fbpx

କୋଲକାତା ୧୦ ରନ ରେ ବିଜୟୀ

ଚେନ୍ନାଇ,୧୧ ।୪ : ଆଇପିଏଲ ୨୦୨୧ ର ତୃତୀୟ ମ୍ୟାଚରେ କୋଲକାତା ୧୦ ରନରେ ବିଜୟୀ ହୋଇଛି। ଦଳର ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ନୀତୀଶ ରାଣା ଓ ରାହୁଲ୍ ତ୍ରିପାଠୀ ବିସ୍ଫୋରକ ଇନିଂସ୍ ବଳରେ କୋଲକାତା ୧୦ ରନରେ ବିଜୟୀ ହୋଇଛି /କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୮୭ ରନ୍ କରିବାରେ ସଫଳ ହେଇଥିଲା । କିନ୍ତୁ ରାଣା ଓ ତ୍ରିପାଠୀଙ୍କ ଆଉଟ୍ ପରେ ରନର ଗତି କମିଯାଇଥିଲା । ହେଲେ ଶେଷଆଡ଼କୁ ପୂର୍ବତନ କ୍ୟାପଟେନ୍ ଦିନେଶ କାର୍ତ୍ତିକ ଦ୍ରୁତ ରନ୍ କରି ଦଳକୁ ଏକ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ। ନୀତୀଶ ୫୬ ବଲର ସାମ୍ନା କରି ୮୦ ରନ୍ କରିଥିଲେ , ଯେଉଁଥିରେ ୯ ଚୌକା ଓ ୪ ଛକା ସାମିଲ୍ ଥିଲା । ସେହିପରି ରାହୁଲ୍ ୨୯ ବଲରେ ୫ ଚୌକା ଓ ୨ ଛକା ସହ ୫୩ ରନର ଧୂଆଁଧାର ଇନିଂସ୍ ଖେଳିଥିଲେ । ସେହିପରି କାର୍ତ୍ତିକ ୯ ବଲରେ ୨ ଚୌକା ଓ ୧ ଛକା ସହ ଅପରାଜିତ ୨୨ ରନ୍ କରିଥିଲେ ।

ସେହିପରି ହାଇଦ୍ରାବାଦ ପକ୍ଷରୁ ସର୍ବାଧିକ ରନ ମନୀଷ ପାଣ୍ଡେ କରିଥିଲେ। ୪୪ ବଲରେ ୨ଟି ଚୌକା ଏବଂ ୩ଟି ଛକା ମାରି ୬୧ ରନ କରି ଅପରାଜିତ ଥିଲେ ମନୀଷ ପାଣ୍ଡେ। ଜନନି ବୈରଷ୍ଟୋ ୫ଟି ଚୌକା ଏବଂ ୩ଟି ଛକା ମାରି ୫୫ ରନ କରିଥିଲେ। କୋଲକାତା ପକ୍ଷରୁ କ୍ରିଷ୍ଣା ୨ଟି ଓ୍ୱିକେଟ ନେଇଥିବା ବେଳେ ସକିବ ଅଲ ହାସନ, କୁମିନ୍ସ, ରସେଲ ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ।

Get real time updates directly on you device, subscribe now.