fbpx

ପିନ୍ଧିଲେ ଶଙ୍ଖା ଆଉ ସିନ୍ଦୁର: ନିଜକୁ ନିଜେ ବିବାହ କଲେ ସୁନ୍ଦରୀ କ୍ଷମା

Advertisement

ନୂଆଦିଲ୍ଲୀ: ସବୁ ବାଦ ବିବାଦରେ କ୍ଷମା ପକାଇଲେ ପୂର୍ଣ୍ଣଚ୍ଛେଦ । ସବୁ ଆଲୋଚନା-ପର୍ଯ୍ୟାଲୋଚନା ଏବଂ ସମାଲୋଚନାକୁ ପଛରେ ପକାଇ ଆଜି ବିବାହ କରିଛନ୍ତି ସୁନ୍ଦରୀ କ୍ଷମା । ତାଙ୍କ ବିବାହକୁ ନେଇ ଦୀର୍ଘ ଦିନରୁ ଲାଗି ରହିଥିବା ଚର୍ଚ୍ଚା ଉପରେ ସେ ବିରାମ ଲଗାଇଛନ୍ତି । ଆଜି ନିଆରା ଢଙ୍ଗରେ ନିଜକୁ ନିଜେ ବିବାହ କରି ଇତିହାସରେ ଲେଖିଛନ୍ତି ଏକ ନୂଆ କାହାଣୀ । ନିଜ ନାଁରେ ସିନ୍ଦୁର ଆଉ ନିଜ ନାଁରେ ଶଙ୍ଖା ପିନ୍ଧିଛନ୍ତି କ୍ଷମା ।

 बता दें कि सबसे पहले क्षमा ने 11 जून को शादी करने का ऐलान किया था. इसके बाद उनके घर पर लोगों के आने-जाने का सिलसिला शुरू हो गया. वहीं एक बीजेपी महिला नेता ने क्षमा की शादी के फैसले को हिन्दू धर्म के खिलाफ बताया था. (PHOTO- Instagram/ kshamachy )

୧୧ ତାରିଖରେ ବିବାହ କରିବା ପାଇଁ ସେ ଘୋଷଣା କରିଥିଲେ । କିନ୍ତୁ ଏହି ଘଟଣାକୁ ନେଇ ବିବାଦ ବଢୁଥିବାର ଦେଖି ସେ ଧାର୍ଯ୍ୟ ସମୟ ପୂର୍ବରୁ ବିବାହ କରି ନେଇଛନ୍ତି । କ୍ଷମା ନିଜ ଘରେ ହିଁ ବାହାଘରର ସମସ୍ତ କାର୍ଯ୍ୟକ୍ରମ ଶେଷ ହୋଇଛି । ମେହେନ୍ଦୀ, ହଳଦୀ ଇତ୍ୟାଦି ସମସ୍ତ କାର୍ଯ୍ୟକ୍ରମ କ୍ଷମା ତାଙ୍କ ଘରେ ସମ୍ପନ୍ନ କରିଛନ୍ତି । ସବୁ ପରମ୍ପରା ଆଉ ବିଧି ଅନୁଯାୟୀ ହୋଇଛି । କିନ୍ତୁ ବିବାହ କରିବା ବେଳକୁ କ୍ଷମାଙ୍କ ପାଇଁ ନଥିଲେ ବରଯାତ୍ରୀ ନା ଥିଲେ ବର । ନିଜେ ବର ଏବଂ ନିଜେ ହିଁ କନିଆଁ ସାଜିଛନ୍ତି କ୍ଷମା ।

 क्षमा बिंदु ने शादी की फोटो शेयर करने के बाद लिखा कि घर के बाहर नो मीडिया का बोर्ड लगा हुआ लेकिन फिर भी मीडिया मेरे घर पर आ रही है. कृपया यहां न आएं, मैं कोई ऑफलाइन इंटरव्यू नहीं दूंगी. मेरी कल शादी हुई है, मुझे एन्जॉय करने दीजिए. (फोटो- इंस्टाग्राम )

ବିବାହ ସମୟରେ ଘର ଆଗରେ ସେ “ନୋ ମିଡିଆ’ର ବୋର୍ଡ ଲଗାଇଥିଲେ । ତଥାପି ଅନେକ ମିଡିଆ ତାଙ୍କ ଇଣ୍ଟରଭ୍ୟୁ ପାଇଁ ଆସିଥିବା ସେ କହିଛନ୍ତି । ତେବେ ବିବାହ ପରେ ଏକ ଭିଡିଓ ଜରିଆରେ କ୍ଷମା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହା ସହିତ ବିବାହ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ସମସ୍ତ ବ୍ୟକ୍ତିଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।

Get real time updates directly on you device, subscribe now.