fbpx

ପାଖେଇ ଆସୁଛି ଚନ୍ଦ୍ରଗ୍ରହଣ: ଜାଣି ରଖନ୍ତୁ କେତେବେଳେ କଣ କରିବେ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୮ତାରିଖ ଦିନ ଚନ୍ଦ୍ରଗ୍ରହଣ ଲାଗୁଛି । ସେହିଦିନ ଅର୍ଥାତ ମଙ୍ଗଳବାର ଦିନ ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ହେଲେ ଚନ୍ଦ୍ରଗ୍ରହଣ ଲାଗିବା ହେତୁ ଏଥର ପାଳନ ହୋଇପାରିବନି ଡଙ୍ଗାଭଷା ଉତ୍ସବ । ରାଜ୍ୟ ବାହାରେ କାର୍ତ୍ତିକ ପୂର୍ଣ୍ଣିମାରେ ଗଙ୍ଗା, ଯମୁନା ଆଦି ପବିତ୍ର ନଦୀ ଗୁଡିକରେ ଲୋକେ ବୁଡ ପକାଇଥାନ୍ତି । ହେଲେ ଚନ୍ଦ୍ରଗ୍ରହଣ ପାଇଁ ଏହା ସମ୍ଭବ ହୋଇପାରିବ ନାହିଁ । ଆସୁଥିବା ଚନ୍ଦ୍ରଗ୍ରହଣ ୨୦୧୧ ବର୍ଷର ଦ୍ୱିତୀୟ ଓ ଶେଷ ଚନ୍ଦ୍ର ଗ୍ରହଣ ଅଟେ । ସେଥିପାଇଁ ଏହାର ପ୍ରଭାବ ୧୨ଟି ରାଶି ଗୁଡିକ ଉପରେ ରହିବ ।

ତେବେ ଗ୍ରହଣର ୯ଘଣ୍ଟା ପୂର୍ବରୁ ହାଣ୍ଡିଛାଡ ସହ ସମସ୍ତ ଦେବାଦେବୀ ପୂଜା ବନ୍ଦ ରହିବ । ହାଣ୍ଡିଛାଡିବା ପରେ ଯଦି ଆପଣଙ୍କ ଘରେ କିଛି ଖାଦ୍ୟ ବଳିଯାଉଛି ତେବେ ସେଥିରେ ତୁଳସୀ ପତ୍ର ପକାଇ ରଖନ୍ତୁ । ଏହାଦ୍ୱାରା ଖାଦ୍ୟକୁ ଆପଣ ଗ୍ରହଣ ପାରେ ମଧ୍ୟ ଖାଇପାରିବେ । ତେବେ ଚନ୍ଦ୍ରଗ୍ରହଣ ଲାଗିବ ସନ୍ଧ୍ୟା ୫ଟା ବାଜି ୩୨ମିନିଟରେ ଏବଂ ମୋକ୍ଷ ହେବ ସନ୍ଧ୍ୟା ୬ଟା ବାଜି ୧୯ ମିନିଟରେ । ତେଣୁ ଚନ୍ଦ୍ରଗ୍ରହଣର ସୁତକ କାଳ ଆରମ୍ଭ ହେବ ୮ଟା ବାଜି ୧୦ମିନିଟରୁ ।ଏହା ପୂର୍ବରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ସମସ୍ତ ପୂଜାନୀତି ଶେଷ ହେବ । ଚନ୍ଦ୍ରଗ୍ରହଣ ଛାଡିବା ପରେ ମହାପ୍ରଭୁଙ୍କ ସ୍ନାନ ଏବଂ ଆରମ୍ଭ ହେବ ପୂଜାପାଠ ନୀତି ଏହାପରେ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ । ତେଣୁ ଆପଣ ଗ୍ରହଣ ଛାଡିବା ପରେ ସ୍ନାନ କରିସାରି କିଛିଦାନ କଲେ ଗ୍ରହଣର ନକରାତ୍ମକ ପ୍ରଭାବରୁ ମୁକ୍ତି ପାଇବେ ବୋଲି ଜ୍ୟେତିଷ ବିଜ୍ଞାନ ଦର୍ଶାଇଛନ୍ତି । ଏହାସହ ଗ୍ରହଣକୁ ନେଇ ଦେବଦୀପାବଳି ୭ତାରିଖ ଦିନ ପାଳନ ହେବାକୁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.