fbpx

ଟିଭି ପରଦାର ସଂସ୍କାରୀ ବୋହୂ ଶ୍ରଦ୍ଧା ଆର୍ଯ୍ୟାଙ୍କ ବୋଲ୍ଡ ଅନ୍ଦାଜ୍

Advertisement

ଓଡ଼ିଶା ଭାସ୍କର ବ୍ୟୁରୋ: ଟିଭି ପରଦା ତଥା ଟେଲି ଧାରାବାହିକରେ ଆସୁଥିବା ଅନେକ ଅଭିନେତ୍ରୀ ପାରମ୍ପାରିକ ପରିପାଟୀରେ ଖୁବ୍ ଆକର୍ଷଣୀୟ ଦେଖାଯାଆନ୍ତି । ସାଧାରଣତଃ ଅନେକ ଅଭିନେତ୍ରୀ ସେମାନଙ୍କ ବେଶଭୂଷା ତଥା ଲୁକ୍ କୁ ନେଇ ବହୁତ ଚର୍ଚ୍ଚାରେ ରହିଥାନ୍ତି । କିଏ ଶାଢ଼ି ତ ଆଉ କିଏ ପୂରା ସାଧାସିଦା ପୋଷାକରେ ଦର୍ଶକମାନଙ୍କୁ ଆକର୍ଷିତ କରିବାକୁ ପରୋକ୍ଷ ଉଦ୍ୟମ କରିଥାନ୍ତି । ତେବେ ସେମାନେ ରିଲ ଲାଇଫ୍ରୁ ରିଅଲ ଲାଇଫ୍ ଆସିବା ବେଳକୁ ପୂରା ଓଲଟା ଦୃଶ୍ୟ ଦେଖିବାକୁ ମିଳେ । ସେହିଭଳି ଜଣେ ଅଭିନେତ୍ରୀ ହେଉଛନ୍ତି କୁଣ୍ଡଳୀ ଭାଗ୍ୟର ଶ୍ରଦ୍ଧା ଆର୍ଯ୍ୟା।

Shraddha Arya
କୁଣ୍ଡଳୀ ଭାଗ୍ୟରେ ପ୍ରୀତି ଚରିତ୍ରରେ ନଜର ଆସୁଥିବା ଶ୍ରଦ୍ଧା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି । ନିକଟରେ ଶ୍ରଦ୍ଧା ଶାୱାର ତଳେ ଥିବା ଏକ ଫଟୋ ପୋଷ୍ଟ କରିଥିଲେ । ଯାହାକି ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି!

Shraddha Aryaଉକ୍ତ ଫଟୋରେ ଶ୍ରଦ୍ଧା ପିଙ୍କ୍ କଲର ପ୍ରିଣ୍ଟେଡ୍ ମୋନୋକିନି ପିନ୍ଧିଥିବା ଦେଖାଯାଇଛି । ଏଥିସହ ସେ ଶାୱାର ତଳେ ଛିଡ଼ା ହୋଇ ଛୋଟ ପିଲାଙ୍କ ପରି ପାଣିର ମଜା ଉଠାଉଥିବା ସ୍ପଷ୍ଟ ହେଉଛି ।

Shraddha Aryaତେବେ ଏହି ଫଟୋ ସେଆର୍ କରିବା ପରେ ଟିଭି ପରଦାର ସଂସ୍କାରୀ ବୋହୂ ଆଉ ବାସ୍ତବ ଦୁନିଆର ଶ୍ରଦ୍ଧା ମଧ୍ୟରେ ଅନେକ ପାର୍ଥକ୍ୟ ବାରି ହୋଇ ପଡୁଛି । ଅନେକ ମତ ଦେଇଛନ୍ତି ଯେ ଏହି ଫଟୋ ସେଆର୍ ପରେ ଶ୍ରଦ୍ଧା ତାଙ୍କ ସହ ଯୋଡ଼ି ହୋଇଥିବା ସଂସ୍କାରୀ ବୋହୂର ଇମେଜ୍କୁ ନଷ୍ଟ କରି ଦେଇଛନ୍ତି ।

Shraddha Arya
ଅନ୍ୟପକ୍ଷରେ ଶ୍ରଦ୍ଧାଙ୍କର ଏଭଳି ଅବତାର ଦେଖି ତାଙ୍କ ଫ୍ୟାନ୍ସମାନଙ୍କ ନଜର ହଟୁ ନାହିଁ । ଖାଲି ସେତିକି ନୁହେଁ, ଫ୍ୟାନଙ୍କ ସମେତ ବହୁ ଟେଲି ଷ୍ଟାରମାନେ ମଧ୍ୟ ଖୁବ୍ କମେଣ୍ଟ ମଧ୍ୟ କରୁଛନ୍ତି । ଏମିତିକି ତାଙ୍କର ଏହି ବିକିନି ଫଟୋରେ କେତେକ ୟୁଜର୍ସ ‘ବେସରମ୍’ ବୋଲି ମଧ୍ୟ କହିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯେ ‘ଏ ସେହି ସଂସ୍କାରୀ ବୋହୂ; ଯାହା ବିଷୟରେ ଆମ ମାଆ ଆମକୁ ଭାଷଣ ଦିଅନ୍ତି ।’ ଆଉଜଣେ ଉଲ୍ଲେଖ କରିଛନ୍ତି ଯେ ‘ପ୍ରୀତି ବେଟା, ଏହି କପଡ଼ାରେ ତମେ ସଂସ୍କାରୀ ଲାଗୁନ, କିଛି ତ ଲଜ୍ୟା କର ।’

Shraddha Arya
ଶ୍ରଦ୍ଧା ୨୦୦୪ରେ ଇଣ୍ଡିଆଜ୍ ବେଷ୍ଟ ସିନେଷ୍ଟାର କି ଖୋଜ୍ରେ ଆସିଥିଲେ । ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ କାମ କରିଛନ୍ତି । ଏହା ପରେ ରାମ ଗୋପାଲ ବର୍ମାଙ୍କ ଫିଲ୍ମ ନିଶବ୍ଧ ଓ ଶାହିଦ କପୁରଙ୍କ ସହ ଚଳଚ୍ଚିତ୍ର ପାଠଶାଲାରେ ଶ୍ରଦ୍ଧାଙ୍କୁ ଦେଖିବାକୁ ମିଳିଥିଲା ।

Shraddha Aryaବ୍ୟକ୍ତିଗତ ଜୀବନ କଥା କହିଲେ ୨୦୧୫ରେ ଜଣେ ଏନଆରଆଇ ସହ ତାଙ୍କର ବିବାହ ସ୍ଥିର ହୋଇଥିଲା କିନ୍ତୁ କୌଣସି କାରଣରୁ ତାହା ଭାଙ୍ଗିଯାଇଥିଲା । ଏହା ପରେ ଶ୍ରଦ୍ଧା ୨୦୧୯ରେ ଏଣ୍ଟରଟେନମେଣ୍ଟ ଶୋ’ ନଚ୍ ବଲିଏୟରେ ଭାଗ ନେଇଥିଲେ । ସେତେବେଳେ ଆଲାମ ସିଂ ଭକ୍କଡଙ୍କ ସହ ଶ୍ରଦ୍ଧା ରିଲେସନସିପ୍ରେ ଥିବା ଖୁବ୍ ଚର୍ଚ୍ଚା ହୋଇଥିଲା ।

Shraddha Arya

Get real time updates directly on you device, subscribe now.