fbpx

ଉନ୍ନାଓ ପୀଡିତାଙ୍କ ବାପାଙ୍କୁ ହତ୍ୟା ମାମଲାରେ ବିଧାୟକ କୁଲଦୀପଙ୍କୁ ୧୦ ବର୍ଷ ଜେଲ୍, ୧୦ ଲକ୍ଷ ଜୋରିମାନା

ଲକ୍ଷ୍ନୌ,୧୩ ।୩: ଉନ୍ନାଓ ବଳତ୍କାର ପୀଡିତାଙ୍କ ପିତାଙ୍କୁ ହତ୍ୟା ମାମଲାରେ ବିଜେପିର ପୂର୍ବ ବିଧାୟକ କୁଲଦୀପ ସିଂ ସେନଗାର ସମେତ ୭ ଦୋଷୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡର ଶୁଣାଣି ହୋଇଛି । ଦିଲ୍ଲୀର ଟିସ୍ ହଜାରୀ କୋର୍ଟ ସମସ୍ତ ଦୋଷୀଙ୍କ ଉପରେ ୧୦ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି । ଜୋରିମାନାର ଟଙ୍କାର ପୀଡିତାଙ୍କୁ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦଣ୍ଡ ପାଇଥିବା ଦୋଷୀଙ୍କ ମଧ୍ୟରେ ୨ ଜଣ ଉତ୍ତରପ୍ରଦେଶର ପୋଲିସର ଅଧିକାରୀ ଥିବା ଜଣାପଡିଛି ।

ତେବେ ଦିଲ୍ଲୀର ତୀସ୍ ହଜାରୀ କୋର୍ଟ ଗତ ୪ ତାରିଖରେ ଏହି ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ । କୋର୍ଟଙ୍କ କହିବା ମୁତାବକ, ବଳତ୍କାର
ପୀଡିତାଙ୍କ ପିତାଙ୍କୁ ଏତେ ମାଡ ଦିଆଯାଇଥିଲା ଯେ, ତାଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ଶରୀରରେ ୧୮ଟି ଆଘାତ ଲାଗିଛି । ସେ ୨୦୧୮ ଏପ୍ରିଲ ୯ରେ ନ୍ୟାୟିକ ହେପାଜତରେ ମୃତ୍ୟୁ ବରଣ କରିଥିଲେ । ତାଙ୍କୁ କୁଲଦୀପ ସେନଗାରଙ୍କ ଭାଇ ତାଙ୍କ ସହଯୋଗୀମାନେ ମାଡ ମାରିଥିବା ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.