fbpx

ଆଇସିଜେ ନିଷ୍ପତ୍ତି ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ: କୁଳଭୂଷଣ ନ୍ୟାୟ ପାଇବାର ବାଟ ଫିଟିଲା

Advertisement

ନୂଆଦିଲ୍ଲୀ: ଶେଷରେ ଇଣ୍ଟରନ୍ୟାସନାଲ କୋର୍ଟ (ଆଇସିଜେ)ର ନିଷ୍ପତ୍ତି ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛି ପାକିସ୍ତାନ । ପାକିସ୍ତାନର ସଂସଦ କୁଳଭୂଷଣ ଯାଦବଙ୍କୁ ଅପିଲ କରିବାର ଅଧିକାର ପ୍ରଦାନ କରିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସରକାର ଆଇସିଜେର ସମୀକ୍ଷା ଓ ପୁନର୍ବିଚାର ଅଧ୍ୟାଦେଶ, ୨୦୨୦କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ପାକିସ୍ତାନର ଯେ କୌଣସି ହାଇକୋର୍ଟରେ ନିଜ ପକ୍ଷରୁ ଓକିଲ ନିଯୁକ୍ତ କରି ଆଇନଗତ ଲଢ଼େଇ ଲଢ଼ିବାକୁ କୁଳଭୂଷଣଙ୍କୁ ଅନୁମତି ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ୨୦୧୬ ମସିହା ପରଠାରୁ ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବ ପାକିସ୍ତାନ ଜେଲରେ ରହିଛନ୍ତି । ପାକିସ୍ତାନ ଗୁପ୍ତଚର ସଂସ୍ଥା ତାଙ୍କୁ ଇରାନରୁ କିଡନ୍ୟାପ୍ କରିନେଇଥିଲା । କୁଳଭୂଷଣଙ୍କୁ ପାକିସ୍ତାନର ଏକ କୋର୍ଟ ଆତଙ୍କବାଦ ଓ ଜାସୁସୀ ଆରୋପରେ ୨୦୧୭ ମସିହା ଏପ୍ରିଲ ମାସରେ ମୃତ୍ୟ ଦଣ୍ଡାଦେଶ ଦେଇଥିଲା । ଏହା ପରେ ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନର ଏକପାକ୍ଷିଆ ନିଷ୍ପତ୍ତି ବିରୋଧରେ ଆଇସିଜେରେ ଚ୍ୟାଲେଞ୍ଜ କରାଯାଇଥିଲା । ୨୦୧୯ ଜୁଲାଇରେ ଆଇସିଜେ ପକ୍ଷରୁ ଏହି ମାମଲାକୁ ପୁନର୍ବିଚାର ନିମନ୍ତେ ପାକିସ୍ତାନକୁ ନିର୍ଦ୍ଦେଶ ଦିଆଯାଇଥିଲା ।

Get real time updates directly on you device, subscribe now.