fbpx
BSKY
BJD MC SKY
BJD YOUTH SKY

ଜାଣନ୍ତୁ କିଏ ନଜମା ଅଖତର: ପଦ୍ମ ପୁରସ୍କାରରେ ସମ୍ମାନିତ କରିବେ ରାଷ୍ଟ୍ରପତି

ଦିଲ୍ଲୀର ଜାମିୟା ମିଲିୟା ଇସଲାମିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରୋଫେସର ନଜମା ଅଖତରଙ୍କୁ ସୋମବାର ଅର୍ଥାତ ମାର୍ଚ୍ଚ ୨୧ ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ମାନିତ କରିବେ । ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କର ଅମୂଲ୍ୟ ଯୋଗଦାନ ପାଇଁ ଏହି ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ଦେଶରେ ଶିକ୍ଷାଗତ ପ୍ରଶାସକମାନଙ୍କୁ ପ୍ରସ୍ୁତ କରିବା ପାଇଁ ଆଲାହବାଦରେ ପ୍ରଥମ ରାଜ୍ୟସ୍ତରୀୟ ପରିଚାଳନା ପ୍ରତିଷ୍ଠାନକୁ ସଫଳତାପୂର୍ବକ ବିକଶିତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ତାଙ୍କ ନେତୃତ୍ୱରେ ଜାମିଆ ମିଲିୟା ଇସଲାମିଆ ବିଶ୍ୱବିଦ୍ୟାଳୟ ଭାରତ ସରକାରଙ୍କ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱର୍କରେ ଷଷ୍ଠ ସ୍ଥାନ ହାସଲ କରିଛି । ଜାମିୟା ବିଶ୍ୱବିଦ୍ୟାଳୟ ୨୦୧୯-୨୦ ପାଇଁ ଶିକ୍ଷା ମନ୍ତ୍ରାଳୟ ଦ୍ୱାରା କରାଯାଇଥିବା ପ୍ରଦର୍ଶନ ମୂଲ୍ୟାଙ୍କନରେ ସବୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ୯୫.୨୩ % ଅଙ୍କ ହାସଲ କରି ଉକ୍ରୃଷ୍ଟ ପ୍ରଦର୍ଶନ କରିଛି ।

ପ୍ରଫେସର ନଜମା ଅଖତରଙ୍କ ଜନ୍ମ ୧୯୫୩ ମସିହାରେ ହୋଇଥିଲା । ସେ ଅଲୀଗଢ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିଥିଲେ, ଏହା ଛଡ଼ା ସେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ କରିଥିଲେ, ସେ ବିଦେଶରେ ମଧ୍ୟ ପଢ଼ିଛନ୍ତି । ପ୍ରଫେସର ନଜମା ଅଖତର ୨୦୧୯ ରେ ଜାମିୟା ମିଲିୟା ଇସଲାମିୟାର କୁଳପତି ଭାବରେ ଯୋଗ ଦେଇଥିଲେ ସେ ବିଶ୍ୱବିଦ୍ୟାଳୟ ୧୬ ତମ କୁଳପତି । ସେ ଏହି ପଦ ସମ୍ଭାଳିଥିବା ପ୍ରଥମ ମହିଳା । ଏହା ପୂର୍ବରୁ ନଜମା ଅଖତରଙ୍କୁ ତାଙ୍କର ଅସାଧାରଣ ଶିକ୍ଷା ଏବଂ ସଂସ୍ଥାଗତ ନେତୃତ୍ୱ ପାଇଁ ୟୁନିଭର୍ସାଲ ପିସ୍ ଫେଡରେସନ- ଇଣ୍ଡିଆ ଦ୍ୱାରା ଆମମ୍ବାସଡର ଫର ପିସ୍ ଆୱାର୍ଡରେ ସମ୍ମାନିତ କରାଯାଇଛି ।

Get real time updates directly on you device, subscribe now.