fbpx
BJD SKY
BJD SKY

ସଚିନ ବାଛିଲେ ଅଲ୍ ଟାଇମ୍ ବେଷ୍ଟ-୧୧, କୋହଲି-ଧୋନୀଙ୍କୁ ମିଳିଲାନି ସ୍ଥାନ

BJD

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜର କ୍ରିକେଟ କ୍ୟାରିୟରରେ ଅନେକ ବିଶ୍ୱ କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ନିଜ ସମୟରେ ଦୁନିଆର ବହୁ ନାମିଦାମୀ ବୋଲରଙ୍କୁ ନିର୍ଧୂମ୍ ପ୍ରହାର କରିବା ସହ ସେମାନଙ୍କୁ ରାତିରେ ଶୁଆଇ ଦେଉନଥିଲେ । ଏପରିକି ଅଷ୍ଟ୍ରେଲିଆର ମହାନ୍ ସ୍ପିନର ସେନ ୱାର୍ଣ୍ଣଙ୍କ ସ୍ୱପ୍ନରେ ସଚିନ ଆସୁଥିବା ନେଇ ସେ କହିଥିଲେ । ତେବେ ନିକଟରେ ସଚିନ ଇତିହାସର ବେଷ୍ଟ-୧୧ ଟିମ୍ ଚୟନ କରିଛନ୍ତି । ଏଥିରେ ଭାରତର ବିରେନ୍ଦ୍ର ସେହ୍ୱାଗ, ସୁନୀଲ ଗାଭାସ୍କର, ସୌରଭ ଗାଙ୍ଗୁଲି ଓ ହରଭଜନ ସିଂହଙ୍କ ନାମ ସାମିଲ୍ ରହିଛି । ମାତ୍ର ଦୁଃଖର କଥା ବେଷ୍ଟ-୧୧ରେ ପୂର୍ବତନ ଭାରତୀୟ କ୍ୟାପ୍ଟେନ ମହେନ୍ଦ୍ର ସିଂହ ଧୋନୀ ଓ ବିରାଟ କୋହଲିଙ୍କ ନାମ ନାହିଁ । ଏହା କ୍ରୀଡ଼ାପ୍ରେମୀଙ୍କୁ ଚିନ୍ତାରେ ପକାଇ ଦେଇଛି ।

ସୂଚନାଯୋଗ୍ୟ ଯେ, ସଚିନ ଓ ଧୋନୀଙ୍କ ସମୟରେ ଭାରତ ୨୦୧୧ ମସିହାରେ ବିଶ୍ୱ ଚାମ୍ପିୟନ ହୋଇଥିଲା । ସେହିପରି ସଚିନଙ୍କ ରେକର୍ଡ ଭାରତୀୟ ଭାବେ ବିରାଟ ଭଙ୍ଗ କରିପାରିବେ ବୋଲି ସମସ୍ତେ ଆଶାବାଦୀ ରହିଛନ୍ତି । ଏପରି ସ୍ଥଳେ ଏହି ଦୁଇ କିମ୍ବଦନ୍ତୀଙ୍କୁ ଟିମରେ ନନେବା ପଛରେ କ’ଣ କାରଣ ରହିଛି ବୋଲି ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ।

ସଚିନଙ୍କ ଅଲ୍ ଟାଇମ୍ ପ୍ଲେଇଂ-୧୧: ବିରେନ୍ଦ୍ର ସେହ୍ୱାଗ, ସୁନୀଲ ଗାଭାସ୍କର, ବ୍ରାଏନ ଲାରା, ଭିଭିଆନ୍ ରିଚାର୍ଡସ, ଜ୍ୟାକ କ୍ୟାଲିସ୍, ସୌରଭ ଗାଙ୍ଗୁଲି, ଆଡାମ ଗିଲକ୍ରିଷ୍ଟ, ଶେନ ୱାର୍ଣ୍ଣ, ୱାସିମ ଆକ୍ରମ, ହରଭଜନ ସିଂହ ଓ ଗ୍ଲେନ ମ୍ୟାକଗ୍ରା ।

Get real time updates directly on you device, subscribe now.