fbpx
BSKY
BJD SHG SKY
BJD YOUTH SKY

କୁଛ୍ କୁଛ୍ ହୋତା ହେ ପାଇଁ ଥିଲା ଅଫର, ମନା କରିଦେଇଥିଲେ ଐଶ୍; ଜାଣନ୍ତୁ କାହିଁକି…

ମୁମ୍ବାଇ: ବଲିଉଡ୍ ଜଗତରେ ଅନେକ ବିଗ୍ ବଜେଟ୍ ଫିଲ୍ମ ରହିଛି । ତେବେ ପରେ ସୁପର ଡୁପର ହିଟ୍ ହୋଇଥିବା ଫିଲ୍ମକୁ କରିବା ପାଇଁ ଅଫରକୁ ପ୍ରଥମେ ଅନେକ ଅଭିନେତା ଅଭିନେତ୍ରୀ ମନା କରିଦେଇଛନ୍ତି । କିନ୍ତୁ ସେହି ଫିଲ୍ମ ଗୁଡ଼ିକ ବକ୍ସ ଅଫିସ୍ ରେ ଧମାଲ କରିଛି ।

ଏହିକ୍ରମରେ ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ମଧ୍ୟ ଏଭଳି ଘଟଣାରୁ ବାଦ୍ ପଡ଼ି ନାହାନ୍ତିା କରନ ଜୋହର ୧୯୯୮ ମସିହାରେ ମୁକ୍ତି ଲାଭ କରିଥିବା ରୋମାଣ୍ଟିକ୍ ଚଳଚ୍ଚିତ୍ର କୁଛ୍ କୁଛ୍ ହୋତା ହେ ମାଧ୍ୟମରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ପୂର୍ବରୁ କରନ୍ ଅନେକ ଅଭିନେତ୍ରୀ ଓ ଅଭିନେତାଙ୍କ ପାଖକୁ ଯାଇଥିଲେ । ବିଶେଷକରି ସେ ଟିନାଙ୍କ ଭୂମିକା ପାଇଁ ଐଶ୍ୱର୍ଯ୍ୟା ରାୟଙ୍କୁ ଅଫର ଦେଇଥିଲେ । ତେବେ ସେତେବେଳେ ଐଶ୍ୱର୍ଯ୍ୟା ନୂଆ କରି ଇଣ୍ଡଷ୍ଟ୍ରିକୁ ଆସିଥିଲେ ଓ ମାତ୍ର ୩ଟି ଫିଲ୍ମ କରିଥିଲେ । ତେବେ ଏହି ଫିଲ୍ମର ଅଫରକୁ ମନା କରିଦେଇଥିଲେ । ତାଙ୍କର ଭରସା ନଥିଲା ସେତେବେଳେ ।

ଐଶ୍ୱର୍ଯ୍ୟା କହିଛନ୍ତିଯେ ମୁଁ ନୂଆ କରି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିଥିଲି । କିନ୍ତୁ ମୋତେ ବରିଷ୍ଠ ଅଭିନେତ୍ରୀମାନଙ୍କ ସହ ତୁଳନା କରାଯାଇଥିଲା । ଯଦି ମୁଁ ଏହି ଫିଲ୍ଲ କରିଥାନ୍ତି ତେବେ ମୋର ଥଟ୍ଟା କରାଯାଇଥାନ୍ତା! ଐଶ୍ୱର୍ଯ୍ୟା ରାୟ ତାଙ୍କ ମଡେଲିଂ ଦିନରେ ଯାହା କରୁଥିଲେ ଏବେ ବି ତାହାହିଁ କରିବାକୁ ଫେରିଛନ୍ତି ବୋଲି ହୁଏତ ଚର୍ଚ୍ଚା ହୁଅନ୍ତା । ଯେମିତିକି ତାଙ୍କ କେଶକୁ ସିଧା ଓ ଖୋଲା ରଖିବା ସହ ମିନି ସ୍କର୍ଟ ପିନ୍ଧି ଖାଲି କ୍ୟାମେରାରେ ପୋଜ ଦେବାକୁ ପଡ଼ିଥାନ୍ତା । ମୁଁ ଜାଣେ ଏହି ଫିଲ୍ମ କରିଥିଲେ ମୋତେ ଲୋକଙ୍କର ନାନା କଥା ଶୁଣିବାକୁ ପଡ଼ନ୍ତା ବୋଲି କହିଛନ୍ତି ଐଶ୍ ।

 

କିନ୍ତୁ କରଣଙ୍କର ରାଣୀ ପ୍ରଥମ ପସନ୍ଦ ନଥିଲେ । ଏଥିପାଇଁ ସେ ଟ୍ୱିଙ୍କଲ ଖାନ୍ନା, କରିସ୍କା କପୁର, ରବିନା ଟଣ୍ଡନ, ତବୁ ଓ ଉର୍ମିଳାଙ୍କୁ ସମ୍ପର୍କ କରିଥିଲେ । ହେଲେ ସେମାନେ ଏହି ଅଫରକୁ ମନା କରିଦେଇଥିଲେ । ଏହା ପରେ ଆଦିତ୍ୟ ଆଦିତ୍ୟ ଚୋପ୍ରା ରାନୀ ମୁଖାର୍ଜୀଙ୍କୁ ନାମକୁ ସୁପାରିଶ୍ କରିଥିଲେ । ରାନୀଙ୍କ ପାଇଁ ଏହି ଟିନା ଭୂମିକା ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା । ଅନ୍ୟପକ୍ଷରେ କରନଙ୍କର ପ୍ରଥମ ଅଫର ମନାକଲା ପରେ ପ୍ରାୟତଃ ୧୭ ବର୍ଷ ପରେ କରଣଙ୍କ ଫିଲ୍ମ ଏ ଦିଲ ହେ ମୁସ୍କିଲ୍ ରେ ଐଶ୍ୱର୍ଯ୍ୟାଙ୍କୁ ଦେଖିବାକୁ ମିଳିଥିଲା ।

 

Get real time updates directly on you device, subscribe now.