fbpx

୬ ବିଦେଶୀ ବାଲୁକାଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

କୋଣାର୍କ,୫ ।୧୨: କୋଣାର୍କ ବାଲୁକା କଳା ଉତ୍ସବର ଆଜି ଉଦଯାପନୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ୬ ବିଦେଶୀ ବାଲୁକାଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମେରିକା, କାନାଡା, ରୁଷିଆ, ଆୟର୍ଲାଣ୍ଡ, ଡେନମାର୍କ ଓ ଟାଗୋର ଶିଳ୍ପୀଙ୍କୁ ମିଳିଛି ସମ୍ବର୍ଦ୍ଧନା ।

ତେବେ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତିବର୍ଷ ଭଳି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଡିସେମ୍ବର ୧ରୁ ଆରମ୍ଭ ହୋଇଥିଲା ଆନ୍ତର୍ଜାତିକ କୋଣାର୍କ ଉତ୍ସବ। ଏହି ବାଲୁକା ମହୋତ୍ସବରେ ବିଦେଶର ୬ ଜଣ ବାଲୁକା ଶିଳ୍ପୀ ଯୋଗ ଦେଇଥିବା ବେଳେ ଶତାଧିକ ବାଲୁକା କାରିଗର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କୋଣାର୍କ ଉତ୍ସବର ପ୍ରଥମ ଦିନରେ ଓଡ଼ିଶୀ ଓ କଥକ, ଦ୍ବିତୀୟ ଦିବସରେ ଇଣ୍ଡୋନେସିଆର ପ୍ରସିଦ୍ଧ ଲୋକନୃତ୍ୟ ଓ ଓଡ଼ିଶୀ, ତୃତୀୟ ଦିବସରେ ଓଡ଼ିଶୀ ଓ ମୋହିନିଆଟମ୍, ଚତୁର୍ଥ ଦିବସରେ କୁଚିପୁଡ଼ି ଓ ଓଡ଼ିଶୀ ଏବଂ ପଞ୍ଚମ ତଥା ଉଦଯାପନୀ ସନ୍ଧ୍ୟାରେ ଭାରତ ନାଟ୍ୟମ୍ ଓ ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଛି ।

Get real time updates directly on you device, subscribe now.