fbpx

କୃଷ୍ଣଚନ୍ଦ୍ର ପତିହାରୀ ହତ୍ୟା ମାମଲାରେ ୪ ଜଣଙ୍କୁ ଅଟକ ରଖିଲା ପୋଲିସ୍: ହତ୍ୟା ମାମଲରେ ସଂପୃକ୍ତି ନେଇ ହୋଇଥିଲା ଅଭିଯୋଗ

BJD

ପୁରୀ: ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲାରେ ୪ ଜଣଙ୍କୁ ଅଟକ ରଖିଲା ପୋଲିସ । ୨ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ସମେତ ୪ ଅଟକ । ୪ ଜଣଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା । ଗୁଳିମାଡ଼ ପରେ ଅପରାଧୀ ଏହି ୪ ଜଣଙ୍କ ନାଁ ନେଇଥିଲେ । କାଳିଆ ଓ ଦୋଳଗୋବିନ୍ଦଙ୍କ ଶପଥ ପୂରଣ ହେଲା କହିଥିଲେ ଅପରାଧୀ । ଏନେଇ ଏତଲା ଦେଇଥିଲେ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ଭାଇ । କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ନାମକ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ ।

ଉଲ୍ଲେଖଯୋଗ୍ୟ, ଗତ ୧୬ ତାରିଖରେ ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ଉପରକୁ ଦୁର୍ବୁତ୍ତ ଗୁଳିମାଡ଼ କରିଥିଲେ ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ଦେହରେ ୪ ଟି ଗୁଳି ବାଜିଥିବା ସୂଚନା । ମୁଣ୍ଡର ସାମ୍ନା ଓ ପଛପଟରେ ୨ଟି ଓ ଛାତିରେ ୨ ଟି ଗୁଳି ବାଜିଛି । ଘଟଣାସ୍ଥଳରୁ ୪ ଟି ଖୋକା ଜବତ କରିଛି ଫରେନ୍ସିକ ଟିମ୍ ।

ସେପଟେ ପୂର୍ବ ଶତ୍ରୁତାରୁ ତାଙ୍କ ଉପରକୁ ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ୍ । ଗୁନ ସିଂହାରୀ ହତ୍ୟାକାଣ୍ଡ ସହ ସମ୍ପର୍କ ଥବା ଚର୍ଚ୍ଚା ହେଉଛି । ଗୁନ ସିଂହାରୀ ହତ୍ୟାକାଣ୍ଡ ପରେ ସେ ଟାର୍ଗେଟରେ ଥିଲେ । ଗୁନ ସିଂହାରୀ ହତ୍ୟାକାଣ୍ଡ ଘଟଣାରେ ଅନ୍ୟତମ ଷଡ଼ଯନ୍ତ୍ରକାରୀ କୁହାଯାଉଥିଲା । ୨୦୧୨ ଅଗଷ୍ଟ ୨୨ ରେ ପୁରୀରେ ଗୁନ ସିଂହାରୀଙ୍କୁ ହତ୍ୟା କରାଯାଇଥିଲା । ତେବେ ୯ ବର୍ଷ ପରେ ଗତ ଜାନୁଆରୀ ୧୯ ରେ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ କୃଷ୍ଣଚନ୍ଦ୍ର ପତିହାରୀ ।

Get real time updates directly on you device, subscribe now.