fbpx

ଆସନ୍ତା ୩୦ଯାଏଁ ବିଧାନସଭା ମୁଲତବୀ

ଭୁବନେଶ୍ୱର, ୧୩ା୩(ଓଡ଼ିଶା ଭାସ୍କର): ଆସନ୍ତା ୩୦ତାରିଖ ଯାଏଁ ବିଧାନସଭା ମୁଲତବୀ ରଖାଯାଇଛି । କରୋନା ପାଇଁ ବିଧାନସଭା ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।ଗୃହକୁ ବନ୍ଦ ନକରିବାକୁ କହିଥିଲେ ବିରୋଧୀ । ଏନେଇ ଗୃହରେ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ହଟ୍ଟଗୋଳ ମଧ୍ୟ କରିଛନ୍ତି ।

କରୋନା ସାରା ବିଶ୍ୱରେ ବ୍ୟାପି ଚାଲିଛି । ଏହାକୁ ମହାମାରୀ ବୋଲି ମଧ୍ୟ ଘୋଷଣା ସରିଛି । ଚାରିଆଡ଼େ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏହାସହ ଫିଲ୍ମ ହଲ୍, ସୁଇମିଂ ପୁଲ୍, ଜିମ୍ ଆଦି ସବୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି । ଏକାଠି ହୋଇ ସଭା ସମିତି ନକରିବାକୁ ମଧ୍ୟ କୁହାଯାଇଛି ।

Get real time updates directly on you device, subscribe now.