fbpx

ମାଆଙ୍କୁ ପଞ୍ଜାବୀ ‘ହିପ୍ ହପ୍’ ଶିଖାଉଛନ୍ତି କ୍ରିତି, ଦେଖନ୍ତୁ ଭିଡିଓ

କରୋନା ଭାଇରସ୍ ଯୋଗୁଁ ବଲିଉଡର ସେଲିବ୍ରିଟମାନେ ନିଜ ନିଝ ଘରେ ବନ୍ଦୀ ହୋଇ ରହିଛନ୍ତି । ସବୁବେଳେ ବ୍ୟସ୍ତବହୁଳ ରହୁଥିବା ଷ୍ଟାମାନେ ଏବେ ନିଜ ପରିବାର ସହ ଅଧିକ ସମୟ ବିତାଉଛନ୍ତି । ଏହା ବ୍ୟତିତ ସେମାନେ ବିଭିନ୍ନ ପ୍ରକାର କାର୍ଯ୍ୟକୁ ନେଇ ସୋସିଆଲ ମିଡିଆରେ ଆକ୍ଟିଭ୍ ମଧ୍ୟ ରହୁଛନ୍ତି । ସେହିଭଳି ନିକଯରେ ଅଭିନେତ୍ରୀ କ୍ରିିତି ସାନନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ଭିଡିଓରେ ସେ ନିଜ ମାଆଙ୍କ ଡ୍ୟାନ୍ସ ଶିଖାଉଥିବାର ନଜର ଆସିଛନ୍ତି ।

କ୍ରିତିଙ୍କ ଏହି ଡ୍ୟାନ୍ସ ଭିଡିଓ ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଛି । ଭିଡିଓରେ କ୍ରିତି ତାଙ୍କ ମାଆଙ୍କୁ କଙ୍ଗନାଙ୍କ ଗୀତ ‘ଲଣ୍ଡନ ଟୁମକଦା’ରେ ଡ୍ୟାନ୍ସ ଶିଖାଉଛନ୍ତି । କ୍ରିତିଙ୍କ ଏହି ଭିଡିଓରେ ତାଙ୍କ ମାଆଙ୍କ ସହ ନିବିଡ ବନ୍ଧନକୁ ଦେଖିବାକୁ ମିଳିଛି । କ୍ରିତିଙ୍କ ଭିଡିଓକୁ ପ୍ରାୟ ୫ ଲକ୍ଷ ଦେଖିସାରିଥିବା ବେଳେ ପ୍ରଶଂସକମାନେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

Get real time updates directly on you device, subscribe now.