fbpx

Big Breaking: ଗୃହକାର୍ଯ୍ୟ ଚାଲିଥିବା ସମୟରେ ଲୋକସଭାରେ ପଶିଲେ ୨ ଅଜ୍ଞାତ ଯୁବକ, ସଂସଦ ସୁରକ୍ଷା ବ୍ୟବସ୍ଥାରେ ବିରାଟ ତ୍ରୁଟି

ନୂଆଦିଲ୍ଲୀ: ଲୋକସଭାରେ ଆଜି ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ହଠାତ ଲୋକସଭା ଭିତରକୁ ପଶିଆସିଛନ୍ତି ୨ ଜଣ ଅଜ୍ଞାତ ଯୁବକ । ଲୋକସଭାରେ ଗୃହକାର୍ଯ୍ୟ ଚାଲିଥିବା ବେଳ ହଠାତ ସେ ଦୁଇଜଣ ଭିତରକୁ ପଶି ଆସିଥିଲେ । ତେବେ ଗୃହବାହାରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି ଉଭୟ ଭିତରେ ପଶିଆସିଥିବା ସୂଚନା ମିଳିଛି । ଦର୍ଶକ ଗ୍ୟାଲେରୀରୁ ହଠାତ ଦୁହେଁ ଭିତରକୁ ଡେଇଁ ବାଚସ୍ପତିଙ୍କ ପୋଡ଼ିୟମ ଆଡ଼କୁ ଆଗେଇଥିଲେ । ତେବ ସୁରକ୍ଷାକର୍ମୀମାନେ ସେଠାରେ ପହଞ୍ଚି ଲୁହବୁହା ଗ୍ୟାସ ପ୍ରୟୋଗ କରି ସେମାନଙ୍କୁ ଆୟତ୍ତ କରିଥିଲେ ।

ବର୍ତ୍ତମାନ ଉଭୟଙ୍କୁ ସୁରକ୍ଷାକର୍ମୀଙ୍କ ଦ୍ୱାରା ଅଟକ ରଖାଯାଇଛି । ଏହା ସହିତ ସେମାନଙ୍କ ପାଖରୁ ବାଣ ମଧ୍ୟ ଜବତ କରାଯାଇଛି । ସେହି କାରଣରୁ ୨ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ତେବେ ଏହି ଘଟଣା ପରେ ସଂସଦର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ତେବେ ଏହି ବ୍ୟକ୍ତି ଦୁଇଜଣଙ୍କର ଏ ପର୍ଯ୍ୟନ୍ତ ପରିଚୟ ମିଳିନଥିବା ସୂଚନା ମିଳିଛି । ତେବେ ସେମାନଙ୍କର ଏପରି କରିବା ପଛର କାରଣ ମଧ୍ୟ ଅସ୍ପଷ୍ଟ ରହିଛି ।

ତେବେ ଆଜି ସଂସଦରେ ଆତଙ୍କବାଦୀ ଆକ୍ରମଣକୁ ୨୨ ବର୍ଷ ପୂରିଛି । ତେବେ ଦୀର୍ଘ ୨୨ ବର୍ଷ ପରେ ଏପରି ଏକ ଘଟଣା ଘଟିବା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ତେବେ ଏମାନଙ୍କର ଏପରି ହଠାତ ଭିତରକୁ ପଶିଆସିବା ପଛରେ କୌଣସି ଉଦ୍ଦେଶ୍ୟ ରହିଥିବା ନେଇ ଆଶଙ୍କା କରାଯାଉଛି ।

ସୂଚନାଯୋଗ୍ୟ, ଲୋକସଭାରେ ଗୃହକାର୍ଯ୍ୟ ଚାଲିଥିବା ସମୟରେ ସାଧାରଣ ଲୋକଙ୍କୁ ଭିତରକୁ ସ୍ୱତନ୍ତ୍ର ପାସ ନେଇ ଭିତରକୁ ଯିବା ପାଇଁ ଅନୁମତି ରହିଛିି । ତେବେ ଏହାର ସୁଯୋଗ ନେଇ ଏହି ୨ ଜଣ ଅଜ୍ଞାତ ବ୍ୟକ୍ତି ଭିତରକୁ ଯାଇଥିବା ସନ୍ଦେହ କରାଯାଉଛି । ତେବେ ଭିତରକୁ ଯିବା ସମୟରେ କିପରି ସୁରକ୍ଷାକର୍ମୀମାନେ ଯାଞ୍ଚ କରିନାହାନ୍ତି ତାହା ଆଶ୍ଚର୍ଯ୍ୟର ବିଷୟ ପାଲଟିଛି । ଏଥି ସହିତ ଉଭୟଙ୍କ ପାଖରୁ ବାଣ ଜବତ ହେବା ମଧ୍ୟ ଘଟଣାକୁ ଅଧିକ ଗମ୍ଭୀର କରିଛି । ତେବେ ବର୍ତ୍ତମାନ ଉଭୟଙ୍କୁ ପୁଲିସ ଗିରଫ କରିଛି ।

Get real time updates directly on you device, subscribe now.