fbpx
BJD
BJD SKY
BJD SKY

ଆଇଡ୍ରପ୍ ବ୍ୟବହାର ପୂର୍ବରୁ ଜାଣିନିଅନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା, ଅନ୍ୟଥା ଆଖିକୁ ପହଞ୍ଚିପାରେ ବଡ କ୍ଷତି

BJD

ନୂଆଦିଲ୍ଲୀ: ଆଜିକାଲି ବାୟୁ ପ୍ରଦୂଷଣ ସ୍ତର ବଢିବାରେ ଲାଗିଛି । ଏହି କାରଣରୁ ଆଖିରେ ବି ବିଭିନ୍ନ ପ୍ରକାର ସମସ୍ୟା ବଢିବାରେ ଲାଗିଛି । ଏହା ସହିତ ମୋବାଇଲ୍ ଓ ଟିଭି ଅଧିକ ସମୟ ଦେଖିବା ଦ୍ୱାରା ମଧ୍ୟ ଆମ ଆଖିର ସ୍ୱାସ୍ଥ୍ୟ ଖରାପ ହେଉଛି । ଏହି କାରଣରୁ ଆଜି ବହୁତ ଛୋଟ ବୟସରେ ବି ପିଲାମାନେ ଚଷମା ବ୍ୟବହାର କରୁଛନ୍ତି । ଅଧିକାଂଶ ଲୋକ ଆଖିରେ ସଂକ୍ରମଣ, ଆଖିରେ କୌଣସି ଆଘାତ କିମ୍ବା ଗ୍ଲୁକୋମା ପରି ସ୍ଥିତିରେ ଆଇଡ୍ରପ୍ ବ୍ୟବହାର କରିଥାନ୍ତି ।
ଆଖି ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ଅଙ୍ଗ । ଆଖିର ଯତ୍ନରେ ସାଧାରଣ ଅସାବଧନତା ବି ବଡ ସମସ୍ୟାର କାରଣ ହୋଇପାରେ । ଆଇଡ୍ରପ୍‌କୁ କିପରି ଓ କେତେଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ଆପଣ ସେ ବିଷୟରେ ସଠିକ୍ ଭାବରେ ଜାଣନ୍ତି କି ?
ଆଖି ବିଶେଷଜ୍ଞଙ୍କ ମତରେ କୌଣସି ଆଇଡ୍ରପର ସିଲ୍ ଖୋଲିବା ପରେ ଏହା ଉପରେ ଖୋଲିବାର ତାରିଖ ଜରୁର ଲେଖନ୍ତୁ । ସିଲ୍ ଖୋଲିବାର ଏକ ମାସ ପରେ ଏହାକୁ ଆଉ ବ୍ୟବହାର କରନ୍ତୁ ନାହିଁ । କାରଣ ଏହା ଏକ ନିର୍ଦ୍ଧିଷ୍ଟ ସମୟ ପରେ ଏହା ଖରାପ ହୋଇଯାଏ ଯେଉଁଥିରେ ସଂକ୍ରମିତ ହେବାର ଆଶଙ୍କା ବଢିଯାଏ । ଏହା ବ୍ୟବହାର କରିବା ଦ୍ୱାରା ଆଖିକୁ ଗମ୍ଭୀର କ୍ଷତି ପହଞ୍ଚିପାରେ ।

ଆଇଡ୍ରପ୍ ବ୍ୟବହାର କରିବା ପୂର୍ବରୁ ହାତକୁ ଭଲ ଭାବେ ସାବୁନ ଓ ସାନିଟାଇଜରରେ ଧୁଅନ୍ତୁ । ଆଇଡ୍ରପ ବ୍ୟବହାର କରିବା ପରେ ବି ହାତକୁ ଧୁଅନ୍ତୁ । ଧ୍ୟାନ ରଖନ୍ତୁ ଆଇଡ୍ରପର ଉପଯୋଗ କେବଳ ସେହି ବ୍ୟକ୍ତି କରିବା ଉଚିତ ଯାହାଙ୍କ ପାଇଁ ଏହା ପ୍ରେସକ୍ରାଇବ୍ କରାଯାଇଛି । ଅନ୍ୟ କେହି ବ୍ୟକ୍ତି ଏହା ବ୍ୟବହାର କଲେ ସଂକ୍ରମଣ ହେବାର ବିପଦ ରହିଛି । ଆଇଡ୍ରପ୍ ପକାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ବହୁତ ଜରୁରୀ ।

ଏହା ସହିତ ଆଇଡ୍ରପକୁ ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ । ଯଦି ଏହାକୁ ଠିକ୍ ଯାଗାରେ ସାଇତି ରଖା ନ ଯାଏ ତେବେ ଏହାର ପ୍ରଭାବ ନଷ୍ଟ ହୋଇଯାଏ । ମେଡିସିନକୁ ଉଲ୍ଲେଖ କରାଯାଇଥିବା ତାପମାତ୍ରାରେ ହିଁ ଷ୍ଟୋର କରାଯିବା ଉଚିତ ଓ ମେଡିକାଲ୍ ଷ୍ଟୋରରୁ ମେଡିସିନ୍ କିଣିବା ସମୟରେ ଫାର୍ମାସିିଷ୍ଟଙ୍କ ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ । କାରଣ ସେ ହିଁ ଆପଣଙ୍କୁ ସଠିକ୍ ମେଡିସିନ୍ ଦେବା ସହିତ ଏହାର ଉପଯୋଗ ଓ ଯତ୍ନ ବିଷୟରେ ସଠିକ୍ ଭାବରେ ବୁଝାଇପାରିବେ ।

Get real time updates directly on you device, subscribe now.