fbpx

ବସ୍ ଡ୍ରାଇଭରକୁ କୋର୍ଟ ଶୁଣାଇଲେ ୧୯୦ ବର୍ଷ ଜେଲଦଣ୍ଡ, ଦୁର୍ଘଟଣାରେ ଜିଅନ୍ତା ଜଳିଥିଲେ ୨୨ ଯାତ୍ରୀ; ୬ ବର୍ଷ ପୂର୍ବରୁ ଘଟିଥିଲା ଦୁର୍ଘଟଣା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପନ୍ନାରେ ୬ ବର୍ଷ ପୂର୍ବରୁ ହୋଇଥିବା ଏକ ବସ୍ ଦୁର୍ଘଟଣାରେ ୨୨ ଜଣ ଯାତ୍ରୀ ଜିଅନ୍ତା ଜଳିଯାଇଥିଲେ । କୋର୍ଟ ଉକ୍ତ ବସର ଡ୍ରାଭଇର୍ କୁ ଦୋଷୀ ଭାବେ ଧରିଥିଲା । ଅତିରିକ୍ତ ସେସନ୍ ଜଜ୍ ଆରପି ସୋନକର୍ ଉକ୍ତ ବସ୍ ଡ୍ରାଇଭର୍ ଶମସୁଦ୍ଦିନ୍(୪୭)ଙ୍କୁ ୧୯୦ ବର୍ଷ କାରାଦଣ୍ଡର ସଜ୍ଜା ଶୁଣାଇଛନ୍ତି । ଏହା ସହିତ ବସ୍ ମାଲିକଙ୍କୁ ମଧ୍ୟ ଦଣ୍ଡ ଦିଆଯାଇଛି । ତାଙ୍କୁ ୧୦ ବର୍ଷ କାରାଦଣ୍ଡ ଶୁଣାଯାଇଛି । ଲମ୍ବା ଶୁଣାଣି ପରେ ଏବେ ତାକୁ ସଜ୍ଜା ଶୁଣାଇଛି କୋର୍ଟ ।

ସୂଚନାଯୋଗ୍ୟ, ଏହି ବସ୍ ଦୁର୍ଘଟଣା ୨୦୧୫ ମେ ୪ ତାରିଖରେ ମଣ୍ଡଳା ଠାରେ ଥିବା ଜାତୀୟ ରାଜପଥରେ ଘଟିଥିଲା । ବସ୍ ଟି ୨୦ ଫୁଟ୍ ତଳକୁ ପଡ଼ିଯାଇଥିଲା । ଡ୍ରାଇଭର୍ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ବସ୍ ଟି ଖାଇ ତଳକୁ ଖସିପଡ଼ିଥିଲା । ଖାଇକୁ ଖସିବା ପରେ ସେଥିରେ ଥିବା ୨୨ ଜଣ ଯାତ୍ରୀ ଜିଅନ୍ତା ଜଳିଯାଇଥିଲେ । ତେବେ ଡ୍ରାଇଭର୍ ବଞ୍ଚିଯାଇଥିଲେ । ତେଣୁ ତାଙ୍କୁ ଦୋଷୀ ଭାବରେ ସଜ୍ଜା ଦିଆଯାଇଛି ।

ବସ୍ ମାଲିକ ଜ୍ଞାନେନ୍ଦ୍ର ପାଣ୍ଡେୟ ଓ ଡ୍ରାଭଇର୍ ଶମସୁଦ୍ଦିନ୍ ଓରଫ୍ ଜନଦମ୍ବେଙ୍କ ବିରୋଧରେ ଆଇପିସି ଧାରା ୨୭୯, ୩୦୪ଏ, ୩୩୮, ୩୦୨/୨ ଓ ୨୮୭ ତଥା ମୋଟର୍ ଯାନ ଆଇନ୍ ଅଧୀନରେ ପୋଲିସ୍ ମାମଲା ରୁଜୁ କରିଥିଲା । ଏହାର ଶୁଣାଣି ୬ ବର୍ଷ କାଳ ଲମ୍ବା ଚାଲିବା ପରେ ଏବେ ଦୁହିଁଙ୍କୁ ଦଣ୍ଡ ଶୁଣାଯାଇଛି ।

Get real time updates directly on you device, subscribe now.