fbpx

ହାର୍ଟ ଆଟାକରେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ

ମୁମ୍ବାଇ,୧୩ ।୩: ଉତ୍ତରାଖଣ୍ଡୀ ଗୀତ ଓ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ରୀନା ରାୱତଙ୍କ ଗୁରୁବାର ଦିନ ହାର୍ଟ ଆଟାକରେ ଅଚାନକ୍ ମୃତ୍ୟୁ ଘଟିଛି । ‘ପୁଷ୍ପା ଛୋରୀ’ ଗୀତରେ ଅଭିନୟ ପାଇଁ ଚର୍ଚ୍ଚିତ ହୋଇଥିବା ରୀନା ରାୱତଙ୍କ ମୃତ୍ୟୁ ଖବର ଶୁଣି ଉତ୍ତରାଖଣ୍ଡ ଚଳଚ୍ଚିତ୍ର ଓ ସଙ୍ଗୀତ ଜଗତରେ ଶୋକର ଲହରୀ ଖେଳିଯାଇଛି । ମାତ୍ର ୩୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଅଳ୍ପ ସମୟରେ ବି ରୀନା ଅଭିନୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । କୁହାଯାଉଛି ଯେ, ରୀନା ବହୁଦିନ ଧରି ଅସୁସ୍ଥ ଥିଲେ । ସେ ପୁଷ୍ପା ଛୋରୀ ବ୍ୟତିତ ଭଗ୍ୟାନ ବେଟୀ, ମାୟାଜାଲ ଆଜି ସୁପରହିଟ୍ ଗୀତରେ ଅଭିନୟ କରିଥିଲେ ।

ତେବେ ୨୦୦୫ରେ ରୀନାଙ୍କ ବିବାହ ହୋଇଥିଲା । ଏହା ସହ ତାଙ୍କର ଏକ ପୁଅ ମଧ୍ୟ ଅଛି । ରୀନାଙ୍କ ସ୍ୱାମୀ ଦୀପକ ରାୱତ ଦିଲ୍ଲୀର ଏକ ସରକାରୀ ବିଭାଗରେ କାର୍ଯ୍ୟରତ ଅଛନ୍ତି ।

Get real time updates directly on you device, subscribe now.