fbpx

ଘରୋଇ ଡାକ୍ତରଖାନା ଗୁଡିକୁ ଯୋଗାଇ ଦିଆଯାଇଥିବା ୧.୮୫ କୋଟି ଡୋଜରୁ ବ୍ୟବହାର ହୋଇଛି ମାତ୍ର ୨୨ ଲକ୍ଷ, ବାକି ଗଲା କୁଆଡେ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ଟିକା ଅଭାବରୁ କିଛି ସ୍ଥାନରେ ଟିକାକରଣକୁ ଠପ୍ କରିଦିଆଯାଇଛି | ଏଭଳି ସମୟରେ ଦେଶକୁ ଆସୁଥିବା ଟିକାର କିପରି ପୂର୍ଣ୍ଣ ଉପଯୋଗ କରାଯିବ ସେ ନେଇ କେନ୍ଦ୍ର ସରକାର ଧ୍ୟାନ ଦେଉଥିବା ବେଳେ ସରକାରୀ ରିପୋର୍ଟରୁ ଆସିଥିବା ତଥ୍ୟ କିଛି ଅଲଗା କହୁଛି | ଟିକା ପର୍ଯ୍ୟାପ୍ତ ପରିମାଣରେ ଡିଜାଇଥିବା ବେଳେ ସେଥିରୁ ଅଧିକାଂଶ ବ୍ୟାହର ହୋଇନଥିବା ଜଣାପଡିଛି | ଏନେଇ ସରକାରୀ ତଥ୍ୟରୁ ସାମନାକୁ ଆସିଛି |

ସୂଚନାନୁସାରେ, ଗତ ମାସରେ ଘରୋଇ ଡାକ୍ତରଖାନାରେ ମାତ୍ର ୧୭ ପ୍ରତିଶତ ଡୋଜ ବ୍ୟବହାର କରାଯାଇଥିବା ବେଳେ ବହୁତ ଡୋଜ ଅବ୍ୟବହୃତ ହୋଇ ରହିଥିବା ଜଣାପଡିଛି । ଜୁନ୍ ୪ରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ମେ’ ମାସରେ ଦେଶରେ କରୋନା ଟିକାର ୭.୪ କୋଟି ଡୋଜ ଉପଲବ୍ଧ କରାଯାଇଥିଲା, ସେଥିମଧ୍ୟରୁ ୧.୮୫ କୋଟି ଡୋଜ ଘରୋଇ ଡାକ୍ତରଖାନା ପାଇଁ ଦିଆଯାଇଥିଲା । ସମଗ୍ର ଭାରତରେ ଥିବା ଘରୋଇ ଡାକ୍ତରଖାନା ଗୁଡ଼ିକ ଉପଲବ୍ଧ ୧.୮୫ କୋଟି ଡୋଜରୁ ୧.୨୯ କୋଟି ଡୋଜ କ୍ରୟ କରିଥିଲେ | ତଥାପି ସରକାରଙ୍କ ନିଜସ୍ୱ ତଥ୍ୟରୁ ଜଣାପଡିଛି ଯେ, ସେ ମଧ୍ୟରୁ କେବଳ ୨୨ ଲକ୍ଷ ଡୋଜ ବ୍ୟବହାର କରାଯାଇଛି । ବାକି ସବୁ କୁଆଡେ ଗଲା ବୋଲି ଏବେ ପ୍ରଶ୍ନ ଉଠିଛି | ଯଦି ରିପୋର୍ଟ କଥା ସତ ତେବେ ବାକି ଟିକା ନଷ୍ଟ ହୋଇଯାଇଥିବା ନେଇ ସନ୍ଦେହ କରାଯାଉଛି |

ହେଲେ ଏ ଦିଗରେ ଭିନ୍ନ ମତ ଦେଇଛନ୍ତି ବିଶେଷଜ୍ଞ | ସେମାନଙ୍କ କହିବା ମୁତାବକ, ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ମାଗଣାରେ ଟୀକା ଦିଆଯାଉଥିବା ବେଳେ ଘରୋଇ ହସ୍ପିଟାଲ୍ ରେ ଅଧିକ ମୁଲ୍ୟରେ ଟିକା ଦିଆଯାଉଛି | ତେଣୁ ଅଧିକ ମୁଲ୍ୟରେ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ବେଳେ ଘରୋଇ ହସ୍ପିଟାଲ ମାନଙ୍କରେ ଟିକା ନଷ୍ଟ ହେଉଛି ଅବା ପଡ଼ିରହୁଛି |

Get real time updates directly on you device, subscribe now.