fbpx

ଡାକ୍ତରଙ୍କର ହୋଇଥିବା ଆକ୍ରମଣ ଘଟଣାରେ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ, ଜାରି କଲେ ମେମୋରାଣ୍ଡମ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ବୁଧବାର ରାତିରେ ଆରଜିକର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରେ ଆକ୍ରମଣ କରାଯାଇଛି। ସେ ବିକ୍ଷୋଭକାରୀ ଡାକ୍ତରଙ୍କ ସହ ମାରପିଟ କରିଛନ୍ତି ଏବଂ ହସ୍ପିଟାଲରେ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାକୁ ନେଇ କେନ୍ଦ୍ର ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ମେମୋରାଣ୍ଡମ ଜାରି କରାଯାଇଛି, ଯେଉଁଥିରେ କୁହାଯାଇଛି ଯେ, ହେଲଥକେୟାର ୱାର୍କର୍ସଙ୍କ ସହ ହିଂସା ହେବାର ୬ ଘଣ୍ଟା ମଧ୍ୟରେ ଏଫଆଇଆର ଦାଖଲ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ମେମୋରାଣ୍ଡମ ମୁତାବକ, ଡ୍ୟୁଟିରେ ଥିବା ହେଲ୍‌ଥକେୟାର ୱାର୍କରଙ୍କ ସହ ମାରପିଟ ବା କୌଣସି ପ୍ରକାର ହିଂସା ହେବାରେ ହସ୍ପିଟାଲ/ ଇନଷ୍ଟିଚ୍ୟୁଟର ହେଡଙ୍କ ଉପରେ ଘଟଣାର ୬ ଘଣ୍ଟା ଭିତରେ ଏଫଆଇଆର ଦାଖଲ କରିବାର ଦାୟିତ୍ୱ ରହିଛି। ଏହି ମେମୋରାଣ୍ଡମ ଦୁଇଟି କାରଣରୁ ଜାରି କରାଯାଇଛି। ଏଥିରେ ପ୍ରଥମେ ଆରଜି କର କଲେଜ ଆଣ୍ଡ ହସ୍ପିଟାଲରେ ମହିଳା ଡାକ୍ତରଙ୍କ ସହ ରେପ-ମର୍ଡର ମାମଲା ରହିଛି। ଦ୍ୱିତୀୟ ସେଠାରେ ବିକ୍ଷୋଭକାରୀ(ଲୋକେ-ଡାକ୍ତର)ଙ୍କ ଉପରେ ବୁଧବାର ଦିନ କରାଯାଇଥିବା ଆକ୍ରମଣ।

Get real time updates directly on you device, subscribe now.