fbpx

ହାଡ଼କୁ ମଜଭୁତ କରିବାକୁ ଚାହୁଁଥିଲେ ଖାଆନ୍ତୁ ଏହି ସବୁ ଖାଦ୍ୟ

ସବୁ ବୟସର ଲୋକଙ୍କ ପାଇଁ ହାଡ଼ ମଜଭୁତ ହେବା ଆବଶ୍ୟକ। ଆମ ଶରୀରରେ ଥିବା ହାଡ଼ କ୍ୟାଲସିୟମ୍‌ ଓ ଭିଟାମିନ ‘ଡି’ ଖାଇବା ଦ୍ୱାରା ମଜଭୁତ ହୋଇଥାଏ।କ୍ୟାଲସିୟମ୍‌ ଅଭାବରୁ ହାଡ଼ ଦୁର୍ବଳ ହେବା ସହ ଆଣ୍ଠୁଗଣ୍ଠି ସମସ୍ୟା ଦେଖା ଦେଇଥାଏ। ଶରୀରରେ ହାଡ଼ ମଜଭୁତ ରଖିବାକୁ ହେଲେ ଆମକୁ‌ ଖାଦ୍ୟ ଖାଇବା ପ୍ରତି ଧ୍ୟାନ ଦେବାକୁ ପଡିବ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟରେ ଭରପୂର ମାତ୍ରାରେ କ୍ୟାଲସିୟମ ରହିଥାଏ ଓ କେଉଁ ଖାଦ୍ୟ ଖାଇଲେ ଆମ ହାଡ଼ ମଜଭୁତ ହୋଇଥାଏ।

କ୍ଷୀରରେ  ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଥାଏ ତେଣୁ ଶରୀରରେ କ୍ୟାଲସିୟମ୍‌ର ମାତ୍ରା ବଢାଇବା ଲାଗି ନିୟମିତ କ୍ଷୀର ପିଅନ୍ତୁ।

କମଳାରେ ଭିଟାମିନ ‘ଡ଼ି’ ସହ କ୍ୟାଲସିୟମ୍‌ ରହିଛି ଯାହା ହାଡ଼କୁ ମଜଭୁତ କରେ।

ହାଡ଼ ମଜଭୁତ କରିବାକୁ ହେଲେ ସବୁଜ ପନିପରିବା ଖାଆନ୍ତୁ।

ମାଛ ଓ ମାଂସରେ ପ୍ରୋଟିନ୍‌ ଓ କ୍ୟାଲସିୟମ୍‌ର ମାତ୍ରା ପ୍ରଚୁର ପରିମାଣରେ ଥାଏ। ତେବେ ମାଛ ଓ ମାଂସ  ଖାଆନ୍ତୁ।

ବାଦାମରେ ଅଧିକ ପରିମାଣରେ କ୍ୟାଲସିୟମ୍‌ ଓ ପ୍ରୋଟିନ୍‌ ରହିଛି। ତେଣୁ ବାଦାମ ମଧ୍ୟ ଖାଇଲେ ଆମକୁ ଫାଇଦା ମିଳିଥାଏ।

 

Get real time updates directly on you device, subscribe now.