fbpx
BJD
BJD SKY
BJD SKY

କୋହଲିଙ୍କ ୧୦ମ ଅର୍ଦ୍ଧଶତକ; ପାକିସ୍ତାନ ସମ୍ମୁଖରେ ୧୫୨ ରନର ଲକ୍ଷ୍ୟ

BJD

ନୂଆଦିଲ୍ଳୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଉଥିବା ଟି-୨୦ ବିଶ୍ୱକପର ସୁପର-୧୨ ମୁକାବିଲାରେ ପାକିସ୍ତାନ ସମ୍ମୁଖରେ ୧୫୨ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ । ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ଓ ଋଷଭ ପନ୍ତଙ୍କ ଦ୍ରୁତ ବ୍ୟାଟିଂ ସହାୟତାରେ ଭାରତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ୧୫୧ ରନ ସଂଗ୍ରହ କରିଥିଲା । ଭାରତୀୟ ଅଧିନାୟକ ବିରାଟ କୋହଲି ସର୍ବାଧିକ ୫୭ ରନ କରି ୧୯ ତମ ଓଭରରେ ଆଉଟ ହୋଇଥିଲେ । ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ୩୧ ରନ ବ୍ୟୟରେ ୩ଟି ୱିକେଟ ନେଇଥିଲେ । ଏହା ସହିତ ଟି-୨୦ ବିଶ୍ୱକପରେ କୋହଲି ନିଜର ୧୦ମ ଅର୍ଦ୍ଧଶତକ ହାସଲ କରିଥିଲେ ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପକ୍ଷରୁ ଦୁଇ ଓପ୍ନର ବିଶେଷ କିଛି କରି ପାରିନଥିଲେ । ରୋହିତ ଶର୍ମା ଗୋଲ୍ଡେନ ଡକରେ ଆଉଟ ହୋଇଥିବା ବେଳେ କେ ଏଲ ରାହୁଲ ମାତ୍ର ୩ ରନ ସଂଗ୍ରହ କରିଥିଲେ । ଉଭୟ ଶାହିନ ଆଫ୍ରିଦିଙ୍କ ଶିକାର ହୋଇଥିଲେ । ସୂର୍ଯ୍ୟ କୁମାର ଯାଦବ ଗୋଟିଏ ଲେଖାଏଁ ଛକା ଓ ଚୌକା ସହିତ ୧୧ ରନ କରିଥିବା ବେଳେ ହସନ ଅଲୀଙ୍କ ବଲରେ କଟ ବିହାଇଣ୍ଡ ହୋଇଥିଲେ । ତେବେ ଅଧିନାୟକ ବିରାଟ କୋହଲି (୫୭) ଓ ଋଷଭ ପନ୍ତ (୩୯)ଙ୍କ ମଧ୍ୟରେ ୫୩ ରନର ଭାଗିଦାରୀ ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲା । କୋହଲି ୪୯ ବଲ ଖେଳି ୫ ଚୌକା ଓ ୧ ଛକା ସହିତ ୫୭ ରନ କରିଥିବା ବେଳେ ପନ୍ତ ୩୦ ବଲରୁ ୨ଟି ଲେଖାଏଁ ଛକା ଓ ଚୌକା ସହିତ ୩୯ ରନ କରିଥିଲେ । ଶେଷ ଆଡକୁ ରବୀନ୍ଦ୍ର ଜାଡେଜା ୧୩ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୧୧ ରନ ବଳରେ ଭାରତ ୧୫୦ ରନ ପାର କରିଥିଲା । ଶାହିନ ଆଫ୍ରିଦି ୩୧ ରନ ବ୍ୟୟରେ ୩ଟି ୱିକେଟ ନେଇଥିବା ବେଳେ ହସନ ଅଲୀ ୪୪ ରନରେ ୨ଟି ୱିକେଟ ନେଇଥିଲେ । ହରିଶ ରୌଫ ଓ ଶଦାବ ଖାନ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.