fbpx

ଗୋଟିଏ ବୁନ୍ଦା ମଦର ମୂଲ୍ୟ ୩୩ ହଜାର ଟଙ୍କା…ମଦ ବୋତଲରେ ଜଡ଼ିତ ହୀରା ଓ ପ୍ଲାଟିନମ

– ବିଶ୍ୱର ସବୁଠାରୁ ମହଙ୍ଗା ମଦ ହେଉଛି Isabella’s Islay Whisky । ଏହାର ଗୋଟେ ବୋତଲ ମଦର ମୂଲ୍ୟ ପ୍ରାୟ ୫୦ କୋଟି ଟଙ୍କା । ଏହି ଗୋଟିଏ ବୋତଲରେ ମାତ୍ର ୭୫୦ ମିଲି (୧୫ ହଜାର ବୁନ୍ଦା) ରହିପାରେ । ଗୋଟିଏ ମିଲିରେ ୨୦ ବୁନ୍ଦା ରହିଥାଏ । ଏପରି ଭାବରେ ହିସାବ କଲେ ଗୋଟିଏ ବୁନ୍ଦା ମଦର ମୂଲ୍ୟ ପ୍ରାୟ ୩୩ ହଜାର ୩୩୩ କୋଟି ଟଙ୍କା । କହିରଖୁଛୁ ଏହି ମଦ ବୋତଲରେ ହୀରା ଏବଂ ରୁବି ଖଞ୍ଜା ହୋଇଛି ।

– ବିଶ୍ୱର ମହଙ୍ଗା ମଦ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି Billionaire Vodka । ଏହାର ଗୋଟିଏ ବୋତଲ ମଦର ମୂଲ୍ୟ ପ୍ରାୟ ୨୭.୫ କୋଟି ଟଙ୍କା । ଏହି ମଦର ଗୋଟିଏ ବୁନ୍ଦାର ମୂଲ୍ୟ ୧୮ ହଜାର ୩୩୩ ଟଙ୍କା ହେବା । ଏହି ମଦ ବୋତଲରେ ହୀରା ଖଞ୍ଜା ଯାଇଛି ।

– ତୃତୀୟ ସ୍ଥାନରେ ରହିଛି Tequila Ley । ଏହି ମଦର ଗୋଟିଏ ବୋତଲ ତିଆରି କରିବା ପାଇଁ ୧୦ ମାସ ସମୟ ଲାଗିଥାଏ । ଏହି ବୋତଲରେ ହିରା, ସୁନା ଏବଂ ପ୍ଲାଟିନମ୍ ଖଞ୍ଜା ଯାଇଛି । Tequila Ley ର ଗୋଟିଏ ବୋତଲର ମୂଲ୍ୟ ପ୍ରାୟ ୨୬ କୋଟି ଟଙ୍କା । ସେହିପରି ହିସାବ କଲେ ଗୋଟିଏ ବୁନ୍ଦା ମଦର ମୂଲ୍ୟ ୧୭ ହଜାର ୩୩୩ କୋଟି ଟଙ୍କା ହେବ ।

– ଚତୁ୍‌ର୍ଥ ସ୍ଥାନରେ ଥିବା Henry ମଦ କିଣିବା ପାଇଁ ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ଏହି ମଦର ଗୋଟିଏ ବୁନ୍ଦା ମଦର ମୂଲ୍ୟ ୧୦ ହଜାର ଟଙ୍କା । ଏହି ବୋତଲରେ ୨୪ କ୍ୟାରେଟ୍ ସୁନା, ହୀରା ଓ ପ୍ଲାଟିନମ ଖଞ୍ଜା ଯାଇଛି ।
– ପଞ୍ଚମ ସ୍ଥାନରେ ରହିଛି Vodka RussoBaltique ଯାହାକୁ ରୁଷର ଏକ ଦଳ ୧୯୧୧ରେ ତିଆରି କରିଥିଲେ । ଏହାର ଗୋଟିଏ ବୋତଲର ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା । ଏହା ବିଶ୍ୱର ୨ୟ ମହଙ୍ଗା ଭୋଡକା । ତେବେ ଏହି ମଦର ଗୋଟିଏ ବୁନ୍ଦାର ମୂଲ୍ୟ ୬ ହଜାର ୬୬୬ ଟଙ୍କା ହେବ ।

– Diva Premium Vodka ଷଷ୍ଠ ସ୍ଥାନରେ ରହିଛି । ଏହା ଏକ ସ୍କଟିସ୍ ମଦ । ଏହି ମଦର ବିଶେଷତ୍ୱ ଏହାର ଫିଲଟରିଂ ପ୍ରୋସେସ୍ । ଏହି ମଦ ହୀରା ଏବଂ ଅନ୍ୟ ମୂଲ୍ୟବାନ ରତ୍ନ ଦେଇ ଗତି କରିଥାଏ । Diva Premium Vodka ର ଗୋଟିଏ ବୋତଲ ମୂଲ୍ୟ ହେଉଛି ୭.୫ କୋଟି ଟଙ୍କା । ସେହିପରି ଗୋଟିଏ ବୁନ୍ଦା ମଦର ମୂଲ୍ୟ ୫ ହଜାର ଟଙ୍କା ।

– ସପ୍ତମ ସ୍ଥାନରେ ରହିଛି Mendis Coconut Brandy ଯାହା ନଡ଼ିଆ ଫୁଲର ରସରୁ ତିଆରି ହୋଇଥାଏ । ନଡ଼ିଆ ଫୁଲର ରସକୁ ୨ ବର୍ଷ ପର୍ଯ୍ୟନ୍ତ ବ୍ଲେଣ୍ଡ୍ କରିବା ପରେ ବୋତଲରେ ରଖାଯାଏ । ଗୋଟିଏ ବୋତଲ ମଦର ମୂଲ୍ୟ ପ୍ରାୟ ୭.୫ କୋଟି ଟଙ୍କା । ସେହିପରି ଏହି ମଦର ଗୋଟିଏ ବୁନ୍ଦାର ମୂଲ୍ୟ ୫ ହଜାର ଟଙ୍କା ।

– The Macallan Red Collection ହେଉଛି ସିଙ୍ଗଲ ମାଲ୍ଟ ହ୍ୱିସ୍କି । ଏହି ମଦକୁ ତିଅରେି ହେବା ପାଇଁ ୭୮ ବର୍ଷ ସମୟ ଲାଗିଥାଏ । ଏହାର ଗୋଟିଏ ବୋତଲର ମୂଲ୍ୟ ୪.୭ କୋଟି ଟଙ୍କା । ଏହି ମଦର ଗୋଟିଏ ବୁନ୍ଦାର ମୂଲ୍ୟ ପ୍ରାୟ ୩ ହଜାର ୧୩୩ ଟଙ୍କା ହେବ ।

Get real time updates directly on you device, subscribe now.