍ଭୁକ୍ତ। ଦାନ କରାଯାଇଥିବା ଏହି ସମ୍ପତ୍ତିକୁ “ଅଲ୍ଲାହଙ୍କ ସମ୍ପତ୍ତି” କୁହାଯାଇଥାଏ। ନିଜ ସଂପତ୍ତି ୱକଫକୁ ଦେଉଥିବା ମଣିଷକୁ ‘ୱକିଫା’ କୁହାଯାଇଥାଏ।
ୱକିଫାଙ୍କ ଦ୍ୱାରା ଦାନ କରାଯାଇଥିବା ୱକଫ୍ କରାଯାଇଥିବା ସଂପତ୍ତିଗୁଡ଼ିକୁ ବିକ୍ରି କରାଯାଇନଥାଏ, ଏହାର ଉପଯୋଗ ଧର୍ମ ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟରେ କରାଯାଇ ନଥାଏ। ଅର୍ଥାତ ଏହାକୁ ଜନକଲ୍ୟାଣ ଦିଗରେ ଖର୍ଚ୍ଚ କରାଯାଇଥାଏ।
କୁହାଯାଏ ଯେ, ମୁସଲିମ ଧର୍ମଗୁରୁ ପ୍ରୋଫେଟ ମହମ୍ମଦଙ୍କ ସମୟରେ ୬୦୦ ଖଜୁରୀ ଗଛର ଏକ ବଗିଚା ସର୍ବପ୍ରଥମେ ୱକଫ୍ କରାଯାଇଥିଲା ଏବଂ ଏଥିରେ ହେଉଥିବା ରୋଜଗାର ଟଙ୍କାକୁ ଗରିବମାନଙ୍କର ସାହାଯ୍ୟ କାର୍ଯ୍ୟରେ ଲଗାଯାଉଥିଲା।