fbpx

କୋହଲି, ରଜତ ନା ସରଫରାଜ… କିଏ ଖେଳିବେ Ind vs Eng ଦ୍ୱିତୀୟ ଟେଷ୍ଟ? ରୋହିତ Confused….

Advertisement

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପରାସ୍ତ ହୋଇଛି ଭାରତ । ଦମଦାର ଆରମ୍ଭ ପରେ ମଧ୍ୟ ଭାରତ ଏହି ମ୍ୟାଚକୁ ହାତଛଡ଼ା କରିଛି । ତେବେ ଏହି ପରାଜୟ ପରେ ଟିମ ଇଣ୍ଡିଆକୁ ଆହୁରି ଏକ ବଡ଼ ଝଟକା ଲାଗିଛି । ଆହତ ସମସ୍ୟା ଯୋଗୁଁ ଷ୍ଟାର ପ୍ଲେୟର କେ.ଏଲ ରାହୁଲ ଏବଂ ରବିନ୍ଦ୍ର ଜାଡେଜା ଆଗାମୀ ସିରିଜରୁ ବାଦ୍ ପଡ଼ିଛନ୍ତି । ଏହି ୨ ଖେଳାଳିଙ୍କ ସ୍ଥାନରେ ଭାରତ ୱାଶିଂଟନ୍ ସୁନ୍ଦର ଏବଂ ସରଫରାଜ ଖାନଙ୍କ ସହ ସୌରଭ କୁମାରଙ୍କୁ ଦଳରେ ସାମିଲ କରିଛି । ତେବେ ବର୍ତ୍ତମାନ ଦ୍ୱିତୀୟ ଟେଷ୍ଟକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଅଧିନାୟକ ରୋହିତ । କ’ଣ ରହିବ ଭାରତର ପ୍ଲେଇଙ୍ଗ ୧୧?

ପ୍ରଥମ ମ୍ୟାଚ ହାରିବା ପରେ ଦ୍ୱିତୀୟ ମ୍ୟାଚରେ କମବ୍ୟାକ କରିବା ଲ୍ୟରେ ରହିବ ଟିମ ଇଣ୍ଡିଆ । ଏଥିପାଇଁ କୋଚ୍ ଦ୍ରାବିଡଙ୍କ ସହ ଅଧିନାୟକ ରୋହିତ ମଧ୍ୟ ରଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ ଏହା ମଧ୍ୟରେ ରବିନ୍ଦ୍ର ଜାଡେଜା ଏବଂ କେ.ଏଲ ରାହୁଲ ଆହତ ହୋଇ ଦଳରୁ ବାଦ୍ ପଡ଼ିଛନ୍ତି । ତେଣୁ ଦ୍ୱିତୀୟ ମ୍ୟାଚ ପାଇଁ ଦଳରେ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଅନୁପସ୍ଥିତ ରହିଥିବା ବେଳେ ଦ୍ୱିତୀୟ ଟେଷ୍ଟରେ ସେ କମବ୍ୟାକ କରିପାରନ୍ତି । ତେବେ ସେ ଦଳକୁ ଫେରିଲେ ତାଙ୍କର ଖେଳିବା ସୁନିଶ୍ଚିତ । କୋହଲି ଦଳରେ କମବ୍ୟାକ କଲେ କେବଳ ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଜଣେ ସ୍ପିନ ବୋଲରଙ୍କୁ ରୋହିତ ଦଳରେ ସ୍ଥାନ ଦେଇପାରନ୍ତି । ତେବେ ଶୁଭମନ ଗିଲ ବାରମ୍ବାର ଟେଷ୍ଟରେ ଫେଲ୍ ହେଉଥିବାରୁ ତାଙ୍କ ସ୍ଥାନରେ ରଜତ ପଟିଦାରଙ୍କୁ ମଧ୍ୟ ସୁଯୋଗ ଦେଇପାରନ୍ତି ରୋହିତ । ତାଙ୍କ ବ୍ୟତୀତ ଭାରତୀୟ ଦଳରେ ସରଫରାଜ ଖାନ୍ କିମ୍ବା ରଜତ ପଟିଦାରଙ୍କ ମଧ୍ୟରୁ ଜଣେ ବ୍ୟାଟର ଟିମ ଇଣ୍ଡିଆରେ ଏଣ୍ଟ୍ରି କରିପାରନ୍ତି ।

ଭାରତୀୟ ପିଚରେ ସ୍ପିନ ବୋଲର ବେଶୀ ପ୍ରଭାବୀ ହୋଇପାରନ୍ତି । ତେଣୁ ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଅନ୍ୟ ଜଣେ ସ୍ପିନରଙ୍କୁ ଦଳରେ ସୁଯୋଗ ମିଳିପାରେ । ତେବେ ଏଥିପାଇଁ ରୋହିତଙ୍କ ପାଖରେ ଦୁଇ ଜଣ ଖେଳାଳି ଉପଲବ୍ଧ ରହିଛନ୍ତି । ତେବେ କୁଳଦୀପ ଯାଦବ କିମ୍ବା ୱାଶିଂଟନ ସୁନ୍ଦରଙ୍କ ମଧ୍ୟରୁ ଜଣକୁ ଦ୍ୱିତୀୟ ମ୍ୟାଚ ପାଇଁ ଦଳରେ ସୁଯୋଗ ଦେଇପାରନ୍ତି ଅଧିନାୟକ ରୋହିତ ଶର୍ମା । କିନ୍ତୁ ବ୍ୟାଟିଂ ଡିପାର୍ଟମେଣ୍ଟକୁ ମଜବୁତ ଦେବା ପାଇଁ ଦଳରେ ୱାଶିଂଟନ ସୁନ୍ଦରଙ୍କୁ ସୁଯୋଗ ମିଳିବାର ସମ୍ଭାବନା ଅଧିକ ରହିଛି ।

ଦ୍ୱିତୀୟ ମ୍ୟାଚ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଙ୍ଗ-୧୧: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ଶୁଭମନ ଗିଲ୍/ସରଫରାଜ ଖାନ୍/ରଜତ ପଟିଦାର, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏସ ଭରତ, ରବିଚନ୍ଦ୍ରନ ଅଶ୍ୱୀନ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ଜଶପ୍ରୀତ ବୁମରାହ, ମହମ୍ମଦ ସିରାଜ ।

Get real time updates directly on you device, subscribe now.