fbpx
BSKY
BJD MC SKY
BJD YOUTH SKY

ସିଏନଜି ଗ୍ୟାସ ପମ୍ପରେ ଗାଡ଼ି ସାମ୍ନାରେ ଷ୍ଟପବୋର୍ଡ କାହିଁକି ରଖାଯାଏ, ଜାଣନ୍ତୁ ଏହା ପଛରେ ରହିଥିବା କାରଣ

ନୂଆଦିଲ୍ଲୀ: ସିଏନଜି ଗ୍ୟାସ ପମ୍ପରେ ଯେତେବେଳେ ଗାଡ଼ି ପହଁଚେ ଗ୍ୟାସ ଭରିବା ପାଇଁ ସେତେବେଳେ ପମ୍ପ କର୍ମଚାରୀମାନେ ତା ସାମ୍ନାରେ ଏକ ଷ୍ଟପ ବୋର୍ଡ଼ ଆଣି ରଖିଥାନ୍ତି । ଏହି ବୋର୍ଡକୁ ସେମାନେ ସେତେବେଳେ ହଟାନ୍ତି ଯେତେବେଳେ ଗାଡ଼ିରେ ଗ୍ୟାସ ଭରିଯାଏ । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, କେବଳ ସିଏନଜି ପମ୍ପରେ ଏମିତି କାହିଁକି ହୁଏ । ତେବେ ଏନେଇ ଗ୍ୟାସ ଟାଙ୍କିର ଜଣେ ସେଲସ୍ ଏକଜୁକୁଟିଭ୍ ସମ୍ପୂର୍ଣ୍ଣ ତଥ୍ୟ ଦେଇଛନ୍ତି ।

ସୂଚନା ଅନୁଯାୟୀ, ସିଏନଜି ଗ୍ୟାସ ଭରିବା ବେଳେ ଗାଡ଼ିରେ ନୋଜଲ ଲଗାଯାଇଥାଏ । କିଛିଥର ସିଏନଜି ଭରିବା ବ୍ୟକ୍ତି ଏହି ନୋଜାଲ କାଢିବାକୁ ଭୁଲିଯାଆନ୍ତି । ତେଣୁ ଗାଡ଼ି ଆଗରେ ଷ୍ଟପ ବୋର୍ଡ଼ ରଖିବା ଦ୍ୱାରା ଗାଡ଼ିଚାଳକ ହଠାତ ଗାଡ଼ି ନେଇ ଯାଇପାରନ୍ତି ନାହିଁ । ପ୍ରଥମେ ଟାଙ୍କି କର୍ମଚାରୀ ନୋଜଲକୁ ବାହାର କରନ୍ତି ପରେ ଷ୍ଟପ ବୋର୍ଡକୁ ହଟାନ୍ତି । ଯଦି ଏପରି ନ ହୁଏ ତେବେ ଦୁର୍ଘଟଣାର ଆଶଙ୍କା ରହିଥାଏ । ଯେପରିକି ନିଆଁ ଲାଗିବା ଭଳି ପରିସ୍ଥିତି ଉପୁଜି ପାରେ ।

ଏହା ବ୍ୟତିତ ପେଟ୍ରୋଲ ପମ୍ପରେ ଅନେକ କିଛି ନିୟମ ରହିଛି । ନିୟମ ଉଲ୍ଲଘଂନ କରିଲେ ଫାଇନ ମଧ୍ୟ ପଡିଥାଏ । ମୋବାଇଲରେ କଥା ହେବା ଏବଂ ସ୍ମୋକିଂ କରିବା ଆଦିକୁ ବାରଣ କରାଯାଇଛି । ତେଣୁ ଗାଡ଼ିରେ ଗ୍ୟାସ ଭରିବା ବେଳେ ଆଗରେ ଷ୍ଟପ ବୋର୍ଡ଼ ରଖାଯାଏ କାରଣ ଏପରି ଦୁର୍ଘଟଣା ଯେପରି ନ ଘଟିବ ।

Get real time updates directly on you device, subscribe now.