ଓଡ଼ିଶା ଭାସ୍କର: ପ୍ରତିବର୍ଷ ଭଳି ଆଜି ଅର୍ଥାତ ନଭେମ୍ବର ୧୪ ତାରିଖରେ ସାରା ଦେଶ ପାଳି ଆସୁଛି ‘ଶିଶୁ ଦିବସ’। ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆଜି ଶିଶୁ ଦିବସ ପାଳନ କରାଯାଉଛି। ପଣ୍ଡିତ ଜବାହାରଲାଲ ନେହରୁ ଭାରତୀୟ ସ୍ୱାଧୀନତା ସଂଗ୍ରାମର ମହାନ ନେତା ଏବଂ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ। ତାଙ୍କ ପରିଚୟ କେବଳ ଏକ ରାଜନେତା ଭାବେ ନୁହେଁ, ବରଂ ଏକ ବିଚାରକ, ଲେଖକ ଏବଂ ସମାଜ ସଂସ୍କାରକ ଭାବେ ମଧ୍ୟ ଜଣାଶୁଣା। ଏହି ଖାସ ଦିନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ପାଳନ କରାଯାଇଥାଏ। ହେଲେ ବହୁତ କମ ଲୋକେ ଜାଣିଛନ୍ତି ଯେ, ଶିଶୁ ଦିବସ ପ୍ରଥମେ ନଭେମ୍ବର ୧୪ ପରିବର୍ତ୍ତେ ୨୦ରେ ପାଳନ କରାଯାଉଥିଲା। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..
ଜବାହାରଲାଲ ନେହରୁଙ୍କ ଜନ୍ମ ୧୪ ନଭେମ୍ବର ୧୮୮୯ରେ ହୋଇଥିଲା, ଯାହାକୁ ଶିଶୁ ଦିବସ ବୋଲି ପାଳନ କରାଯାଏ। ହେଲେ ପ୍ରଥମରୁ ଏହା ୨୦ ନଭେମ୍ବରରେ ପାଳନ କରାଯାଉଥିଲା। ୧୯୫୪ ମସିହାରେ, ଯୁକ୍ତରାଷ୍ଟ୍ରରେ ୨୦ ନଭେମ୍ବରକୁ ଅନ୍ତର୍ଜାତୀୟ ଶିଶୁ ଦିବସ ଭାବେ ଘୋଷଣା କରାଯାଇଥିଲା। ଯାହପରେ ପ୍ରତି ବର୍ଷ ସାରା ଦୁନିଆରେ ଅନ୍ତର୍ଜାତୀୟ ଶିଶୁ ଦିବସ ୨୦ ନଭେମ୍ବରରେ ପାଳନ କରାଯାଉଛି।
ହେଲେ ପରାବର୍ତ୍ତୀ ସମୟରେ ଭାରତରେ ଏହି ଦିବସକୁ ପଣ୍ଡିତ ଜବାହାରଲାଲ ନେହରୁଙ୍କ ଜୟନ୍ତି ଭାବେ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଗଲା। ପଣ୍ଡିତ ଜବାହାରଲାଲ ନେହରୁଙ୍କର ପରଲୋକ ୨୭ ମେ ୧୯୬୪ ମସିହାରେ ହୋଇଥିଲା। ପଣ୍ଡିତ ଜବାହାରଲାଲ ନେହରୁଙ୍କର ଶିଶୁଙ୍କ ପ୍ରତି ଥିବା ସମର୍ପଣ ଭାବ ଏତେ ପ୍ରସିଦ୍ଧ ଥିଲା ଯେ, ସେହି ବର୍ଷରୁ ପଣ୍ଡିତ ଜବାହାରଲାଲ ନେହରୁଙ୍କୁ ସମ୍ମାନ ଦେବା ଲାଗି ତାଙ୍କ ଜନ୍ମଦିନ ୧୪ ନଭେମ୍ବରକୁ ଶିଶୁ ଦିବସ ଭାବେ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।